ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଶାଖା ତରଫରୁ ସମ୍ବର୍ଧନା ସଭା ଅନୁଷ୍ଟିତ

24 0

ହରଭଙ୍ଗା: ୨୦/୦୫/(ଚିତ୍ତରଞ୍ଜନ ସିଂହ) )ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ (RSAP) ବୌଦ୍ଧ ଓଡିଶା ଆନୁକୂଲ୍ଯରେ ହାଭେଷ୍ଟ ବ୍ଳେସିଙ୍ଗ ହୋମ ହରଭଙ୍ଗା ବ୍ଲକ ସାନବାଗବର ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବଦ୍ଧନା ସଭାରେ ଅନୁଷ୍ଠାନର ସାଧାରଣ ସଂପାଦକ ନବୀନ କୁମାର ଭଏନା ସଂଯୋଜନା କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ସମାଜସେବୀ କ୍ଷେତ୍ରବାସୀ ଭୋଇ,ସମ୍ମାନିତ ଅତିଥି ଭାବରେ ସମାଜସେବୀ ଇଁ ବିକାଶ ମହାକୁଡ,ଅର୍ଜୁନ ମହାନନ୍ଦିଆ, ରାଜେନ୍ଦ୍ର ବେହେରା,କୃପାସିନ୍ଧୁ ବେହେରା,ପ୍ରତାପ କୁମାର ପ୍ରଧାନ,ବିଶ୍ବାମିତ୍ର ତରିଆ, ପ୍ରଫୁଲ୍ଲ କୁମାର ମହାନନ୍ଦିଆ,ଅନନ୍ତ ସୁନା, ଟିମନ ମହାନନ୍ଦିଆ,ବୁଲୁ କହଁର ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ।

ସର୍ବ ପ୍ରଥମେ ଭାରତ ରତ୍ନ,ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ତୈଳ ଫୋଟୋ ଚିତ୍ରରେ ମଞ୍ଚାସିନ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ କରାଯାଇ ବୁଦ୍ଧଙ୍କ ବାଣୀ ଗାନ ସହ ବାବା ସାହେବଙ୍କ ନାରା ଦିଆଯାଇଥିଲା। ଗତ ତା ୧୫/୦୫/୨୦୨୩ ରିଖ ରେ OPSC ଦ୍ବାରା ପରିଚାଳିତ ପରୀକ୍ଷାରେ OESO ଓଡିଶା ଶିକ୍ଷା ସେବା ଅଧିକାରୀ ଭାବରେ କୃତକାର୍ୟ୍ଯ ହୋଇଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ବିଲାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ତ୍ରିପଡା ନିବାସୀ ତଥା ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ RSAP ବୌଦ୍ଧ ସଂଗଠନର ବିରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ନାଥ ଲୁହାଙ୍କ ସୁପୁତ୍ର ଧୀମାନ୍ ଅଜୟ କୁମାର ଲୁହାଙ୍କୁ ଉପଢୌକନ ସହ ବିଶ୍ବ ଜ୍ଞାନୀ ପୁରୁଷ, ଭାରତ ରତ୍ନ ବାବା ସାହେବ ଡଃ.ବି.ଆର.ଆମ୍ବେଦକରଙ୍କ ଏକ ଫୋଟୋ ଦେଇ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ତତ ସହ ଅନ୍ୟତମ ଶିକ୍ଷାର ପ୍ରଚଣ୍ଡ ଅଧିକାରୀ ସୋନପୁର ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ.ମିନକେତନ କୁମ୍ଭାରଙ୍କୁ ମଧ୍ୟ ,ଉପଢୌକନ ସହ ଗୋଟିଏ ବାବା ସାହେବ ଡଃ.ବି.ଆର.ଆମ୍ବେଦକରଙ୍କ ଏକ ଫୋଟୋ ଦେଇ ଭବ୍ୟ ସମ୍ବଦ୍ଧିତ କରାଯାଇଥିଲା। ଅତିଥିମାନେ ଶିକ୍ଷାର ମହତ୍ବ, ଶିକ୍ଷା ଅଧିକାର,ସାମ୍ବିଧାନିକ ଅଧିକାର ଉପରେ ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ ଏବଂ ଅଜୟ କୁମାର ଲୁହା ତାଙ୍କ କୃତିତ୍ବ ବିଷୟରେ ମତବ୍ୟକ୍ତ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ ପବହୁ ସଦସ୍ୟ ଉପସ୍ଥିତ ରହିଥିଲେ। ଶେଷରେ ଅତିଥିମାନଙ୍କୁ ଅଜତ୍ନ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଓଡିଶା ହାଇକୋର୍ଟର ବିଚାରପତି ମାନ୍ୟବର ଜଷ୍ଟିସ ବି.ଆର. ସଡଙ୍ଗୀ ଓ ବି.ପି. ରାଉତରାଏଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - April 14, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ହାଇକୋର୍ଟର ବିଚାରପତି ମାନ୍ୟବର ଜଷ୍ଟିସ ବି.ଆର. ସଡଙ୍ଗୀ ଓ ବି.ପି. ରାଉତରାଏ ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର…

ଟପର୍ଣ୍ଣା ଗ୍ରାମରେ କୃଷକ କ୍ଷେତ୍ର ଦିବସ ପାଳିତ

Posted by - February 8, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା, କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତ ସ୍ଥିତ ଟପର୍ଣ୍ଣା ନିକଟସ୍ଥ ତେଲ ନଦୀ ଆମ୍ବତୋଟାରେ ଆଇକାର୍ଡ଼ା ଦ୍ଵାରା ଆୟୋଜିତ କୃଷକ କ୍ଷେତ୍ର ଦିବସ…

ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - May 18, 2023 0
ଯାଜପୁର :ଯାଜପୁର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ରାଜସ୍ୱ…

ପ୍ରକଳ୍ପ ନିର୍ଦ୍ଦେଶକଙ୍କ କୋରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ

Posted by - March 29, 2020 11
ବରୀ 🙁 ସ୍ନେହାଂଶୁ ଶେଖର ମହାନ୍ତି) ଆଜି ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀର ବିଭିନ କୋରେଣ୍ଟାଇନ୍ କେନ୍ଦ୍ରର କାର୍ଯ୍ୟ…

ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ପ୍ରଦାନ ଉତ୍ସବ

Posted by - October 15, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପାଇଁ କାୟାକଳ୍ପ ପୁରସ୍କାର ପାଇଥିବା ବିଭିନ୍ନ ସ୍ଵାସ୍ଥ୍ୟ ଅନୁଷ୍ଠାନକୁ ଗତକାଲି ତା.୧୪.୧୦.୨୦୨୨ରିଖ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ…