ଯାଜପୁର :ଯାଜପୁର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ରାଜସ୍ୱ ଦିବ୍ୟଲୋଚନ ମହାନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯର୍୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ବ୍ୟାସନଗର ପୌର ଅଧକ୍ଷା ସଂଗିତା ପିଙ୍ଗୁଆ, ଯାଜପୁର ପୌରଧକ୍ଷା ରଂଜୁଲତା ହୋତା ଯୋଗ ଦେଇ ମୁଖ୍ୟତଃ ବର୍ଷାଦିନ ପୂର୍ବରୁ ରାସ୍ତାଘାଟ ମରାମତି ସହିତ ନଦୀବନ୍ଧ ଗୁଡିକର ମରାମତି କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅରିରିକ୍ତ ଜିଲାପାଳ ଦୁଖବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇ ବିଦ୍ୟୁତ୍,ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ମାନେ ଆବଶ୍ୟକ ପଦପେକ୍ଷପ ନେବାକୁ ନିର୍ଦ୍ଧେଶ ଦେଇଥିଲେ
ଏଥିରେ ଉପଜିଲାପାଳ ଗିପୋନାଥ କୁଅଁର ଉପସ୍ଥିତ ରହି ପ୍ରତ୍ୟେକ ବିଭାଗୀୟ ଅଧିକାରୀଙ୍କୁ ସଜାଗ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ବର୍ଷା ଦିନରେ ବିଭିନ୍ନ ନଦୀରେ ପଡିବାକୁ ଥିବା ଡଂଗା ଏବଂ ଡଂଗା ଚାଳକ ମାନଙ୍କର ପଂଜିକରଣ ବାଧ୍ୟତାମୁଳକ କରାଯାଇଛି । ବର୍ଷାଦିନ ପାଇଁ ଔଷଧ,ହାଲୋଜେନ ବଟିକା ସହିତ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏବଂ ସ୍ୱେଚ୍ଚାସେବୀ ମାନଙ୍କର ତାଲିକା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ।