ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଦର୍ଶ ଗାଁ କୁମାରୀ ଗ୍ରାମରେ ଝାଟି ମାଟି କୁଡ଼ିଆରେ ନିରାଶ୍ରୀ ଦେବକୀ ଦେହୁରୀ ଦିନ କାଟୁଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ଓଡ଼ିଶା ସରକାର ମା ପେଟରୁ ମଣିଷ ଶ୍ମଶାନ ଯିବା ଯାଏ ବିଭିନ୍ନ ଯୋଜନା ଚଳାଇଥିବା ବେଳେ ଏହା ଫେଲ ମାରିଛି ନିରାଶ୍ରୀ ଦେବକୀ ଦେହୁରୀ ପାଖରେ!ବାପା ସୁବାଷ ଦେହୁରୀ ଓ ମାଆ ବହୁଦିନ ହେଲା ଆର ପାରି କୁ ଚାଲି ଯିବା ପରେ ଏକାକୀ ଦେବକୀ ବାପ ମା କୁ ଝୁରି ଝୁରି ମାନସିକ ସ୍ତରରେ ବିକଳାଙ୍ଗ ହୋଇଯାଇ ଲାଇଛି ନିରାଶ୍ରୀ ଝିଅ!
ଫଳରେ ଭାଇମାନେ ମଧ୍ୟ ପଚାରିନଥିଲେ!ଯିଏ ଯାହା ଦେଲା ଖାଇ ଏବେ ନିରାଶ୍ରୀ ଗାଁ ମୁଣ୍ଡରେ ଏକ ଭଙ୍ଗା ଝାଟି ମାଟି ଚାଲିଆ ରେ ରହୁଅଛି!ଖରl ବର୍ଷା ଶୀତ କାକରରେ ନିଃସଙ୍ଗ ଦିନ କାଟୁଛି ଦେବକୀ!ଦେବକୀର କହିବାନୁଯାଇ ଘର ଖଣ୍ଡେ ପାଇଁ ବହୁ ବାର ବିଭିନ୍ନ ଅଧିକାରୀଙ୍କୁ ଗୁହାରୀ କଲା ପରେବି କାହାର ନଜର ପଡୁନି ଏହି ଅସହାୟ ମହିଳା ଉପରେ!
ଏଇ କେତେଦିନ ହେଲା ଗ୍ରୀଷ୍ମ ପ୍ରବାହ ରେ ଦିନ 10ଟା ହେଲେ ଅସମ୍ଭlଳ ହୋଇଯାଇଛି ପରିବେଶ ଫେନ,ଏ ସି ତଳେ ରହି ଲୋକଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ତ୍ରାହି ମିଳୁନାହିଁ!ଏମିତି ପରିସ୍ଥିତି ରେ କେମିତି ଦିନ କାଟୁଛି ଦେବକୀ ଦେହୁରୀ ବୋଲି ସାଧାରଣ ରେ ଚର୍ଚ୍ଚା ହେବା ସହିତ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଦେବକୀକୁ ବାସଗୃହ ଖଣ୍ଡେ କିମ୍ବା ଅନ୍ୟ କୌଣସି ଥଇଥାନ କଲେ ଅନ୍ତତଃ ବାକି ଜୀବନ କିଛିଟା ସୁଖରେ ରହିବ ବୋଲି ଗ୍ରାମବାସୀଙ୍କ ଦାବି ହେଉଛି l