ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସେବା ସୁଶାସନ ଓ ଗରୀବ କଲ୍ୟାଣ ମହାଜନ ସମ୍ପର୍କ ବା ସଂଯୁକ୍ତା ମୋଚ୍ଛା ସମାବେଶ

201 0

ଧର୍ମଗଡ଼:୧୫/୬(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଧର୍ମଗତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସେବା ଓ ସୁଶାସନ ଓ ଗରୀବ କଲ୍ୟାଣ ମହା ଜନ ସମ୍ପର୍କ ବା ସଂଯୁକ୍ତା ମୋଚ୍ଛା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଓଡ଼ିଶା ପ୍ରଭାରୀ ଡି,ପୁରନ୍ଦ୍ରେଶ୍ଵରୀ ଯୋଗ ଦେଇଥିଲେ ଏବଂ ମୋଦି ସରକାରଙ୍କ ଦ୍ଵାରା ସୁଶାସନ ଏବଂ ଗରୀବ କଲ୍ୟାଣ ଯୋଜନା ଓ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ଯୋଗାଇ ଦେଉଥିବା ସମ୍ପର୍କରେ ପୂଖାନୁ ପୂଖାନ ବୁଝାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ମୋଦି ସରକାରଙ୍କ ଦ୍ଵାରା କଳାହାଣ୍ଡି ଜିଲ୍ଲା ରେ ମୋଦି ସରକାରଙ୍କ ଦ୍ଵାରା କେଉଁ କେଉଁ ପ୍ରକଳ୍ପ ଚାଲୁଅଛି ଏବଂ ପ୍ରତ୍ୟେକ ପଞ୍ଚାୟତ କୁ କେତେ ଟଙ୍କା ଆସୁଛି ତାହା ମଧ୍ୟ ସମାବେଶରେ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି , ଉପ ସଭାପତି ଲକ୍ଷ୍ମୀ କାନ୍ତ ଵାଗ ଓ ପ୍ରଶାନ୍ତ ସାହୁ , ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର ଭଵେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସୁଥୀର ପାଟଯୋଷୀ ଧର୍ମଗତ ନଗର ପାଳ ଅଶୋକ ମହାନ୍ତି ଓ ଜୁନାଗଡ଼ ନଗର ପାଳ ମୁକେଶ ଅଗ୍ରୱାଲ ଛତିଶଗଡ଼ ଯୁବ ମୁଚ୍ଛା ପ୍ରଭାରୀ ଦୀପ ଯୈତି ମୁଣ୍ଡ , ମନୋଜ ମେହେର ।ମଞ୍ଚାସିନ ଥିଲେ ଏବଂ ବିଭିନ୍ନ ମୂର୍ଚ୍ଛା ଏବଂ ଉପସ୍ଥିତ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପାଟଯୋଷୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ଵାଗ ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ।

Related Post

ଦୋକନ ଭିତରକୁ ପସିଲା ଟ୍ରକ, ୩ ଆହତ

Posted by - September 7, 2021 0
ବୌଦ୍ଧ୬/୯(ଚିତ ରଂଜନ ସିଂ) ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଲୁଣିବାହାଲ ଠାରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ଟ୍ରକ । ଫଳରେ…

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଧାରଣା

Posted by - December 9, 2021 0
ଯାଜପୁର :(ଆନନ୍ଦ ଚନ୍ଦର ସାହୁ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି…

ଟିଟିଲାଗଡ କୃଷକ ସଂଘର୍ଷ ଅଭିଜାନ ଏବଂ ଜୟ କିସାନ ଆନ୍ଦୋଳନ,ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର

Posted by - November 11, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକକୁ ମରୁଡ଼ି ଅଞ୍ଚଳ ଘୋଷଣା, ଅହେତୁକ ଦରଦାମ ବୃଦ୍ଧି ରୋକିବା, ତିନି କୃଷି ଆଇନ ପ୍ରତ୍ୟାହାର ଓ ଏମ ଏସ ପି କୁ…

ବି ଏସ ଏଫ ୧୬୦ ବାଟାଲିୟନ ଦ୍ୱାରା ଜନସମ୍ପର୍କ ଶିବୀର ଅନୁଷ୍ଠିତ

Posted by - January 27, 2022 0
ମାଥିଲି :(ଅବଦୁଲ ଗନି)ମାଥିଲି ବି. ଏସ. ଏଫ.୧୬୦ ବାଟାଲିୟନ ଓ କୋବ୍ରା ବାଟାଲିୟନ ଦ୍ୱାରା ଥିବା କର୍ତ୍ତନପାଲି ଓ ତେନ୍ତୁଳିଗୁମା ର ମାଓବାଦୀ ଙ୍କ ଅଡ୍ଡାସ୍ଥଳୀ ଦଳଦଳୀ…