ରାୟଗଡ଼ା ଜେମାଦେଇପେଣ୍ଠ ଠାରେ ମାଁ ମଝିଘରିୟାଣୀ ମାଁଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

276 0

ରାୟଗଡ଼ା :(ରମାକାନ୍ତ ପୋଡାଳ ) ରାୟଗଡ଼ା ବ୍ଳକ ଅନ୍ତର୍ଗତ ଜେମାଦେଇପେଣ୍ଠ ଠାରେ ମାଁ ମଝିଘରିୟାଣୀ ମାଁଙ୍କ ନୂତନ ମନ୍ଦିର ସହ ମାଁ ମଝିଘରିୟାଣୀ ମାଁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି।ପାଞ୍ଚ ଦିନ ଧରି ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ରୀତିକାନ୍ତିର ସହ ୧୦୮ କଳସଯାତ୍ରାରେ ହଜାରେ ହଜାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ପ୍ରଥମ ଦିନରେ ଅଙ୍କୁରାପୋପଣ ଦୀକ୍ଷା ଗ୍ରହଣ, କଳସ ସ୍ଥାପନା, ଅଗ୍ନି ସ୍ଥାପନା, କୁଠ ସଂସ୍କାର ସ୍ଥାପନା, କୁଠ ସଂସ୍କାର ଯଜ୍ଞ ମଠପରେ ପୂଜାର୍ଚ୍ଚନା, ଦ୍ୱିତୀୟ ଦିନରେ ସ୍ତମ୍ଭପୂଜା, ବନଜାଗ, ଇନ୍ଦ୍ରଇଦ୍ରାଣୀପୁଜା, ଦୀକ୍ଷା ଗ୍ରହଣ ରତ୍ନମୁଦ, ସୂର୍ଯ୍ୟପୂଜା, କାରୁଶାଳା, ନ୍ୟାସ ହୋମ ଶେଷ ଦିନରେ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ଗୋ ପୂଜା, ଦେବତା ପ୍ରବେଶ, ମହାଧୱକ ଉତ୍ତୋଳନ, ରତ୍ନମୁଦ ପୂଜା, ପାଶ୍ରୱ ଦେବତା ସ୍ଥାପନ, ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ ପୂର୍ଣ୍ଣାହୂତି, ଗାଁ ବନ୍ଧନ, ପୁଷ୍ପଞ୍ଜଳି ଆଦି ବିଧିବଦ୍ଧ ଭାବେ ଅନୁଷ୍ଠିତ କରାଯାଇଥିଲା ।

ଏଥିସହ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁ ଭକ୍ତଗଣ ମାନଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଗ୍ରାମ ସହ ସାରା ଜିଲ୍ଲାରେ ବାଧାବିଘ୍ନ ସମୟରେ ମାଁ ମଝିଘରିୟାଣୀ ମାଁ ସାହା ହୋଇଥାନ୍ତି ବୋଲି ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ଯୋଗେଶ୍ଵର ଦାସ ପ୍ରକାଶ କରିଛନ୍ତି । ପୂଜାବିଧି କାର୍ଯ୍ୟକ୍ରମ ପୂଜକ ଶ୍ରୀ ରାମଚନ୍ଦ୍ର ଦାଶ ଏବଂ ଶ୍ରୀ ସନ୍ତୋଷ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଵାମୀ ଯୋଗିଶ୍ରୀ ଚୈତନ୍ୟ ରାମଜୀ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ ।

ଏହି ଅବସରରେ ଗ୍ରାମକୁ ରଂଗୀନ ଆଲୋକରେ ସଜାଇବା ସହ ନାମ ସଂକୀର୍ତ୍ତନ ର ଆୟୋଜନ କରାଯାଇଛି । ଉକ୍ତ ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଗଣ ଯୋଗ ଦେଇ ପ୍ରତ୍ୟେକ ଦିନ ହୋଇଥିବା ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଉକ୍ତ ପ୍ରତିଷ୍ଠା ଉତ୍ସବ କୁ ମନ୍ଦିର କମିଟି ର ସଭାପତି ଯୋଗେଶ୍ଵର ଦାସ , ସମ୍ପାଦକ ଶ୍ରୀ କେ ରାମ ବାବୁ , ଏମ ଗୈାରୀ ସଙ୍କର , ମୁକୁନ୍ଦ ପିଡିକା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବକୁ ଗଣେଶ କୁମାର ସାହୁ , ଏସ ଲୋକନାଥ , ବିଜୟ କୁମାର ଚୌଧୁରୀ , ଗୁଡାଲା ସାଇ କୁମାର , ମାଝୀ ତାଡିଙ୍ଗି , ମେଲାକା ପରମେଶ , ମେଲେକା ଡିଗ୍ରୀ , ରାଜା ରାଓ ମେଲେକା , ପୁଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Related Post

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ

Posted by - September 6, 2019 0
ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ…

ପ୍ରଥମ ୫ ଶହ ଆକ୍ରାନ୍ତ ଛୁଇଁବା ପାଇଁ ୨ ମାସ ,ଏବେ ମାତ୍ର ୮ ଦିନରେ ୫ ଶହ

Posted by - May 21, 2020 0
ଭୁବନେଶ୍ବର :ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ୩୫୯ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ…

କଲେଜ ଫାଟକରେ ପଡିଲାତାଲା,ପ୍ରାକ୍ଟିକାଲ ରେ ପାସ ପାଇଁ ଅଧ୍ୟାପିକା ମାଗୁଛନ୍ତି ଟଙ୍କା

Posted by - January 26, 2023 0
ହରଭଙ୍ଗା: ୨୫/୦୧(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଟ ମହାବିଦ୍ୟାଳୟ ର ଶିକ୍ଷାବିଭାଗ ଅଧ୍ୟାପିକା ଛାତ୍ରଛାତ୍ରୀ ଙ୍କୁ ପ୍ରାକ୍ଟିକାଲ ରେ ପାସ କରାଇବା ପାଇଁ ଟଙ୍କା ମାଗୁଥିବାରୁ…

ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ

Posted by - March 2, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀକଲ୍ୟାଣ ସମିତି ର କାର୍ଯ୍ୟନିର୍ବାହୀ କମିଟିର ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ…

୨୭ ତାରିଖ ସୋମବାର ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା

Posted by - May 25, 2019 348
ଭୁବନେଶ୍ବର:ପଞ୍ଚମ ଥର ଶାସନ ଡୋର ଧରିବା ପୂର୍ବରୁ ବିଜେଡି କ୍ୟାମ୍ପରେ ଜବରଦସ୍ତ ଉତ୍ସାହ । ରାଜ୍ୟବ୍ୟାପୀ ଚାଲିଛି ଦଳୀୟ ନେତା ଓ କର୍ମୀଙ୍କ ସେଲିବ୍ରେସନ୍ । ୧୧୨ଟି…