ପାଣ – ଗଣ୍ଡା ସମାଜ ବିକାଶ ପରିଷଦର ଚିନ୍ତନ ବୈଠକ

49 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ପ୍ରତିଷ୍ଠା ଦିବସ ତଥା ଚିନ୍ତନ ବୈଠକ ସଭାପତି ରୋହିତ କହଁର ଙ୍କ ଅଧ୍ୟକ୍ଷତା ରେ ବହିରା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବିଶ୍ୱର ତୃତୀୟ ଜ୍ଞାନୀ , ଦଳିତ ଜାତିର ତ୍ରାଣକର୍ତ୍ତା ତଥା ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଙ୍କ ତୈଳ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ସଙ୍ଗଠନର ପ୍ରତିଷ୍ଠାତା ତଥା ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ବିଗତ ଦିନର କାର୍ଯ୍ୟକଳାପ , ବୈଠକର ଲକ୍ଷ୍ୟ , ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ।

ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅନାଦି ବାଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ” ହକ୍ ପାଇଁ ଲଢେଇ ” କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ବାନ କରିଥିଲେ । ସଙ୍ଗଠନର ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତବର୍ଷର ପ୍ରଥମ ଜ୍ଞାନୀ ବାବାସାହେବ ଙ୍କ ଜୀବନୀ ତଥା ଦଳିତ ଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ମାନବିକ ଅଧିକାର ଏବଂ ରାଜନୈତିକ ଅଧିକାର ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲା ଅତିରିକ୍ତ ଦୌରାଜର୍ଜ ଙ୍କ ସେକସନ୍ ଅଫିସର ସୁଜନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜର ସାମାଜିକ ଏକତା , ସାମାଜିକ ସଂସ୍କାର , ଗୁଣାତ୍ମକ ଶିକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉପସ୍ଥିତ ପଞ୍ଚାୟତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ ।

ସଂଗଠନ ପକ୍ଷରୁ ଗତ ବର୍ଷ ଜିଲ୍ଲାର ତିନୋଟି ତହସିଲରେ ଆବେଦନ କରିଥିବା ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ , ଜିଲ୍ଲାର କ୍ରିୟାଶୀଳ ୬୯ ଟି ପଞ୍ଚାୟତ ଏବଂ ଗୋଟିଏ ଏନ ଏ ସି କମିଟି କୁ ଜୁନ୍ ମାସ ସୁଦ୍ଧା ପୁନର୍ଗଠନ କରିବା ଏଵଂ ପ୍ରାୟ ୪୦ ବର୍ଷ ହେବ ଅଗଣତାନ୍ତ୍ରିକ , ଅସାମ୍ବିଧାନିକ ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ତୁରନ୍ତ ହଟେଇବା ପାଇଁ ସମସ୍ତ ପଞ୍ଚାୟତ ଏବଂ ବ୍ଲକ ରେ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ – ସଭାପତି ମକରଧ୍ବଜ ମହାନନ୍ଦିଆ , ବସନ୍ତ କୁମାର ଖୁରା , ଦଶରଥ ବେହେରା , ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସମ୍ପାଦିକା ସେବତୀ ବେହେରା , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକ , କ୍ଷେତ୍ର ମୋହନ ମହାନନ୍ଦ , ସଂଜିତ କୁମାର ଜେନା , ପ୍ରଜାପତି ଭବସାଗର , ପବିତ୍ର ଦୀପ , ବିକ୍ରମ ମହାନନ୍ଦିଆ , କଳିଙ୍ଗ ତଣ୍ଡିଆ , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ରସାନନ୍ଦ ହାତୀ , ଅନୀଲ ତନ୍ତୀ , ସମ୍ପତ୍ତି ବାଘ , ସୁଶୀଲ ଦୀପ , ଅର୍ଜୁନ ବେହେରା , ସୁଶୀଳ ବେହେରା , ଲଳିତ ବେହେରା , ଭାଗ୍ୟଧର ବେହେରା , ମନୋଜ ବେହେରା , ସନତ କହଁର , ରାଜେନ୍ଦ୍ର ଭବସାଗର, ବଶିଷ୍ଟ ବେହେରା , ପୁରୁଷୋତ୍ତମ ବାଘ , ଅରୁଣ ବାଦି , ଚନ୍ଦ୍ର ଶେଖର ବାଦି , ଲଳିତ କହଁର , ହରିବନ୍ଧୁ ପାତ୍ର , ଗୁଲେଖ ମହାନନ୍ଦିଆ , ବସନ୍ତ ପେରା , ହଂସା ଉର୍ମା , ଝରିଆ ଖୁରା , ରମେଶ ମହାନନ୍ଦିଆ , ଜଗବନ୍ଧୁ ବାଦି , ଜତିନ୍ଦ୍ର ସିଂ , ଦଣ୍ଡପାଣି ଭବସାଗର , ପ୍ରତିମନ ସୁନା , ବାଟୁଳି କୁମ୍ଭାର , ବରୁଣ ଦୀପ , ଲାଳଚି କୁମ୍ଭାର , ଘନଶ୍ୟାମ ସୁନା , ପ୍ରବେଶ କୁମ୍ଭାର , ନରେନ୍ଦ୍ର ନାଏକ , ଠାକୁର ନାଏକ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଷଦର ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ସାଧାରଣ ସମ୍ପାଦକ କହ୍ନେଇଁ ବାଦି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Post

ଇଂରାଜୀ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ

Posted by - July 16, 2022 0
ବୌଦ୍ଧ: ୧୬/୭(ଚିତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ପକ୍ଷରୁ  ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ  ହୋଇଯାଇଛି ।…

ଅଦିନିଆ ବର୍ଷା କୁଆପଥର ବୃଷ୍ଟି ସହ କାଳବୈଶାଖୀରେ ବ୍ୟାପକ ଘର ଓ ଫସଲ ନଷ୍ଟ

Posted by - April 25, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କୋକସରା…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ

Posted by - May 16, 2023 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ…

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ୱ ବିଦ୍ୟାଳୟରେ ନବରାତ୍ରି ଉପଲକ୍ଷେ ଚୈତନ୍ୟ ଦେବୀଙ୍କ ପ୍ରତିମୂର୍ତ୍ତି ଉପସ୍ଥାପିତ

Posted by - September 30, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ପବିତ୍ର ନବରାତ୍ରି ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ଵରିୟ ବିଶ୍ଵ ବିଦ୍ୟାଳୟରେ ଚୈତନ୍ୟ ଦେବୀଙ୍କ ପ୍ରତିମୂର୍ତ୍ତିର ସୁନ୍ଦର ଆୟୋଜନ ପରିଚାଳିକା ପ୍ରୀତି ଭଉଣୀଙ୍କ ଅଧ୍ୟକ୍ଷତାରେ…

ସମ୍ବଲପୁର ବିକାଶ କନସେଫ୍ଟ ସ୍କୁଲର ସଫଳତା

Posted by - July 23, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିକାଶ କନସେପ୍ଟ ସ୍କୁଲରେ ସିବିଏସସି ଛାତ୍ରଛାତ୍ରୀ ଙ୍କ ବିପୁଳ ସଫଲତା । ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ସିବିଏସସି…