ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗ କୁ ନେଇ ମାଓନେତା ମାନଙ୍କ ଦ୍ବାରା ପୋଷ୍ଟର ମରା ଯାଉଥିବା ବେଳେ,ବର୍ତ୍ତମାନ ତିନି ସାମ୍ବାଦିକଙ୍କ ନାମରେ ଲାଞ୍ଜିଗଡ଼ ବ୍ଳକ ଡେଙ୍ଗେନ ଛକ ରେ ମାଓ ପୋଷ୍ଟର ଜିଲ୍ଲାରେ ଆଲୋଚନା ର ବିଷୟ ହୋଇଛି ।ସମ୍ପୃକ୍ତ ଓ୍ବେବ ସାମ୍ବାଦିକ,ପାଷ୍ଟିକୁଡି ର ଲାଲୁ ନିଆଲ , ନିରିହ ଯୁବତୀ ମାନଙ୍କୁ ଚାକିରି କରାଇ ଦେବା ନାଁ ରେ ଶାରିରୀକ ସମ୍ପର୍କ ରଖି ବ୍ଳାକ ମେଲ କରି ଟଙ୍କା ଆଦାୟ କରିବା ବନ୍ଦ କରନ୍ତୁ, ଆଦିବାସୀ ମାନଙ୍କ ଠୁ ଆଣିଥିବା ଟଙ୍କା ଏକ ସପ୍ତାହ ରେ ଫେରସ୍ତ କରନ୍ତୁ।ଭଦ୍ରାଞ୍ଚଲ ନାଏକ, ପାଣିଗାଁ ବିଜମରା , ସରକାରୀ ଶିକ୍ଷକ ମାନଙ୍କୁ ହଇରାଣ କରି ଟଙ୍କା ମାଗୁଛନ୍ତି।
ଠକ ମିଡ଼ିଆ କାମ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି। ବିନ୍ଦୁ ନାଏକ , ଭବାନୀପାଟଣା ଏହି ତିନି ଜଣ ବ୍ୟକ୍ତି ସାମ୍ବାଦିକ ନାଁ ରେ ବିଭିନ୍ନ ସମୟରେ ଟଙ୍କା ଆଦାୟ କରିଥାନ୍ତି। ଳୋକଙ୍କୁ ହଇରାଣ କରିଥାନ୍ତି।ଆର.ଟି.ଆଇ ମାଗିବା ପରେ ମାନସିକ ଚାପ ପ୍ରୟୋଗ କରିଥାନ୍ତି।ଯଦି ଏହି ସବୁ ଠକ କାମ ନ ଛାଡ଼ିବେ ତେବେ ପ୍ରଜାକୋର୍ଟ ରେ ଦଣ୍ଡିତ ହେବେ ବୋଲି ମାଓ ପୋଷ୍ଟର ରେ ଉଲ୍ଳେଖ କରିଛନ୍ତି।
ମାଓବାଦୀ ଡିଭିଜନାଲ କମିଟି ଉଲ୍ଲେଖ ଥିବା ଏହି ପୋଷ୍ଟର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବା ବେଳେ ଧର୍ମଗଡ଼ ବ୍ଳକ ଧଅଁରପୁର ପଞ୍ଚାୟତ ନିକଟ ଏକ ଗଛରେ ମଧ୍ଯ ମାଓବାଦୀ ଙ୍କ ନାମରେ ହିନ୍ଦୀ ଭାଷାରେ ଏକ ପୋଷ୍ଟର ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ରେ ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ଖୋଲା ଚେତାବନୀ ଦେବା ସହ ଗରିବ ମାନଙ୍କ ପାଇଁ ୯ ଟି ଦାବି ରହିଛି। ହେଲେ ଏହି ପୋଷ୍ଟର ର ସତ୍ୟାସତ୍ୟ ସ୍ପଷ୍ଟ ହୋଇନାହିଁ। ସେ ଯାହାହେଉ କଳାହାଣ୍ଡି ରେ ମାଓବାଦୀ ଙ୍କ ଆଧିପତ୍ୟ ବୃଦ୍ଧି ପାଇବାରେ ଲାଗିଛି ଏହା ନିଃସନ୍ଦେହ।