Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

40 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଗକୁ ଆସୁଛି ପବିତ୍ର ରଥ ଯାତ୍ରା। ଏଥିପାଇଁ ଟିଟିଲାଗଡରେ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା-୨୦୨୩ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ କିପରି ପାଳନ କରାଯିବ ସେ ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଟ୍ରଷ୍ଟି ଶ୍ରୀ ସଂଜୀବ ପାଢୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ପ୍ରସ୍ତୁତି ବୈଠକର ଆଲୋଚ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ ଆଗାମୀ ପବିତ୍ର ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ମହାପ୍ରଭୁଙ୍କର ନିତିକାନ୍ତି ଅନୁସାରେ ପାଳନ କରାଯିବ, ସେ ଦିଗରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ।

ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସହରରେ ଆବଶ୍ୟକ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ,ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ନାଳ ଆବର୍ଜନା ସଫେଇ, ପାନୀୟ ଜଳର ବ୍ୟବସ୍ଥା, ଜରୁରୀ ଚିକିତ୍ସା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆବଶ୍ୟକ ପୋଲିସ ମୁତୟନ, ବିଜୁଳି ସେବାର ବ୍ୟବସ୍ଥା, ଅଗ୍ନିଶମ ସେବାର ପ୍ରସ୍ତୁତି, ଅନ୍ନଭୋଗର ବ୍ୟବସ୍ଥା , ରଥଯାତ୍ରାର ଧାରା ବିବରଣୀ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା ।

ସଂପୃକ୍ତ ବିଭାଗର ଅଧିକାରୀ ମାନେ ବିଭାଗୀୟ ନ୍ୟସ୍ତ ଦାୟିତ୍ଵ ସୁଚାରୁରୂପେ ତୁଳାଇବା ପାଇଁ ଉପଜିଲ୍ଲାପାଳ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମଧ୍ୟ କାମନା କରିଥିଲେ। ଏହି ବୈଠକରେ ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପ, ଶ୍ରୀ ଚନ୍ଦ୍ର ପ୍ରସାଦ ଦେହୁରି, ଶ୍ରୀ ଭବାନୀ ହୋତାଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିରର ସମସ୍ତ ସଦସ୍ୟ, ସହରର ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ।

Related Post

ଜୁଯୋମୁରାରେ ଅହିଂସା ରଥର ପରିକ୍ରମା , ରଥକୁ କରାଗଲା ସ୍ୱାଗତ ସମ୍ବର୍ଦ୍ଧନ।

Posted by - August 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ଼ ଲୋକ ସମ୍ପର୍କ ବିଭାଗ ତତ୍ଵାଧାନରେ ଅଗଷ୍ଟ ୧୫ ତାରିଖ ରୁ ବାହାରିଥିବା…

ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ

Posted by - April 28, 2023 0
ଧର୍ମଗଡ଼:୨୮/୪(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ସ୍ଵାଭିମାନ ଦିବସ ଧର୍ମଗଡ଼ ଠାରେ ପାଳିତ ହୋଇଯାଇଛି। ସଂଘର ସମ୍ପାଦକ ବିଶ୍ଵରଞ୍ଜନ ମୁଣ୍ଡ ଙ୍କ…

ନାଚ ଗୀତ ରେ ଦୁଲୁକିଲା ପଏଁରୀ ତିହାର

Posted by - March 28, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ନୃତ୍ୟ ଓ ସଂଗୀତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣପୁର ର ପଏଁରୀ ତିହାର ଆଜି ସ୍ଥାନୀୟ ଭୀମ ଭୋଇ କଳା ମଣ୍ଡପ ଠାରେ…

ବୌଦ୍ଧଜିଲାରେ ବନ୍ୟା କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦଙ୍କ ସମୀକ୍ଷା

Posted by - August 24, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲାରେ ବନ୍ୟାଜନିତ କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ…

ଜବର ଦଖଲ ମୁକ୍ତ କରି ୧୪୪ ଧାରା ମଧ୍ୟରେ ବଙ୍ଗୋମୁଣ୍ଡା ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ

Posted by - June 8, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର ) ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ମଇ ମାସ ୨୫…