ଦୈବୀ ଦୁର୍ଘଟଣାକୁ ନେଇ ବିଜେପି ହିନ ରାଜନୀତି ନ କରୁ- ସାମ୍ବାଦିକ ସମ୍ମିଳନୀରେ ଆଦିବାସି ସଙ୍ଘର ଚେତାବନୀ

36 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କିଛି ଦିନ ତଳେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟଙ୍କଧର ହେଉଛନ୍ତି ସାଂସଦ ଶ୍ରୀ ବିଶୀଙ୍କ ଆତ୍ମୀୟ ସମ୍ପର୍କିୟ। ଏହା ଜାଣିବା ପରେ ସେ ଦୁଃଖ ପ୍ରକାଶ କରିବା ସହ ନିଜେ ଟଙ୍କଧରଙ୍କ ଗ୍ରାମକୁ ଯାଇ ସବ ସତ୍କାର କରିବା ସହ ପରିବାର ସଦସ୍ୟ ତଥା ଜାତି ସମାଜର ବନ୍ଧୁ ବର୍ଗଙ୍କୁ ଭେଟି ମୃତ ଟଙ୍କଧରଙ୍କ ପରିବାରର ସମସ୍ତ ପ୍ରକାର ସୁବିଧା ବୁଝିବେ ବୋଲି ପ୍ରତିଶୃତି ଦେଇ ଫେରିଥିଲେ।

କିନ୍ତୁ ଏହି ଦୈବୀ ଦୁର୍ଘଟଣାକୁ ନେଇ ବିଜେପି ଦଳର ନେତା ଶିବାଜି ମହାନ୍ତି ହିନ ରାଜନୀତି କରୁଥିବାରୁ ତାଙ୍କ ବିରୁଦ୍ଧରେ ଜିଲ୍ଲା ଆଦିବାସି କଲ୍ୟାଣ ସଙ୍ଘ ତରଫରୁ ଏଟ୍ରୋସିଟି କରାଯିବ ବୋଲି ଟିଟିଲାଗଡ ଆଦିବାସି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସି କଲ୍ୟାଣ ସଂଘର ଜିଲ୍ଲା ସଂଗଠକ ଶ୍ରୀ ଥବିର ପୁଝାରୀ ସୂଚନା ଦେଇଛନ୍ତି। ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କ ଲୋକପ୍ରିୟତାକୁ ସହି ନପାରି ଇର୍ଷା ପରାୟଣ ହୋଇ ଅଯଥା ବଦନାମ ତଥା ନିନ୍ଦା କରୁଥିବା ଯୋଗୁଁ ଏହିଭଳି ହିନ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଥିଲେ ବୋଲି ଉପସ୍ଥିତ ସ୍ଥାନୀୟ ନେତୃତ୍ୱ ବୃନ୍ଦ ନିଜ ବକ୍ତବ୍ୟରେ କହିଥିଲେ।

ଗାଡି ଦୁର୍ଘଟଣା ସମୟରେ ରାଜ୍ୟସଭା ସାଂସଦ ଉପସ୍ଥିତ ନ ଥିଲେ, ତାପରେ ପୋଲିସ ପକ୍ଷରୁ ଆଇନ ଅନୁଯାୟୀ ତଦନ୍ତ ଜାରି ରହିଥିବା ବେଳେ ଅଯଥାରେ ମାନ୍ୟବର ସାଂସଦଙ୍କ ବିରୁଦ୍ଧରେ ବିଜେପି ନେତା ଦେଉଥିବା ମନ୍ତବ୍ୟ ମିଥ୍ୟା, ମନ ଗଢା,କପୋଳ କଳ୍ପିତ, ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ହିନ ରାଜନୀତିରୁ ନିବୃତ ରହିବାକୁ ଆଦିବାସି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି, ଯେହେତୁ ଆଦିବାସି ମାନଙ୍କ ହକ ପାଇଁ ସଦା ସର୍ବଦା ଶ୍ରୀ ବିଶି ଲଢେଇ ଜାରି ରଖି ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି, ସେଥିପାଇଁ ଆମ ରାଜ୍ୟସଭା ସାଂସଦଙ୍କୁ ବଦନାମ କରିବା ଯୋଜନାକୁ ଆମେ ଦୃଢ଼ ନିନ୍ଦା କରିବା ସହ ବିଶାଳ ସଶସ୍ତ୍ର ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି।

Related Post

ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲେ ପାଣିପାଗ ବିଭାଗ

Posted by - January 12, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ୧୭ ଟି ଜିଲ୍ଲାକୁ Yello ୱାର୍ଣିଁ…

ବୌଦ୍ଧ ରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳଙ୍କ ସହିତ ବରଗଡ଼ ବ୍ୟବସାୟୀ ଙ୍କ ଆଲୋଚନା

Posted by - October 1, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ରେ ହସ୍ତ ତନ୍ତ ଓ ସମ୍ବଲପୁରୀ ଶାଢ଼ୀ ର ବଜାର ଖୋଲିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଙ୍କ ଉଦ୍ୟମ ଜାରି ରହିଛି…

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ମୃଡୁ ଭୂମିକମ୍ପ ଝଟକା

Posted by - March 4, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ଉମରକୋଟ ଚନ୍ଦାହାଣ୍ଡି,ଝରୀଗାଁ ରେ ମୃଡୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି l ଏ ନେଇ ଆଞ୍ଚଳିକ ପାଣିପାଗ…

ବାପା,ମାଁ ଛେଉଣ୍ଡ ଥିବା ୫ଜଣ ଶିଶୁଙ୍କ ଦାୟିତ୍ବ ନେଲା ଶିଶୁ ମଙ୍ଗଳ ସମିତି

Posted by - July 4, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଠୁକାସାହିରେ ରହୁଥିବା ଅଚ୍ୟୁତ ବେହେରାଙ୍କ ୩ଝିଅ, ୨ପୁଅ ଙ୍କ ପାଖରେ ପହଂଚିଲା ବୌଦ୍ଧଜିଲ୍ଲା ଶିଶୁମଙ୍ଗଳ ସମିତି । ସୁଚନାଥାଉକି…

ଗାଁରେ ଆସୁନି ମୋବାଇଲ୍‌ ନେଟ୍‌ୱର୍କ,ନିଜ ହାତରେ ମଞ୍ଚା ବାନ୍ଧି ପଢ଼ୁଛନ୍ତି ଅନ୍‌ଲାଇନ୍‌ ପାଠ

Posted by - June 26, 2021 0
ମୋହନା : ଗାଁରେ ଆସୁନି ମୋବାଇଲ୍‌ ନେଟ୍‌ୱର୍କ। ତେଣୁ ମଞ୍ଚାରେ ଗଢ଼ା ହେଉଛି ଦେଶର ଭବିଷ୍ୟତ। ପିଲାମାନେ ନିଜ ହାତରେ ମଞ୍ଚା ବାନ୍ଧି ପଢ଼ୁଛନ୍ତି ଅନ୍‌ଲାଇନ୍‌ ପାଠ।…