Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ହରିଶଙ୍କର ରେ ଲକ୍ଷେ ଘର ଗଣ୍ଡା ସମାଜ ର ସମାବେଶ ସମାଜ କୁ ତୃଣମୂଳ ସ୍ତରରୁ ସଙ୍ଗଠିତ ପାଇଁ ଆହ୍ଵାନ

45 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ଯ୍ୟଟନ ବିଭାଗ ର ଅବ୍ୟର୍ଥନା କେନ୍ଦ୍ର ଠାରେ ପାଟଣାଗଡ ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସମାଜ ର ଆହ୍ବାନ ରେ ପଶ୍ଚିମ ଅନୁଷ୍ଠିତ ସମାବେଶ ରେ ଓଡ଼ିଶା ର ଦଶଟି ଜିଲ୍ଲାର କର୍ମକର୍ତା ଏବଂ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସମାବେଶ ରେ ପାଟଣାଗଡ ଉପଖଣ୍ଡ ସଭାପତି ଦିଗସନ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଥମେ ଭାରତ ରତ୍ନ ଡକ୍ଟର ଭୀମରାଓ ଆମ୍ବେକର ଓ ଗୌତମ ବୁଦ୍ଧ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସମାଜ ର ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସମସ୍ତେ ସଂଗଠିତ ହେବାକୁ ଆହ୍ଵାନ ଦିଆଯାଇଥିଲା । ଆଗାମୀ ଦିନରେ ସାମାଜିକ ସଂଗଠନକୁ ସୁଦୃଢ କରିବା ପାଇଁ ଏକ କେନ୍ଦ୍ରୀୟ କମିଟି ବିଭିନ୍ନ ଜିଲ୍ଲା ର ପ୍ରତିନିଧି କୁ ନେଇ ଗଠନ କରାଯାଇଥିଲା ।

କମିଟିର ଆବାହକ ରୂପେ ଦିଗସନ ନନ୍ଦ , ସହ ଆବାହକ ରୂପେ ଅର୍ଜୁନ ମୁଗ୍ରି ଓ ସୁଧାଂଶୁ ଡ଼ାଙ୍ଗ ମନୋନୀତ ହୋଇଥିବା ବେଳେ ବଉଦ୍ ଜିଲ୍ଲା ପାଇଁ ସୁଧାଂଶୁ ଡ଼ାଙ୍ଗ ଓ ବସନ୍ତ ଖୁରା , ସୋନପୁର ଜିଲ୍ଲା ପାଇଁ ଲକ୍ଷଣ ଭୋରାସାଗର ଓ ବିନୋଦ ପାତ୍ର ନୂଆପଡ଼ା ଜିଲ୍ଲା ପାଇଁ ଫକୀର ଜଗତ ହରିକେଶ ଜାଳ , ବରଗଡ଼ ଚୈତନ୍ୟ ପାଇକ , ପ୍ରମୋଦ ଛତର, ଜିବର୍ଦ୍ଧନ ହାତୀ ସମ୍ବଲପୁର ପାଇଁ ଟିକେଲାଲ କୁମ୍ଭାର , ଗଣେଶ ହରିପାଲ , ଝାରସୁଗୁଡ଼ା ପ୍ରକାଶ କୁଅଁର, ଜେ ଗଡତ୍ୟା , କଳାହାଣ୍ଡି ସୂର୍ଯ୍ୟ ନାରାୟଣ କୁମ୍ଭାର , ବିଶ୍ଵନାଥ କର , ସୁନ୍ଦରଗଡ ଜିତେନ କୁମାର ମୁଗର, ରାଧେଶ୍ୟାମ ଗର୍ଡିଆ , ଦେବଗଡ଼ ସୁରୁ ପାତ୍ର , ବଲାଙ୍ଗିର ଦିଗସନ ନନ୍ଦ, ଅର୍ଜୁନ ମୁ ଗୁରି ଆବାହକ ରୂପେ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମକୁ ଧନେଶ୍ଵର ନାଗ ଜୟନ୍ତ କୁମ୍ଭାର ପରିଚାଳନା କରିଥିବା ବେଳେ ଉପ ସଭାପତି ଭକ୍ତରାମ ବାଗ , ସହ ସମ୍ପାଦକ ମଣି କୁମ୍ଭାର , କୋଷାଧ୍ୟକ୍ଷ ମନୋରଞ୍ଜନ ବାରିକ , ପାଟଣାଗଡ ବ୍ଲକ ସଭାପତି ପଙ୍କଜ ଭୋଇ , ଦୁଗମନି ବାଗ , ଛିନୁ ଟାକ୍ରି ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related Post

ଫେସବୁକ କମେଣ୍ଟ କୁ ଅଭିଯୋଗ ଭାବେ ଗ୍ରହଣ କଲା ଜିଲା ପ୍ରଶାସନ

Posted by - April 15, 2020 312
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟ ସରକାର 5ଟି କୁ ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ ଠିକଣା ଭାବେ ପାଳନ କରିଛି। ସୋସିଆଲ ମିଡ଼ିଆ…

ଭୋଟର ମାନଙ୍କୁ ସଚେତନ ଉଦ୍ଧେଶ୍ୟରେ ଭୋଟର ସଚେତନତା ରଥ

Posted by - December 1, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାର ଭୋଟର ମାନଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ଆରମ୍ଭ ହୋଇଛି ଭୋଟର ସଚେତନତା ରଥ । ରଥ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଂପୁର୍ଣ୍ଣ ଜିଲା ପରିକ୍ରମା କରିବ । ଅତିରିକ୍ତ ଜିଲପାଳ ମିହିର ପ୍ରସାଦ ମହାନ୍ତି ପତାକା ହଲାଇ ଏହି ରଥର ଶୁଭାରମ୍ଭ କରିଛନ୍ତି । ଭୋଟର ତାଲିକା ସଂଶୋଧନ,ନିଜ ଭୋଟ ଗ୍ରହଣ କେନ୍ଦ୍ର ସଂପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି ରଥ ପରିକ୍ରମା କରୁଛି ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର

Posted by - July 3, 2022 0
ରାୟଗଡ଼ା :୨/୭(ଅଞ୍ଜନ କୁମାର ନାଏକ) )ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆକ୍ରୋଶ ଶିକାର ହେଉଛନ୍ତି। ଯାହା ବଡ଼ଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ମିଥ୍ୟା…

ସମ୍ବଲପୁର ବିକାଶ କନସେଫ୍ଟ ସ୍କୁଲର ସଫଳତା

Posted by - July 23, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିକାଶ କନସେପ୍ଟ ସ୍କୁଲରେ ସିବିଏସସି ଛାତ୍ରଛାତ୍ରୀ ଙ୍କ ବିପୁଳ ସଫଲତା । ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ସିବିଏସସି…

ଶ୍ରୀ ଶ୍ରୀ ବଜରଙ୍ଗୀ ହନୁମାନ ଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ।

Posted by - January 22, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ନୀଳଗିରି ଏନ୍.ଏ.ସି. ନିକଟସ୍ଥ ବିମ୍ବୁରିଆ ଗ୍ରାମ ରେ, ଶ୍ରୀ ଶ୍ରୀ ବଜରଙ୍ଗି ହନୁମାନ ଙ୍କ ର ମନ୍ଦିର ପରିସର ରେ, ଷଷ୍ଠ ପ୍ରତିଷ୍ଠା ଉତ୍ସବ…