ନର୍ଲା:(ଅମୀୟ କୁମାର ଦାସ)କୁରମେଲ ଗ୍ରାମରେ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ନବ କିଶୋର ମାଝୀ ଙ୍କୁ ତାଙ୍କର ପୁଅ ପୁରୁଷତ୍ତମ ମାଝୀ ବୟସ-୧୯ ବର୍ଷ ଟାଙ୍ଗିଆ ରେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଥିବା ଘଟଣା କୁ ନେଇ ପୋଲିସ ଅଭିଯୁକ୍ତ ଧରିବା ପାଇଁ ଖୋଜାଖୋଜି କରୁଥିଲା ।
ଆଜି ଗୁରୁବାର ଦିନ୧୨ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ବାଲିଶୀଙ୍ଗା ପଂଚାୟତ ର ବୋରିଙ୍ଗପଦର ଗ୍ରାମ ନିକଟରେ ଥିବା ଏକ ନାଳ ରୁ ଏକ ମୃତ ଯୁବକ ଙ୍କ ଶବ ଭାସୁଥିବା ଗାଆଁ ଲୋକେ ଦେଖି ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲା, ଉକ୍ତ ମୃତ ଯୁବକ ନାମ ପୁରୁଷତ୍ତମ ମାଝୀ ବୋଲି ଜଣାପଡିଥିଲା ଉକ୍ତ ଅଭିଯୁକ୍ତ ନିଜର ବାପା ଙ୍କୁ ନିର୍ମମ ଭାବେ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ସୁଚନା ମିଳୁଛି ।
ଏହି ଘଟଣା କୁ ନେଇ ଏକ ସନ୍ଧ।ନୀ କୁକୁର ସହିତ ଦଲବଳ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।ଏହା ନେଇ ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ କହିଲେ ଯେ ପୁରୁଷୋତମ ମାଝୀଙ୍କ ଶବ ମିଳିଛି ଓ ଶବ ବ୍ୟବଛେଦ ପାଇ ପଠା ଯାଇଛି ହେଲେ ଏହା ଏକ ଏଣ୍ଟିମରଟମ କେସ ହୋଇଛି ଓ ଏହାର ସଠିକ କାରଣ ଜଣା ପଡିନାହି ଯାହା କି ପ୍ରେସର କିମ୍ବା ମଦ ନିଶା ଯୋଗୁ ଘଟି ଥାଇପାରେ ବୋଲି କହିଥିଲେ ଓ ଡାଏଟମ ଟେଷ୍ଟ ପରେ ହି ଏହାର ରିପୋଟ ଜଣା ପଡିବ ବୋଲି ପ୍ରକାଶ କରିଥିଲେ ।