Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ପତିତପାବନ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ପାଳନ

107 0

ନୂଆଦିଲ୍ଲୀ: ତା ୧୪.୦୨ ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପତିତପାବନ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ନିକଟରେ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ଇଷ୍ଟ ଅଫ କୈଳାସ ଅନ୍ତର୍ଗତ ଦେଶରାଜ କଲେଜ ପରିସରସ୍ଥିତ ଆର୍ଯ୍ୟ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବେ ସଜ୍ଜାଯାଇ ଥିବା ଦେଖାଯାଇଥିଲା। ମହୋତ୍ସବରେ ସଂସ୍ଥାର ସାନ ଓ ବଡ଼ଙ୍କୁ ମିଶାଇ ମୋଟ ୩୨ ଜଣ କଳାକାର ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ଓଡ଼ିଶୀ ଗୁରୁ ତଥା ଓଡ଼ିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ ଦେବପ୍ରସାଦ ଦାସଙ୍କର ବରିଷ୍ଠ ଶିଷ୍ୟ ସ୍ୱର୍ଗତଃ ପ୍ରଭାସ କୁମାର ମହାନ୍ତି, ପତିତପାବନ କଳା ନିକେତନକୁ ୧୯୮୭ ମସିହାରେ ପ୍ରତିଷ୍ଠା କରିଥିଲେ। ଦୀର୍ଘ ୩୪ ବର୍ଷ ହେଲା ନିକେତନ ଜାତୀୟ ରାଜଧାନୀ କ୍ଷେତ୍ରରେ ନୃତ୍ୟ, ସଙ୍ଗୀତ ତଥା ନାଟକକୁ ଲୋକପ୍ରିୟ କରିବାରେ ଲାଗିଛି।

ଏବେ ଏହି ସଂସ୍ଥାନରେ ଦୁଇ ଶହ ଶିଷ୍ୟାଶିଷ୍ୟ ତାଲିମ ଲାଭ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରୁ ଶିକ୍ଷାପ୍ରାପ୍ତ କରିଥିବା ୫୦୦ କଳାକାର ଦେଶ ବିଦେଶରେ ବିଭିନ୍ନ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସବରେ ଭାଗ ନେଇ ବହୁ ସୁନାମ ଅର୍ଜନ କରିଥିବା ଜଣାଯାଇଛି। ପ୍ରତିଷ୍ଠାନର ୫୦ ଜଣ ବିଦ୍ୟାର୍ଥୀ ବୃତ୍ତି ପ୍ରାପ୍ତ କରିଥିବା ବେଳେ ୨୦ ଜଣ ଦୂରଦର୍ଶନର ମାନ୍ୟତା ଅର୍ଜନ କରିଛନ୍ତି। ସଂପ୍ରତି ପତିତପାବନ କଳା ନିକେତନକୁ ଏହାର ପ୍ରିନ୍ସପାଲ ଗୁରୁ ପ୍ରକାଶ କୁମାର ମହାନ୍ତି, ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ମହାନ୍ତି, ସାଧାରଣ ସମ୍ପାଦକ ଶୟଦ୍ ଡାନିସ୍ ଏବଂ ଯୁଗ୍ମ ସମ୍ପାଦକ ରଜନୀକାନ୍ତ ମହାନ୍ତି କୁଶଳତାର ସହିତ ପରିଚାଳନା କରୁଛନ୍ତି।

ବାର୍ଷିକ ଉତ୍ସବ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ପରେ ଆରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ ଶ୍ରୀ କିଶୋର ଦ୍ବିବେଦୀ, ଓଡ଼ିଶାର ଉତ୍କୃଷ୍ଟ କଳା, ଉତ୍ତୁଙ୍ଗ ଐତିହ୍ୟ ଏବଂ ଜାଜ୍ୱଲ୍ୟମାନ ଜଗନ୍ନାଥ ସଂସ୍କୃତିକୁ ଜାତୀୟ ରାଜଧାନୀରେ ପ୍ରଚାର ପ୍ରସାର କରିବାରେ ନିକେତନର ବଳିଷ୍ଠ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ପାଦକ ଇଂ କାମଦେବ ବିଶ୍ଵାଳ, ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ଡ଼ଃ ଚନ୍ଦନା ରାଉଳ, ଓଡ଼ିଶୀ ଗୁରୁ ଶ୍ରୀମତୀ ବାଣୀ ମାଧବ ଏବଂ ସେଣ୍ଟ ପାଉଲସ୍ ବିଦ୍ୟାଳୟର ପ୍ରିନ୍ସପାଲ ବର୍ଣ୍ଣାଡେଟ୍ ତିଳକା ବେଞ୍ଜାମିନ କୋଭିଡ ସଙ୍କଟ ପରେ ପ୍ରଥମ ଥର ପାଇଁ ନିକେତନ ଏଭଳି ଭବ୍ୟ ଉତ୍ସବ ଆୟୋଜନ କରିଥିବାରୁ ଉଦ୍ୟୋକ୍ତା ମାନଙ୍କୁ ହାର୍ଦ୍ଧିକ ବଧାଇ ଜଣାଇଥିଲେ।

ନିକେତନର ବାଳୁତ କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ଆବାହନୀ ସଂରଚନା, ” ଗୁରୁବ୍ରହ୍ମା” ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା। ମଞ୍ଚ ଉପରେ ପ୍ରଖର ପ୍ରତିଭାବାନ ଶିଶୁ ମାନଙ୍କର ଯାଦୁଗରି ପ୍ରଦର୍ଶନ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା। ଏହାପରେ ପାରଦର୍ଶୀ ନୃତ୍ୟଶିଳ୍ପୀମାନେ ବୈଦ୍ୟୁତିକ ପଦଚାଳନା ଓ ଆକର୍ଷଣୀୟ ଅଙ୍ଗଭଙ୍ଗୀ ମାଧ୍ୟମରେ ଚମତ୍କାର କଥକ ନୃତ୍ୟ ପରିବେଷଣ କରିଥିଲେ। ତାପରେ ଟ୍ୱିଙ୍କିଲ୍ ସୋନି “ନ ଯାରେ ଯମୁନା” ନୃତ୍ୟ ସଂଯୋଜନାକୁ ଖୁବ ନିଖୁଣ ଶରୀର ଚାଳନା ଓ ଜୀବନ୍ତ ମୁଖାଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସୋପାନରେ ନିକେତନର ଉଦୀୟମାନ କଳାକାରମାନେ ଓଡ଼ିଶୀ ଏବଂ କଥକ ଶୈଳୀରେ ସ୍ଥାୟୀ ଓ ବସନ୍ତ ପଲ୍ଲବୀ ଆଦି ନୃତ୍ୟ ରଚନା ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ଅନୁଷ୍ଠାନର ପ୍ରତିଷ୍ଠିତ ନୃତ୍ୟାଙ୍ଗନା ସାତଭିକା ଶ୍ରୀୟାଦର୍ଶନୀଙ୍କ ଦ୍ଵାରା ଏକାକୀ ମଞ୍ଚସ୍ଥ “ଶ୍ରିତ କମଳ” ସଂରଚନା ବେଶ ହୃଦୟସ୍ପର୍ଶୀ ଥିଲା। ସବାଶେଷରେ ଖୁବ ଜୋରଦାର ଓ ଜାକଜମକ ଢଙ୍ଗରେ ନିକେତନର କଳାକାର ମାନଙ୍କଦ୍ବାରା ପ୍ରଦର୍ଶିତ ରଙ୍ଗବତୀ ଗୋଷ୍ଠୀ ନୃତ୍ୟ, ଉତ୍ସବର ପ୍ରଧାନ ଆକର୍ଷଣ ଥିଲା ଏବଂ ସମଗ୍ର ସଭାଗାରକୁ ଅନନ୍ୟ ଆନନ୍ଦ, ଅପୂର୍ବ ଉଲ୍ଲାସ ଏବଂ ଅଫୁରନ୍ତ ଉନ୍ମାଦନାର ଉତ୍ସ୍ୱାସରେ ଭରି ଦେଇଥିଲା।ଏହି ଅବସରରେ ନିକେତନର ସର୍ବ ପୁରାତନ ଛାତ୍ରୀ ସିପିକା ନାର୍ଭେକରଙ୍କୁ ଅନୁଷ୍ଠାନର ସମୃଦ୍ଧି ପାଇଁ ତାଙ୍କର ବ୍ୟାପକ ଅବଦାନ ଯୋଗୁଁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅତିଥିମାନେ ଅଂଶ ଗ୍ରହଣକାରୀ କଳାକାର, ସଂଗଠକ, ସ୍ବେଚ୍ଛାସେବୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ତଥା ଶିକ୍ଷକ ମାନଙ୍କୁ ଫଳକ ଓ ମାନପତ୍ର ପ୍ରଦାନ କରି ଶଙ୍ଖୁଳି ଥିଲେ।

ନିକେତନର ସାଧାରଣ ସମ୍ପାଦକ ଶୟଦ ଡାନିସ ସଂସ୍ଥାର ସାଫଲ୍ୟ ଓ ଭବିଷ୍ୟତ କାର୍ଯ୍ୟସୂଚୀକୁ ଉଲ୍ଲେଖକରି ବାର୍ଷିକ ବିବରଣୀ ପାଠ କରିଥିଲେ। ସମଗ୍ର ତିନି ଘଣ୍ଟାର ଅଧିବେଶନକୁ ଖୁବ ସହଜ, ସରସ ଏବଂ ସରଳ ଢଙ୍ଗରେ ସଞ୍ଜୟ ସୁବୁଦ୍ଧି ସଂଯୋଜନା ଓ ଉପସ୍ଥାପନା କରିଥିଲେ। ବାର୍ଷିକ ଉତ୍ସବର ପ୍ରତ୍ୟେକ ପ୍ରସ୍ତୁତି ବେଶ ଉନ୍ନତ ଧରଣର ଥିଲା ଏବଂ ଦର୍ଶକ ମାନଙ୍କ ଦ୍ଵାରା ଖୁବ ଆଦୃତ ହୋଇଥିଲା। ଉଭୟ କଳାପ୍ରେମୀ ଜନସାଧାରଣ ଓ ସଂସ୍କୃତି ସମୀକ୍ଷକ ମାନେ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ବେଶ୍ ମନଭରି ଉପଭୋଗ କରିବା ସହିତ ଖୁବ ପସନ୍ଦ କରିଥିଲେ।

ଭାଗନେଇଥିବା ଅନ୍ୟାନ୍ୟ କଳାକାର ମାନଙ୍କ ମଧ୍ୟରେ ୟଶଭି ସେନ, ଆସ୍ଥିକା ମୌର୍ଯ୍ୟ, ଅନନ୍ୟା ଦାସ, ସୁହାନି ଲଭଲିନ, ଦେବଂଶୀ ଗାରବ୍ୟାୟାଲ, ଶୁଭାସିନି ଗୌଡ, ତନିଶାରାଣୀ ଲେଙ୍କା, ଆସଭି ଯୋଶୀ, ସଂସ୍କୃତି ସିଂହ, ଗୁଞ୍ଜନ ଚୌଧୁରୀ, ଆହାନା ଭଟ୍ଟ, ଶ୍ରିନିକା ମିଶ୍ର, ବିଦ୍ୟା ମାଥ୍ୟୁ ଭଗତ, ଇଶାନି ଯୋଶୀ, ବୈଷ୍ଣବି ଦାସ, ବିଦୁସ୍ମିତା ମନ୍ତ୍ରୀ, ଦେଲିନା ମହାନ୍ତି, ବୈଷ୍ଣବୀ ପଢ଼ିହାରୀ, ପ୍ରୀତି ଗୌତମ, ଇଷାନା ମହାନ୍ତି, ପ୍ରିୟଙ୍କା ସଜନୀ, ଅନୁଷ୍କା ନନ୍ଦୀ, ଚନ୍ଦ୍ରିକା ବାରିକ, ହିରାଲ ବୈଶୋୟା, ନିଶିକା ବୈଶୋୟା, ମିନାକ୍ଷୀ ବର୍ମା, ମାଧବୀ ସିଂହ, ଶିବାନୀ କୁମାରୀ, କେତକୀ ଚୌହାନ ଓ ବୈଭବ କୁମାର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଏମ.ଏସ. ଜମାନ୍, ସଇଦା ତାଏବା, ସୁଶାନ୍ତ ଚାନ୍ଦ, ସରୋଜ ପାଣିଗ୍ରାହୀ, ପ୍ରଫୁଲ୍ଲ ମଙ୍ଗରାଜ, ପ୍ରଶାନ୍ତ ବେହେରା ଓ ନିଖିଳ ବେହେରା ପ୍ରମୁଖ ସାମିଲ ଥିଲେ। ସମାରୋହକୁ ବ୍ୟାପକ ଭାବେ ସଫଳ କରାଇବାରେ ସଂପୃକ୍ତ ଥିବା ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଅରୂପ ମିତ୍ର, ସାଗରିକା ସୁବୁଦ୍ଧି, ସାଗର ଦାସ, ବସୁମିତା ମିତ୍ର ଏବଂ ଶ୍ରାବଣୀ ସୌଗନ୍ଧିକା ପ୍ରମୁଖ ଅନ୍ୟତମ ଥିଲେ।

Related Post

ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

Posted by - January 4, 2019 994
ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ…

୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳର ପ୍ରତିକ୍ରିୟା

Posted by - February 1, 2020 3,663
ଭୁବନେଶ୍ୱର ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳାଙ୍କ ଦ୍ୱିତୀୟ ବଜେଟ୍ ତେବେ ଅନେକ…

ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ପରିବେଶ ଆଲୋଚନା ଚକ୍ର ଆୟୋଜିତ

Posted by - June 7, 2021 0
ଲଣ୍ଡନ/ନୂଆଦିଲ୍ଲୀ/ମୁମ୍ବାଇ/ ଭୁବନେଶ୍ୱର:(ସ୍ନେହଂଶୁ ଶେଖର ମହାନ୍ତି ) ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନ ଓ “ହାଇଫାଇପ ସୋସିଆଲ ଇନୋଭେସନସ” (ଏଚ୍ ଏଫ୍ ଏସ ଆଇ)ର ମିଳିତ ସହଯୋଗରେ ଅନଲାଇନ୍…

ତନ୍ମୟ ପଣ୍ଡାଙ୍କ ଆରୋଗ୍ୟ ପାଇଁ ୱାର୍ଲଡ ଓଡିଶା ସୋସାଇଟିର ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ

Posted by - January 19, 2023 0
ଭୁବନେଶ୍ୱର/ ନୂଆଦିଲ୍ଲୀ, ୧୯ା୧: ୱାର୍ଲଡ ଓଡିଶା ସୋସାଇଟି (ୱାଓସୋ) ତରଫରୁ ଡଃ ଚନ୍ମୟ ପଣ୍ଡାଙ୍କର ଆଶୁ ଆରୋଗ୍ୟ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ ଆୟୋଜନ କରାଯାଇଥିଲା ।…

ଓଡିଶାପାଇଁ ଯିଏ ଭଲ କରିବ ତା ସହ ରହିବୁ:ନବୀନ ପଟ୍ଟନାୟକ

Posted by - April 15, 2019 11
ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ…