Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ର

670 121

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବାଦ ପରିବେଷଣ ସମୟରେ ସତ୍ୟତା ଓ ନିରପେକ୍ଷତା ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣଲୋକଙ୍କ ବିଶ୍ୱସନୀୟତା ବଜାୟ ରଖିବାରେ ସମର୍ଥ ହୋଇପାରିବେ । ସାଂପ୍ରତିକ ସମୟରେ ସକରାତ୍ମକ ଖବର ପରିବେଷଣର ଗୁରୁତ୍ୱ ବଢିଛି । ଏକ ନକରାତ୍ମକ ଘଟଣାକୁ ସକରାତ୍ମକ ଢଙ୍ଗରେ ପରିବେଷଣ କରିପାରିଲେ ଏହାର ଯଥେଷ୍ଟ ପ୍ରଭାବ ରହିବ ବୋଲି ଅତିଥିମାନେ ଏଠାରେ ମତବ୍ୟକ୍ତ କରିଛନ୍ତି । ଯାଜପୁର ଜିଲ୍ଲା କୁଆଖିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଏଥିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ଏସପି ଚରଣ ସିଂ ମୀନା, ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ବର୍ତମାନ ସମୟରେ ଏଭଳି ବିଷୟବସ୍ତୁର ଆଲୋଚନା ହେବା ପ୍ରାସଙ୍ଗିକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବିସ୍ମୟ ବାଳକ ବିରଜା ଶଙ୍କର ପାଢି, ସାମ୍ବାଦିକ ବିଶ୍ୱଜିତ୍ ଦାସ, ସୁବାସ ଚନ୍ଦ୍ର ଧଳ, ଇନ୍ଦ୍ରମଣି ନାୟକ, ସନ୍ଦୀପ୍ତ ରାୟ, ପ୍ରିୟରଂଜନ କର ପ୍ରମୁଖଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସଂପାଦକ ଅମୂଲ୍ୟ ବରାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସରିତା ପୃଷ୍ଟି ସଭା ସଂଚାଳନା କରିଥିବା ବେଳେ ସାମ୍ବାଦିକ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଯାଜପୁର ଜିଲ୍ଲା ସମେତ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଆଦି ଜିଲ୍ଲାରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।

Related Post

ବିଦ୍ୟୁତ୍ ଆଘାତରେ ଜଣେ ମୃତ

Posted by - September 29, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )29/09, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ…

ପ୍ରତାପପୁର ପଞ୍ଚାୟତରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ସଭା ଅନୁଷ୍ଠିତ

Posted by - December 1, 2021 0
ବାଲିଆପାଳ:ବିଜେପି ପ୍ରତାପପୁର ପଞ୍ଚାୟତରେ କର୍ମୀ ସମାବେଶ ଓ ମିଶ୍ରଣ ସଭା ବୁଧବାର ପ୍ରତାପପୁର ଗ୍ରାମର କାର୍ତିକ ପାତ୍ରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତାପପୁର ପଞ୍ଚାୟତର ସଭାପତି…

ବୌଦ୍ଧ ଜିଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ

Posted by - November 30, 2021 0
ବୌଦ୍ଧ( ଚିତ୍ତ ରଂଜନ ସିଂ)ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ଯୋଜନା ବୋର୍ଡ ବୈଠକ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨…

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପରିସରରେ ମିଳିତ ବୈଠକ

Posted by - August 27, 2020 0
ବିଞ୍ଝାରପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପରିସରରେ ଆଜି ବ୍ରାଞ୍ଚ ମ୍ୟାନେଜର ଗୋପବନ୍ଧୁ ନନ୍ଦୀ ଙ୍କ ନିର୍ଦ୍ଦେଶ ରେ ବ୍ରାଞ୍ଚ ର ସମସ୍ତ…

ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ

Posted by - February 2, 2022 0
ସୋନପୁର:(ଅଜିତ କୁମାର ପୂଝlରୀ )ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିମ୍ନା ଗାଁରେ ଘଟିଛି ଅଭାବନୀୟ ଘଟଣା । ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ…

There are 121 comments

Leave a comment

Your email address will not be published.