ଏନ ଏଚ ବିଭାଗ ଓ ଜିଲ୍ଲା ପ୍ରଶାସନ ର ସମନ୍ୟୁୟ ନାହିଁ,ରେତ ବ୍ରିଜ ମରାମତି ଓ ରାସ୍ତା ବନ୍ଦ ନୋହିଲା

38 0

କେସିଙ୍ଗା:୨୨/୫( ପ୍ରିତେଶ ପଟେଲ୍)ଯୋଲୋକ ରେତ ନଦୀ ବ୍ରିଜ ର ମରାମତି କାର୍ଯ୍ୟ ପାଇଁ ଏନ ଏଚ ୨୬ ଏହି ପାଖରେ ବନ୍ଦ ରହିବ ଏବଂ ଏପଟେ ଯାଉଥିବା ସମସ୍ତ ଭାରି ଯାନ ଓ ଲଘୁ ଯାନ ରାସ୍ତ ବନ୍ଦ ରହିବ ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଦିଆଯାଇଥିଲା।ହେଲେ ଏନ ଏଚ ଓ ଜିଲ୍ଲା ପ୍ରଶାସନ ର ସମନ୍ୟୁୟ ଅଭାବ ପାଇଁ ଏହା ଫସର ଫାଟିଛି।ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।ବିଭାଗୀୟ ସୂଚନା ଅନୁଯାୟୀ ସମସ୍ତ ଲୋକେ ହଇରାଣ ହୋଇ ଅମଠ ଛକ ରୁ କଟି ମଦନପୁର ରାମପୁର ହୋଇ ଭବାନୀପାଟଣା ପଟକୁ ଯାଇଥିଲେ।ବିଜ୍ଞପ୍ତି ଅନୁଯାୟୀ ବିଭାଗ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ।

ହେଲେ କୁଆଡେ ଜିଲ୍ଲାପାଳ ମନା କରିଦେବାରୁ ଏହା ରାତି ଅଧିଆ ବନ୍ଦ ହୋଇଥିଲା।ବନ୍ଦ ର ସୂଚନା ବିଭାଗ ରାତିରେ ନ ଦେବାରୁ ସକାଳେ ଲୋକେ ହଇରାଣ ହୋଇଥିଲେ।ଏମିତି କି ଏହା ବନ୍ଦ ହୋଇଥିଲେ ମଧ୍ୟ ସନ୍ଧ୍ୟା ଯାଏ ବିଭାଗ ସୂଚନା ଦେଇ ନ ଥିଲା।ବିଜ୍ଞପ୍ତି ଦେଲା ପରେ ହଟାତ ବନ୍ଦ କରି ଲୋକଙ୍କୁ ହଇରାଣ କରିବା ଅଧିକାର କିଏ ଦେଲା ବୋଲି ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ହେଡ କ୍ୱାଟର ଭବାନୀପାଟଣା ମାତ୍ର ୩୫ କିମି ଦୂର ହୋଇଥିବାବେଳେ କିଛି ସୂଚନା ନ ଥିବାରୁ ଲୋକେ ୧୦୦ କିମି ବୁଲିକି ଯିବାକୁ ପଡ଼ିଥିଲା।ପୂର୍ବରୁ ବି ଥରେ ୫ ଟି ସଚିବ ଆସିବେ ବୋଲି ଏହାର ତାରିଖ ଘୁଞ୍ଚିଥିଲା।

ଏହି ବ୍ରିଜ ବହୁଦିନରୁ ବିପଦପୂର୍ଣ୍ଣ ଅଵସ୍ଥା ରେ ରହିଛି।ବହୁ ସମୟ ରେ ଖବର ପ୍ରକାଶନ ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।ହେଲେ କାର୍ଯ୍ୟ ଆରମ୍ଭ ରୁ ବିଭାଗୀୟ ଉଦାସୀନତା ପାଇଁ ଯେଉଁ ଭଳି ମନ୍ଥର ଗତିରେ ଚାଲୁଛି ଯେ ବର୍ଷା ପୂର୍ବରୁ ସରିବ କି ନାହିଁ ତାହା ମଧ୍ୟ ସନ୍ଦେହ ଦେଖାଦେଇଛି।ସେହିପରି ଏହି ନଦୀରେ ପାଣି ନ ଥିବାରୁ ନଦୀ ଭିତରେ ବୁଲାଣି ଅସ୍ଥାୟୀ ରାସ୍ତା ରାସ୍ତାପ୍ରକାଶ ଯୋଗ୍ୟ ଯେ ୨୨/୨୩/୨୪ ତିନିଦିନ ରାସ୍ତା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଥିଲା।ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରାଯିବାରୁ ସେ ଏ ସଂପର୍କରେ ମୁହଁ ଖୋଲୁ ନାହାନ୍ତି।ଶେଷ ମୁହୂର୍ତ୍ତରେ ବାତିଲ କୁ ସ୍ୱୀକାର କରିଛନ୍ତି।ଖବର ଲେଖା ହେବା ପର୍ଯ୍ୟନ୍ତ ଏହାର ଠୋସ ନିଷ୍ପତ୍ତି ହୋଇ ନାହିଁ।

Related Post

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Posted by - March 21, 2021 0
ଭୁବନେଶ୍ବର ୨୦/୦୩ : ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ଗ୍ରାସୀଛି ଆତଙ୍କ ନିଶ୍ଚିହ୍ନ ହେବାକୁ ବସିଲାଣି ଗାଁ ,କିଡନି ରୋଗ ନେଉଛି ଜୀବନ

Posted by - November 8, 2022 0
ସମ୍ବଲପୁର : (ରାମାକାନ୍ତ ବିଶ୍ଵାଳ) ଅଭିଶପ୍ତ ଗାଁ ମହାଲିଙ୍ଗକୁଦ୍  । ୪ ବର୍ଷ ଭିତରେ ୪୦ ମୃତ୍ଯୁ ଭଳି ସମ୍ବେଦନ ଶୀଳ ଘଟଣା ଉପରେ ନଜର ପଡୁନି…

ସାବଧାନ ନନ୍ଦନକାନନ କୁ ବୁଲିବାକୁ ଆସିଲେ ରାସ୍ତା କଡ଼ ରେଷ୍ଟରୁଣ୍ଟ ଖାଦ୍ୟ କୁ ତନଖି ଖାନ୍ତୁ

Posted by - October 12, 2021 0
ବାରଙ୍ଗ:(ସନ୍ତୋଷ ରାଉତ )ସାବଧାନ ନନ୍ଦନକାନନ କୁ ବୁଲିବାକୁ ଆସିଲେ ରାସ୍ତା କଡ଼ ରେଷ୍ଟରୁଣ୍ଟ ଖାଦ୍ୟ କୁ ତନଖି ଖାନ୍ତୁ,ଫୁଡ ପେଜନ ସହ ଜୀବନ ବି ଯାଇପାରେ। ନନ୍ଦନକାନନ…

୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲାପାଳ

Posted by - February 21, 2023 0
ବୌଦ୍ଧ: ୨୧ା୨(ଚିତ୍ତରଞ୍ଜନ ସିଂ)ଜଟିଳ ରୋଗରେ ପିଡିତ ହୋଇ ବୌଦ୍ଧ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବାହାରକୁ…