ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘୋଡ଼ାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଦାନ ମାଝି ଓ ଅଇଁଲା ମାଝୀ ଝୁପୁଡ଼ି ଘର କରି ରହୁଥିଲେ। ପେଟ ପୋଷିବା ପାଇଁ ଛୋଟିଆ ହୋଟେଲ କରି ଜୀବିକା ନିର୍ବାହ କରୁଥିଲେ, ଆଜି ସକାଳେ କୌଣସି କାରଣ ବସତ୍ ନିଆଁ ଲାଗି ସେ ଭିତରେ ଥିବା ହୋଟେଲ୍ ସାମଗ୍ରୀ, ଆଧାର କାର୍ଡ, ଜମି ପଟ୍ଟା, ଗ୍ରାଇଣ୍ଡର, ଗ୍ରୁପ ଋଣ ଉଠାଇଥିବା ୪୦ ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଥିବା ଦମ୍ପତି ସୁଚନା ଦେଇଛନ୍ତି।
ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ମଣ୍ଟୁ ବାଗ ଟିଟିଲାଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ପାଖରେ ଯାଇଥିବା ବିଦ୍ୟୁତ ବିଭାଗର ମେନ୍ କେବୁଲରେ ମଧ୍ୟ ନିଆଁ ଲାଗି ଥିଲା, ବିଦ୍ୟୁତ ବିଭାଗକୁ ମଧ୍ଯ ଖବର ଦେଇ ଲାଇଟ କଟା ଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ଚେଷ୍ଟା ସତ୍ତ୍ଵେ ଜିନିଷ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଗୋଟିଏ ଗରିବ ଦମ୍ପତି ଏବେ ରୋଜଗାର ହରାଇଥିବା ଯୋଗୁଁ ଏମାନଙ୍କ ପ୍ରତି ସରକାର କିଛି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।