ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା,ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ

467 0

ଯାଜପୁର :ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ। ସୂଚନା ମୁତାବକ ଗତ ମାସ ୩୦ ତାରିଖରେ ପୋଲିସ ଅତ୍ୟାଚାର ଫଳରେ ମଲ୍ଲିପୁର ଗ୍ରାମର ଉଗ୍ରସେନ ବାରିକଙ୍କ ପୁଅ ସରୋଜ ବାରିକ ଆତ୍ମହତ୍ୟା କରିଥିଲେ।

ପରିବାର ଲୋକେ ଏବଂ ଗ୍ରାମବାସୀ ମିଳିତ ଭାବେ ଏହାକୁ ପ୍ରତିବାଦ କରି ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଥାନା ଅଧିକାରିଣୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ପରେ ଆତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗ୍ରାମବାସୀ ଏବଂ ପରିବାର ବର୍ଗ ଏ ଆତ୍ମହତ୍ୟା ପାଇଁ ମଙ୍ଗଳପୁର ଥାନା ଅଧିକାରିଣୀଙ୍କୁ ସିଧାସଳଖ ଦାୟୀ କରିଥିଲେ।

ଏ ନେଇ ମଧ୍ୟ ଯାଜପୁର ଏସ୍ପିଙ୍କୁ ଗତକାଲି ଭେଟି ଅଭିଯୋଗ କରିଥିଲେ। ଆଜି ଥାନା ଅଧିକାରିଣୀଙ୍କ ବିରୁଦ୍ଧରେ ଆସିଥିବା ବିଭିନ୍ନ ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିନାରାଣୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ପବିତ୍ର ମହାରଣାଙ୍କୁ ମଙ୍ଗଳପୁର ଥାନା ଦାୟିତ୍ୱ ମିଳିଛି।

Related Post

ମା ବିରଜା ଙ୍କ ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ

Posted by - October 8, 2020 0
କଟକ:ଶାରଦୀୟ ଦୁର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବହମାନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ…

ସରିଲା ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନଵଦିନାତ୍ମକ ରଥଯାତ୍ରା

Posted by - October 13, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସରିଲା ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୁର୍ବୋତ୍ସବ ଅବସରରେ ନଵଦିନାତ୍ମକ ରଥଯାତ୍ରା। ପ୍ରତିପଦ ରୁ ଆରମ୍ଭ ହୋଇଥିବା…

ସମ୍ବଲପୁର ଡିଆରଏମଙ୍କ ନିକଟକୁ ଟିଟିଲାଗଡ଼ ବଣିକ ସଂଘର ୨୧ ସୂତ୍ରିୟ ଦାବିପତ୍ର ପ୍ରଦାନ

Posted by - October 3, 2022 0
ଟିଟିଲାଗଡ: :(ସଞ୍ଜୟ କୁମାର ନାୟକ)ଆଜି ଟିଟିଲାଗଡ ବଣିକ ସଂଘର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ବରେ ସ୍ଥାନୀୟ ଅତିରିକ୍ତ ରେଳବାଇ ମ୍ୟାନେଜର ଉଦ୍ଧବ ରାମଙ୍କ ମାଧ୍ୟମରେ…

UPSC ପରୀକ୍ଷାରେ ସମ୍ବଲପୁର ଆଙ୍କିତ ବର୍ମା ୧୮୪ ନମ୍ବର

Posted by - September 27, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ଯ ହେଲେ ସମ୍ବଲପୁରର ସୁନା ପୁଅ । ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ କୁମାର ବର୍ମା…

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼,ହତ୍ୟା ସନ୍ଦେହ -ସ୍ଵାମୀ ଅଟକ

Posted by - January 6, 2019 24
କଟକ: ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଓ ନିକିତାଙ୍କ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା। ଗତକାଲି ସନ୍ଦେହଜନକ ଭାବେ ନିକିତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ…