ଭବାନୀପାଟଣା:(ନରେନ୍ଦ୍ର ନେଗୀ)ବିଜେଡ଼ି ସଂଗଠକ ହରିହର ଦାସଙ୍କ ବିୟୋଗରେ ଆଜି ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ଏକ ଶୋକସଭା ଆୟୋଜନ କରିବା ସହ ତାଙ୍କ ଆତ୍ମା ର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଜନତା ଦଳ ସମୟରୁ ସେ ଦଳର ଏକ ଶୃଙ୍ଖଳିତ କର୍ମୀ ଭାବରେ କାମକରି ଆସୁଥିଲେ ।
ଏହି ଶୋକସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ମ୍ୟୁନିସିପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଉପ ସଭାପତି ପ୍ରଦୀପ ମୁଣ୍ଡ, ଯୁବ ସଭାପତି ଆଦିତ୍ୟ ନନ୍ଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ସାମନ୍ତ ଖମାରୀ, ବଦ୍ରି ନାରାୟଣ ପଟ୍ଟନାୟକ, ରାଜକୁମାର ଛତ୍ରିଆ, ହୃଷିକେଶ ସାହୁ, ବିଜୟ ମାଝି, ସେନାପତି ନାଏକ, ରବିଚନ୍ଦ୍ର ନାଏକ, ନରେନ୍ଦ୍ର ନାଏକ, ରମେଶ ଚନ୍ଦ୍ର ଦାସ,ଶେଖ୍ ମୁନାଵର୍ ପ୍ରମୁଖ ଯୋଗଦେଇଥିଲେ।