ଯୁବସଂଗଠକ ଙ୍କ ପ୍ରଶଂସନୀୟ କାର୍ଯ୍ୟ ,ନିଜ ଖର୍ଚ୍ଚ ରେ ରାସ୍ତା ମରାମତି କରି ଚର୍ଚ୍ଚାରେ

60 0

କେସିଙ୍ଗା:(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ସହର କୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ପଟୁ ଗୋଟିଏ କଲ ଭ ଟ ଉପରେ ବିଗତ ଏକ ବର୍ଷ ହେଲାଣି ସିମେଣ୍ଟ ଫାଟି ଛଡ଼ ଦେଖା ଯାଉଥିଲା ଉକ୍ତ ବିଷୟ ଉପରେ ସକାଳ ଖବରକାଗଜ ରେ ୩୧ ଅକ୍ଟୋବରଓ ୨୯ march-୨୩ ତାରିଖରେ ଦୁଇ ଥର ଖବର ପ୍ରକାଶିତ କରି ଉଚ୍ଚ କର୍ତୁପକ୍ଷ ଙ୍କୁ ଟୁଇଟ କରି ଜଣାଇ ଥିଲେ ମଧ୍ୟ କୌଣସି ୭ ମାସ ବିତିି ଯାଇ ଥିଲେ ମଧ୍ୟ କୌଣସି ମରାମତି କରାଯାଇ ନ ଥିଲା।

ଜିଲ୍ଲା ସୀମା ବିବାଦରେ ଅଟକି ରହି ଯାଇଛି।କଳାହାଣ୍ଡି ଆର୍ ଡି ବିଭାଗ କହୁଛି ସେଇଟା ବଳୀଙ୍ଗିର ଜିଲ୍ଲା ଆର୍ ଡି ବିଭାଗ କାମ ବଲାଙ୍ଗୀର ଆର୍ ଡି ବିଭାଗ ର ଦେଖାଶୁଣା ନାହିଁ।ଫଳରେ ଦିନକୁ ଦିନ କଲ୍ ଭଟ୍ଟ ଖାଇ ବଢିବା ସହିତ ଲୁହା ଛଡ଼ ଉପର ମୂହା ହୋଇ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଥିଲା।ବିଭାଗୀୟ ଅବହେଳା ଓ ଦୈନନ୍ଦିନ ଦୁର୍ଘଟଣା ଦେଖି କେସିଙ୍ଗା ର ଯୁବ ସଂଗଠକ ସୁରେଶ ରାଓ ଗତକାଲି ନିଜ ଖର୍ଚ୍ଚ ରେ ସିମେଣ୍ଟ,ବାଲି, ଚିପସ କିଣି ମିସ୍ତ୍ରୀ,କୁଲି ନେଇ ନିଜ ଠିଆ ହୋଇ ରାସ୍ତା ମରାମତି କରାଇଥିଲେ।

ସେ ତାଙ୍କ ପ୍ରତିକ୍ରିୟାରେ କହଛନ୍ତି ଯେ ବିହାଗୀୟ ଅଧିକାରୀ ମାନେ ଏ ସି କୋଠରୀ ରେ ବାସୀ ନିଜ ଦାଇତ୍ଵ ଭୁଲି ଯାଉଛନ୍ତି ଓ ଅସୁବିଧା ଭୋଗୁଛନ୍ତି ନିରୀହ ଜନସାଧାରଣ। ଏ ମାନଙ୍କ ବିରୁଦ୍ଧ ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିକରିଛନ୍ତି।ସେ ଆଉ କହିଛନ୍ତି ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ହେଉ ଥିବାରୁ ଦୁର୍ଘଟଣା ରୋକିବା ପାଇଁ ଏହା ମୋର ଏକ ଛୋଟ ପ୍ରୟାସ।ମରାମତି କଥା ସହରରେ ପହଞ୍ଚିବା ପରେ ସମସ୍ତ ଜନ ସାଧାରଣ ଯୁବ ସଂଗଠକ ଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

 

Related Post

ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ପକ୍ଷରୁ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଉଦ୍ଧାର

Posted by - February 22, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ବରୁହାଁ ନିକଟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ପକ୍ଷରୁ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ତାର…

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ

Posted by - March 23, 2021 0
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। ସେଇ ଦିନଟି ଥିଲା ଓଡ଼ିଶା ଜନଜୀବନର ମହାନ୍‌ ପର୍ବ ଦୋଳପୂର୍ଣ୍ଣିମା। ଚାରିଆଡ଼େ ଦୋଳ ଉତ୍ସବର ପବିତ୍ର ପରିବେଶ। ଠାକୁରମାନଙ୍କର ମେଳଣ…

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ନବରଙ୍ଗପୁର ର ସାହିତ୍ୟିକ ଅଶୋକ ପଟ୍ଟନାୟକ ଙ୍କୁ ସମର୍ଦ୍ଧନା

Posted by - July 29, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ସାହିତ୍ୟ ଏକାଡେମୀ ର ଏକ ନିରାଡ଼ମ୍ବର ଭବ୍ୟ ସାହିତ୍ୟ ଉତ୍ସବ,ଭୁବନେଶ୍ୱର ଠାରେ ଆମ ଜଣାଶୁଣା ସୁନାମଧନ୍ୟ  ଗାଳ୍ପିକ,ଗୀତିକାର,ନାଟ୍ୟକାର ଅଶୋକ ପଟ୍ଟନାୟକ ଓଡ଼ିଶାର…

ଓଡିଶା ସରକାରଙ୍କ ଅବହେଳା ର ଫାଇଦା ନେଉଛି ଆନ୍ଧ୍ରପ୍ରଦେଶ, ବଂଶଧାରା ପରେ ନାଗାବଳୀ ରେ ଜଳପ୍ରକଳ୍ପ ନିର୍ମାଣ ଯୋଜନା।

Posted by - November 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରାକୃତିକ ସବୁଜିମା ଭରା ଜଳ ଓ ଖଣିଜ ସମ୍ପଦ ରେ ସମୃଦ୍ଧ ଓଡ଼ିଶା ରାଜ୍ୟ ରେ ବିଭିନ୍ନ ଅର୍ଥକାରୀ ଉତ୍ସ ରହିଥିଲେ ହେଁ ରାଜନୈତିକ…

ଅବହେଳିତ ଓ ନିଷ୍ପେସିତର ଗାଁ କୁଞ୍ଜରବାହାଳ ହୁଡ଼ିସାହି,

Posted by - September 26, 2019 8
କେନ୍ଦୁଝର,୨୫/୯ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତର କୁଞ୍ଜରବାହାଳ ହୁଡ଼ିସାହିର ଜନସାଧାରଣ ସମସ୍ୟା ଘେରରେ ଜର୍ଜରିତ ହେଉଥିବା ଦେଖିବାକୁ ମିଳିଛି । ପ୍ରାୟ ୧୮ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର…