ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୩ ତମ ଶୀତଳ ଷଷ୍ଠୀ ମହୋତ୍ସବ ପାଈଁ ଏକ ପ୍ରସ୍ତୁତି ବୈଠକ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ ହାଟପଦା ପଡ଼ା ଭାଗବତ ମନ୍ଦିର ସ୍ଥିତ ବିବାହ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ଚଳିତ ବର୍ଷ କିପରି ଧୁମଧାମରେ ଏହି ମହୋତ୍ସବକୁ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା। କନ୍ୟା ପିତାମାତା ଭାବେ ଶ୍ରୀଯୁକ୍ତ ନିରାକାର ସରାଫ ଏବଂ ସପତ୍ନି ରଶ୍ମିତା ସରାଫ ଏବଂ ବର ପିତାମାତା ଭାବେ ସତ୍ୟନାରାୟଣ ବାଗ ସପତ୍ନି ମାଳତୀ ବାଗ ଭାବେ ସଂକଳ୍ପ ନେଇଛନ୍ତି। ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।
ଏହି ବୈଠକରେ କମିଟି ଆବାହକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସ, ସଭାପତି ଶ୍ରୀପତି ସାହୁ, ସଂପାଦକ ସୁଧିର ଘଡେଇ, କମିଟିର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ, କୃଷ୍ଣ ଚନ୍ଦ୍ର ସରାଫ, ଗୋରୀ ପଟ୍ଟନାୟକ, ପ୍ରଫୁଲ୍ଲ ବୁଡେକ୍, ବିଶିକେଶନ ବେହେରା ଓ କମିଟିର ବହୂ ସଦସ୍ୟ ଉପସ୍ଥିତ ଥିଲେ।