ବୌଦ୍ଧ:(ଚିତ୍ତରଂଜନ ସାହୁ)ଖଣି ଇସ୍ପାତ ବିଭାଗ ଅତିରିକ୍ତ ସଚିବ ଚିତ୍ତରଂଜନ ସାହୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟର ସମୀକ୍ଷା କରିଛନ୍ତି l ଖଣି ଇସ୍ପାତ ବିଭାଗ ଅତିରିକ୍ତ ସଚିବ ଚିତ୍ତରଂଜନ ସାହୁ ବୁଧବାର ଠାରୁ ବୌଦ୍ଧ ଜିଲା ଗସ୍ତରେ ଆସିଛନ୍ତି l ଜିଲାରେ ଚାଲିଥିବା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ନେଇ ଏକ ଜିଲାସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି l ବୌଦ୍ଧ ଜିଲାରେ ଏହି ସର୍ଭେ କାର୍ଯ୍ୟକ୍ରମ ୧ ତାରିଖ ଠାରୁ ଆରମ୍ଭ ହୋଇଛି l
ଗତକାଲି ଖଣି ଇସ୍ପାତ ବିଭାଗ ଅତିରିକ୍ତ ସଚିବ ଚିତ୍ତରଂଜନ ସାହୁ ବୌଦ୍ଧ ସହରର ବିଭିନ୍ନ ଅଂଚଳରେ ଚାଲିଥିବା ସର୍ଭେ କାର୍ଯ୍ୟ କୁ ବୁଲି ତଦାରଖ କରିଥିଲେ l ଜିଲାରେ ୪୫୯ ଜଣ କର୍ମଚାରୀ ୪୪୫ ଟି କେନ୍ଦ୍ରରେ ସର୍ଭେ କାର୍ଯ୍ୟ କରୁଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର , ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ସମସ୍ତ ବିଡ଼ିଓ , ସହକାରୀ ଜିଲାପାଳ ମାନେ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ l ଏହି ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ lରିପୋର୍ଟ, ଚିତ୍ତରଞ୍ଜନ ସିଂହ,