ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ନାରାୟଣ ଉଚ୍ଚବିଦ୍ୟାଳୟ ଛତ୍ରଙ୍ଗ ର ହିନ୍ଦୀ ଶିକ୍ଷକ ମିଷ୍ଟଭାଷୀ ପରୋପକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କ ବିୟୋଗରେ ଆଜି ପୁରାତନ ଓ ବର୍ତମାନ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ ଠାରେ ଅବକାଶ ସାହୁଙ୍କ ଆବାହକତ୍ବରେ ଅଞ୍ଚଳର ସମାଜସେବୀ ସୁଧୀର ଦୀପ ଙ୍କ ସଭାପତିତ୍ୱରେ ସ୍ମୃତିରେ ପ୍ରତାପ ସାର ଶୀର୍ଷକ ଏକ କାର୍ଯ୍ୟକ୍ରମ ୨୪ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l
ଏହି ସ୍ମୃତିସଭାରେ ପ୍ରାକ୍ତନ ଛାତ୍ର ସଞ୍ଜୟ କୁମାର ପ୍ରଧାନ ରମାକାନ୍ତ ଭୋକ୍ତା ଗଗନ ରଣା ରଞ୍ଜନ ଦଳେଇ ଅନିଲ ପ୍ରଧାନ ବବିତା ଦେହୁରୀ ସଂଯୁକ୍ତା ଭୋକ୍ତା କାଳିଆ ବେହେରା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପରିଶେଷରେ ଗଗନ ଦେହୁରୀ ଧନ୍ୟବାଦ ଅର୍ପଣ ସହ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ l