ଯାଜପୁର:ଯାଜପୁର ଜିଲା ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଞ୍ଚାୟତରେ ମନରେଗା କାମ ରେ ବ୍ୟାପକ ଅନିୟମିତତା ଅଭିଯୋଗ। ବିଭିନ୍ନ ପ୍ରକଳ୍ପ ରେ ମେସିନ ମାଧ୍ୟମରେ କାମ କରାଯାଉଥିବାରୁ ଶ୍ରମିକ ମାନେ କାମ କରିବାରୁ ବଂଚିତ ହେଉଛନ୍ତି।
ସେହିପରି ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟ ଚାଲୁଥିଲା ବେଳେ କୌଣସି ସ୍ଥାନରେ ଡିସପ୍ଲେ ବୋର୍ଡ ନାହିଁ। ଫଳରେ ଏହି କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରି ଜିଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ। ପୂର୍ବରୁ ଜିଲାପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ଏନେଇ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲେ ମଧ୍ୟ ପୁନର୍ବାର ରୁଦ୍ର ନାରାୟଣ ପତିଙ୍କ ନେତୃତ୍ବରେ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।