କ୍ରସର ବିରୋଧୀ ଆନ୍ଦୋଳନ ର ହୋଇପାରୁ ନାହିଁ ସମାଧାନ

40 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)କ୍ରସର ହଟାଓ ଦାବି ନେଇ ଆଜକୁ ୬ମାସ ହେଲା ଆନ୍ଦୋଳନ ରେ ବସିଛନ୍ତି ବୌଦ୍ଧ ଜିଲ୍ଲା ଖରଭୁଇଁ ଗ୍ରାମବାସୀ । ଫେଲ ମାରିଛି ପ୍ରଶାସନ ଓ ଆନ୍ଦୋଳନ କାରୀ ଙ୍କ ମଧ୍ୟରେ ଆଲୋଚନା । ଅନ୍ୟପଟେ ବନ୍ଦ ଥିବା କ୍ରସର ପୁନଃ କାଯ୍ୟକ୍ଷମ ହେବା ପରେ ଏବେ ଗ୍ରାମବାସୀ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କତ୍ତୃପକ୍ଷ (ସିଆ) ର ଦ୍ଵାରାସ୍ତା ହୋଇଛନ୍ତି । ଆସନ୍ତୁ ଦେଖିବା ଏହି ରିପୋର୍ଟ ।

କ୍ରସର ବନ୍ଦ ଆନ୍ଦୋଳନ ରେ ଗ୍ରାମବାସୀ । ଆନ୍ଦୋଳନ ର ୬ମାସ ବିତିଯାଇଥିଲେ ସୁଧା ବାହାରି ପାରୁନି ସମାଧାନ ର ବାଟ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଖରଭୁଇଁ ଗ୍ରାମ ରେ ଗଢି ଉଠିଥିଲା ଏକାବେଳେ କେ ୩ଟି ଷ୍ଟୋନ କ୍ରସର । କ୍ରସର ରେ ବେଆଇନ ବ୍ଲାଷ୍ଟିଙ୍ଗି ଯୋଗୁଁ କମ୍ପନ ସୃଷ୍ଟି ହେବା ହେତୁ ଲୋକେ ଆତଙ୍କିତ ହୋଇଥିବା ବେଳେ ସେମାନଙ୍କ ଘର ଗୁଡିକରେ ଫାଟ ସୃଷ୍ଟି ହେବା ସହିତ ଫସଲ ମଧ୍ୟ ନଷ୍ଟ ହେଉଥିବା ବେଳେ ଲୋକେ ରୋଗରେ ପଡୁଛନ୍ତି । ତେଣୁ ନିଜ ଜଙ୍ଗଲ ଜମି ପରିବେଶ କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆଜକୁ ୬ମାସ ରୁ ଉର୍ଦ୍ଧ ସମୟ ହେଲେ ଆନ୍ଦୋଳନ ରେ ବସି ରହିଛନ୍ତି ଗ୍ରାମବାସୀ ।

ତେବେ ଆନ୍ଦୋଳନ ର ସମାଧାନ ପରିବର୍ତେ ପ୍ରଶାସନ ପୁନଃ କ୍ରସର ଚଳାଇବା ପାଇଁ ଏଆରଏସଏସ କମ୍ପାନୀ କୁ ଅନୁମତି ପ୍ରଦାନ କରିଛନ୍ତି । ଯାହାକୁ ବିରୋଧ କରି ଖରଭୁଇଁ ଗ୍ରାମବାସୀ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କତ୍ତୃପକ୍ଷ(ସିଆ) ର ଦ୍ଵାରସ୍ତ ହୋଇ ଥିଲେ । ସିଆ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ ଗ୍ରାମବାସୀ ଓ କ୍ରସର ମଧ୍ୟରେ ଆଲୋଚନା କରିବା ନିମନ୍ତେ । କିନ୍ତୁ ହରଭଙ୍ଗା ତହସିଲଦାର ଙ୍କ ନେତୃତ୍ୱରେ ବସି ଥିବା ଆଲୋଚନା ସମ୍ପୂର୍ଣ୍ଣ ଫେଲ ମାରିଛି । ଅନ୍ୟପଟେ ଯେ ପଯ୍ୟନ୍ତ କ୍ରସର ସମ୍ପୂର୍ଣ୍ଣ ନ ହଟିଛି ସେ ପଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ l

କ୍ରସର ସମ୍ପର୍ଣ୍ଣ ବନ୍ଦ ପାଇଁ ଗ୍ରାମବାସୀ ଆନ୍ଦୋଳନ ରେ ବସିଥିବା ବେଳେ ଜିଲ୍ଲା ପ୍ରଶାସନ ଜିଲ୍ଲାର ଉର୍ଣ୍ଣୟନ ମୂଳକ କାମ କୁ ଢାଲ କରି ଏଆରଏସଏସ ନାମକ କମ୍ପାନୀ କୁ କ୍ରସର ଚଳାଇବା ପାଇଁ ନିର୍ଦେଶ ଦେଇଛି । ଯାହାକୁ ଗ୍ରାମବାସୀ ବିରୋଧ କରିଥିବା ବେଳେ କେଉଁ ନିୟମ ଆଧାରରେ କ୍ରସର ଓ ପଥର କ୍ୟାରି ଚାଲୁଛି । ଏଥିପାଇଁ କଣ ଆଇନ ରହିଛି ବୋଲି ପ୍ରସାରଣ କୁ ବୈଠକ ରେ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଅପରପକ୍ଷରେ କ୍ରସର ମାଲିକ ସିଆ ଓ ଗ୍ରାମବାସୀ ଙ୍କ ଉତ୍ତର ରେ ସ୍ପଷ୍ଟୀକରଣ ରଖିଛନ୍ତି ।

କ୍ରସର ଚାଲିବାର ସମସ୍ତ ପ୍ରମାଣ ପତ୍ର ଯଥା ପରିବେଶ ଅନୁମତି ପତ୍ର , ଜଙ୍ଗଲ ଜମି କ୍ଲିୟରାନ୍ସ ,ବ୍ଲାଷ୍ଟିଙ୍ଗ ପରମିଶନ ଆଦି ପୈଠ କରିଥିବା ବେଳେ କ୍ରସର କୌଣସି ବେଆଇନ ଭାବେ ଚାଲି ନଥିବା ବେଳେ ସରକାର ଙ୍କ ସମସ୍ତ ନିୟମ ପାଳନ କରାଯାଉଛି ବୋଲି ଏଆରଏସଏସ ର ପ୍ଲାଣ୍ଟ ମ୍ୟାନେଜର କହିଛନ୍ତି । ଅନ୍ୟପଟେ ନୂତନ ନିୟମ ଅନୁସାରେ ଜିଲ୍ଲାର ସମସ୍ତ କ୍ରସର ଷ୍ଟିଲ ଓ ମାଇଁନିଙ୍ଗ ବିଭାଗ କୁ ହସ୍ତାନ୍ତର କରାଯିବ । ଏହି ହସ୍ତାନ୍ତର ସମୟରେ ଯଦି ସେଭଳି କିଛି ଅନିୟମିତତା ଆସିବ ତାହାଲେ କାଯ୍ୟାନୁଠନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।ଗୋଟିଏ ପଟେ ଗ୍ରାମବାସୀ କ୍ରସର ହଟାଓ ଜିଦ ରେ ଅଟଳ ଥିବା ବେଳେ କ୍ରସର ମାଲିକ ଙ୍କୁ କ୍ରସର ଚଳାଇବା ପାଇଁ ପୁନଃ ଅନୁମତି ଦେଇ ଏବେ ହରଡଘଣା ରେ ପଡିଛି ପ୍ରଶାସନ ।ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ବୌଦ୍ଧ

Related Post

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ଆଇସୋଲେସନ ୱାର୍ଡରେ ଜଣଙ୍କର ମୃତ୍ୟୁ – ରିପୋର୍ଟ ନେଗେଟିଭ ଆସିବା ପରେ ହେଲା ବ୍ୟବଚ୍ଛେଦ.

Posted by - July 13, 2020 3
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ ପ୍ରାୟ ୧୫ ଘଣ୍ଟା ମୃତଦେହ ପଡି ରହିଥିଲା ।…

ବୌଦ୍ଧ ରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳଙ୍କ ସହିତ ବରଗଡ଼ ବ୍ୟବସାୟୀ ଙ୍କ ଆଲୋଚନା

Posted by - October 1, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ରେ ହସ୍ତ ତନ୍ତ ଓ ସମ୍ବଲପୁରୀ ଶାଢ଼ୀ ର ବଜାର ଖୋଲିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଙ୍କ ଉଦ୍ୟମ ଜାରି ରହିଛି…

ବୌଦ୍ଧଜିଲା ମୁଖ୍ୟଚିକିତ୍ସାଳୟକୁ ଜିଲାପାଳଙ୍କ ଅଚାନକ ପରିଦର୍ଶନ

Posted by - May 11, 2023 0
ବୌଦ୍ଧ:୧୦ା୫(ଚିତ୍ତରଞ୍ଜନ ସିଂହ)ଜିଲାପାଳ ସତ୍ୟରଂଜନ ସାହୁ ବୁଧବାର ପୂର୍ବାହ୍ନରେ ଅଚାନକ ଭାବରେ ବୌଦ୍ଧଜିଲା ମୁଖ୍ୟଚିକିତ୍ସାଳୟରେ ପହି ସ୍ୱାସ୍ଥ୍ୟସେବା ତଦାରଖ କରିବା ସହିତ ବିଭିନ୍ନ ୱାର୍ଡ ବୁଲି ସମସ୍ୟା ଅନୁଧ୍ୟାନ…

ସାଇନିଙ୍ଗ କଳାହାଣ୍ଡିକୁ ମହଙ୍ଗା ପଡିଲା ମାଇନିଙ୍ଗ ପ୍ରୀତି, ବିଜେଡିରୁ ବିଦା ହେଲେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ଭବାନୀ ନିଆଲ

Posted by - April 11, 2023 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ)କଳାହାଣ୍ଡିରେ ବେଦାନ୍ତ କମ୍ପାନୀକୁ ଖଣି ଖନନ ପାଇଁ ଲିଜ ଦେବାକୁ ଦାବି କରି ଭବାନୀପାଟଣାରେ କମ୍ପାନୀ ସପକ୍ଷରେ ଶୋଭାଯାତ୍ରା ଓ ଜନ ସଂସଦ କରି ହରଡ଼…