ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗ୍ରାମଞ୍ଚଳ ଠୁ ଆରମ୍ଭ କରି ସହର, ରାସନ ଦୋକାନ, ପାନ ଦୋକାନ, ମନ୍ଦିର ପାଖ, ସ୍କୁଲ କଲେଜ ନିକଟରେ ଛତୁ ଫୁଟିଲା ଭଳି ଚୋରା ଚାଲାଣ ରେ ମଦ ଦୋକାନ ଗୁଡିକ ଖୋଲି ଖୁଲମ ଖୁଲା ଭାବେ ମଦ ବିକ୍ରି ଚାଲିଥିଲେ ମଧ୍ୟ ବିଭାଗୀୟ ଅବକାରୀ ଓ ପୋଲିସ ଜାଣି ଶୁଣି ନୀରବ ଦ୍ରଷ୍ଟା ସାଜିଥିବାରୁ ଅହେତୁକ ଭାବେ ମଦ ବିକ୍ରି ସହ ସମାଜ ରେ ବିଶୃଙ୍ଖଳା ଓ ପାରିବାରିକ କଲହ ଲାଗିରହୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ବ୍ଲକର ତିଲେଶ୍ୱର, ଖଜୁରୀପଡା, ,ପୁରୁଣାକଟକ, ଉପର କଟା ଆଦି ସ୍ଥାନରେ ଦେଶୀ ମଦ ଭାଟି ରହିଛି ।
ପୁରୁଣା କଟକ, ଚାରିଛକ, ବିରନରସିଂହପୁର ଭଳି ସ୍ଥାନ ଗୁଡିକ ରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଛି l କିନ୍ତୁ ଏମାନେ ଗାଁ ଗାଁ ରେ କୁଚିଆ ଙ୍କୁ ଧରି ଖୁଲୁମ ଖୁଲା ମଦ ବିକ୍ରି ପାଇଁ ପ୍ରୋହୋତ୍ସନ ଯୋଗାଉ ଥିବା ବେଳେ ମଦ ମାଲିକ ଓ କୁଚିଆ ବେପାରୀ ମାନେ ଅବକାରୀ ଓ ପୋଲିସ କୁ ହାତ କରି କିଛି ମାସିକିଆ ହାତ ଗୁଂଜା ଯୋଗାଇ ଦେଉଥିବାରୁ କୁଚିଆ ଙ୍କ ପlଦ୍ରୁଭlବ ରେ ବଢ଼ୁଛି ମଦ କାରବାର, l ଫଳରେ ଗ୍ରାମଞ୍ଚଳ ଗୁଡିକ ରେ ସନ୍ଧ୍ୟା ହେଲେ କୁଚିଆ ଦୋକାନ ରେ ଭିଡ଼ ସହ ବଢ଼ୁଛି ବିଶୃଙ୍ଖଳା l ଯାହାକି ସମାଜ ଉପରେ ଖରାପ ପ୍ରଭାବ ପଡିବା ସହ ଏଥିରେ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବ ପିଢ଼ି ମାନେ ଶିକାର ହୋଇ ଖରାପ ଦିଗ ଆଡ଼କୁ ମୁହାଁଉ ଥିବାନେଇ ବୁଦ୍ଧିଜୀବୀ ମହଲ ରେ ଅଭିଯୋଗ ହେଉଛି ।
ଅନ୍ୟପଟେ ଦୋଷ ଦୁର୍ବଳତା କୁ ଘୋଡାଇବା ପାଇଁ ଅବକାରୀ ବିଭାଗ ଓ ପୋଲିସ ନାମକୁ ମାତ୍ର ଗ୍ରାମଞ୍ଚଳ ର ଆଦିବାସୀ ନିରହ ଲୋକମାନେ ଦୁଇ, ଚାରି କିଲୋ ମହୁଳରାନ୍ଧି ମଦ ସଂଗ୍ରହ କରୁଥିବା ବେଳେ ନିରହ ଲୋକଙ୍କ ଠିକଣା ନେଇ କୌଣସି ମତେ ଖବର ରଖି ବିଭାଗ ପାରିବା ପଣିଆ କୁ ଦେଖାଇ ଚଢ଼ାଉ କରି ନିଜ କାର୍ଯ୍ୟ କୁ ସ୍ୱଚ୍ଛତା ଦେଖାଉଥିବା ଅଭିଯୋଗ ହେଉଛି ।
କିନ୍ତୁ ଖୋଦ ଜନ ଗହଳି, ଦୋକାନ ବଜାର, ସ୍କୁଲ, ମନ୍ଦିର ଓ ଗ୍ରାମଞ୍ଚଳ ଗୁଡିକ ରେ ଖୋଲା ରେ ବିକ୍ରି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନ ଥିବାରୁ ବିଭାଗର ପାତର ଅନ୍ତର କାର୍ଯ୍ୟ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି l ତେଣୁ ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ କୁଚିଆ ମଦ ବିକ୍ରି କୁ ସମ୍ପୂର୍ଣ ରୂପେ ବନ୍ଦ ରଖିବା ପାଇଁ ପଦକ୍ଷେପ ନେବାକୁ ସାଧରଣ ରେ ଦାବି ହେଉଛି l ଏନେଇ ଜିଲ୍ଲା ଅବକାରୀ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ସହ କୁଚିଆ ମଦବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି l