Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଘୁଚାଙ୍ଗି ଗ୍ରାମନିକଟ ଜଙ୍ଗଲରେ ବିଦ୍ୟୁତତାର ଲାଗି ଦନ୍ତା ହାତୀର ମୃତ୍ୟୁ

216 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ପହିଲି ରଜ ।  ପହିଲି ରଜ ରେ ଆସିଲା ଗଜ ମୃତ୍ୟୁ ଖବର ।  ବିଦ୍ୟୁତ ତାର ଲାଗି ଦନ୍ତା ହାତୀ ର ମୃତ୍ୟ ।  ବୌଦ୍ଧ ଜିଲ୍ଲା ରେ ବନ୍ୟ ଜନ୍ତୁ ସୁରକ୍ଷିତ ନୁହନ୍ତି ।  ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଜିଲ୍ଲା ରେ ବନ୍ୟ ଜନ୍ତୁ ସୁରକ୍ଷିତ ରହୁ ନ ଥିବା ଜଣାପଡିଛି ।  ଓଡିଶା ରେ ଗତ ୧୦  ବର୍ଷ ଅର୍ଥାତ ୨୦୧୨ ରୁ ୨୦୨୨ ମଧ୍ୟରେ ୭୮୪  ଟି ହାତୀଙ୍କ ମୃତ୍ୟ ହୋଇଛି ।  ସେଥି ମଧ୍ୟରୁ ୩୪  ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୬ ଟି ହାତୀ ଙ୍କୁ ବିଷ ଦିଆଯାଇଛି ।  ବିଦ୍ୟୁତ ଆଘାତ ରେ ୪୩ ଟି ଓ ବିଦ୍ୟୁତ ତାର ଲଗାଯାଇ ୬୧  ଟି ହାତୀ ଙ୍କୁ ହତ୍ୟା କରାଯାଇଛି ।

ସେହିପରି ଟ୍ରେନ ଦୁର୍ଘଟଣା ରେ ୩୦ , ରାସ୍ତା ଦୁର୍ଘଟଣା ରେ ୬  ଟି ହାତୀ ର ଜୀବନ ଯାଇଥିବା ସୂଚନା ମିଳିଛି ।  ପ୍ରତିବର୍ଷ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ବନ ବିଭାଗ ର ଚିନ୍ତା ବଢିଛି ।  ୨୨-୨୩  ବର୍ଷ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦  ଟି ହାତୀ ଙ୍କ ର ଜୀବନ ଯାଇଥିବାଜଣାପଡିଛି ।  ବନବିଭାଗ ଓ ବିଦ୍ୟୁତ ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ ବୌଦ୍ଧ ଜିଲ୍ଲା ରେ ହାତୀ ମୃତ୍ୟୁ ବୃଦ୍ଧି ପାଇବା ପ୍ରମୁଖ କାରଣ ଅଟେ ।  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ବରଗାଁ ସେକ୍ସନ ଘୁଚାଙ୍ଗି ଜଙ୍ଗଲରେ ୧୧ କେଭି ବିଦ୍ୟୁତ ତାର ଲାଗି ଗୋଟେ ଦନ୍ତା ହାତୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଘୁଚାଙ୍ଗି ଜଙ୍ଗଲରେ ହାତୀ ବୁଲୁଥିବା ବେଳେ କମଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହାତୀର ଶୁଣ୍ଢରେ ଲାଗିଯିବାରୁ ହାତୀଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି ।

ବହୁଦିନ ହେବ ହାତୀପଲ ଉକ୍ତ ଜଙ୍ଗଲରେ ରହୁଥିବା ବେଳେ ବିଦ୍ୟୁତ ତାର ଅତି ନିମ୍ନ ଉଚ୍ଚତାରେ ଯାଇଥିଲେହେଁ ବନବିଭାଗର ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟର କଥା |ବନବିଭାଗ କର୍ମଚାରୀ ଜଙ୍ଗଲରେ ବୁଲିବା ସମୟରେ ଉକ୍ତ ବିଦ୍ୟୁତ ତାର କୁ ଦେଖିଥିଲେ କି ନାହିଁ ନାଁ ବନବିଭାଗର ଫରେଷ୍ଟର, ଗାର୍ଡ, ରେଞ୍ଜର କେହି ଜଙ୍ଗଲ ମଧ୍ୟକୁ ଯାଉନଥିଲେ କି ଯାଉଥିଲେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ହାତୀ ମୃତ୍ୟୁର କାରଣ ଜଙ୍ଗଲ ବିଭାଗ ର ଦୋଷ ଦୁର୍ବଳତା ହିଁ ଦାୟୀ ବୋଲି ପରିବେଶ ପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି । ଖୋଦ ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ବନକର୍ମଚାରୀ ମାନେ ଖାମଖିଆଲି ଭାବେ ନିଜ ଦାୟିତ୍ୱ ତୁଲାଉଥିବା ଏଥିରୁ ପ୍ରଷ୍ଟ ପ୍ରମାଣ ହୋଇଛି । ସମାନ ଘଟଣାରେ ଆଗରୁ ଏକ ହାତୀମୃତ୍ୟୁ ଘଟଣାରେ ରେଞ୍ଜର ଓ ଫରେଷ୍ଟର ଙ୍କୁ ନିଲମିତ୍ବ କରାଯାଇଥିଲା । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Post

ଅପ୍ରେଲ ୨୨ ରେ ଜୁନାଗଡ଼ ରେ ଜିଲ୍ଲା ସ୍ତରୀୟ “ପର୍ଶୁରାମ ଜୟନ୍ତୀ”ପାଳନ କରିବ ବ୍ରାହ୍ମଣ ସମାଜ

Posted by - March 27, 2023 0
ଭବାନୀପାଟଣା:୨୬/୩(ନରେନ୍ଦ୍ର ନେଗି)ଆସନ୍ତା ଅପ୍ରେଲ ୨୨ ତାରିଖରେ କଳାହାଣ୍ଡି ଗଡଜାତର ପୁରାତନ ରାଜଧାନୀ ଜୁନାଗଡ଼ ଠାରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ”ପର୍ଶୁରାମ ଜୟନ୍ତୀ” ଅୟୋଜକ କରିବା…

ମିଶନ ଶକ୍ତି ଗୃହକୁ ଲୋକାର୍ପଣ

Posted by - January 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମିଶନ ଶକ୍ତି ଗୃହ ର ଲୋକାର୍ପଣ ମାନ୍ୟବର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀଙ୍କ…

ମେଡ଼ିକାଲ କଲେଜ ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ

Posted by - April 21, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ମେଡ଼ିକାଲ କଲେଜ ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ। ଆଜି ଜମି ଅଧିଗ୍ରହଣ ପାଇଁ…

ହୀରାକୁଦ ଜଳଭଣ୍ଡାରରେ ବୁଡି ୨ ଏମସିଏଲ ଅଧିକାରୀ ନିଖୋଜ , ଜଣଙ୍କ ମୃତ ଦେହ ଉଦ୍ଧାର କଲା ଓଡ୍ରାଫ ଟିମ

Posted by - August 8, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାର ଝାଙ୍କରାଣୀ ପୀଠ ଠାରେ ବୁଡ଼ିଗଲେ ୨ ଏମସିଏଲ ଅଧିକାରୀ।  ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ମୁଖ୍ୟାଳୟ…