ମୁନିଗୁଡା :(ରମାକାନ୍ତ ପୋଡାଳ )ସମ୍ବିଧାନ ପ୍ରଣୟତା ତଥା ଦେଶର ପ୍ରଥମ ଆଈନି ମନ୍ତ୍ରି ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିକୃତି ନିର୍ମାଣ ସକାଶେ ଭୂମି ଦାନ କରି ଚର୍ଚ୍ଚାରେ ରାୟଗଡ଼ ନିବାସୀ ଲାଡି ଚନ୍ଦ୍ର ମଉଳି। ଅମ୍ବାଦଳା ଗ୍ରାମବାସୀ ତଥା ଉତ୍ସାହୀ ଯୁବ ଗୋଷ୍ଠୀଙ୍କ ଅନୁରୋଧ କ୍ରମେ ରାୟଗଡ଼ ସହର ନିବାସୀ ଲାଡ଼ି ଚନ୍ଦ୍ର ମଉଳି ଓ ତାଙ୍କ ଦୁଇ ବନ୍ଧୁ କୁଟେଶ୍ୱର୍ ରାଓ ଏଵଂ ପି.ମହେଶ୍ୱର ରାଓ ଆଜି ସକାଳ ସମୟରେ ଅମ୍ବଦଳା ଠାରେ ପହଞ୍ଚିବା ସହ ଭୂମୀ ପୂଜନ କରି ନଡିଆ ଫଟାଇ ଶୁଭ ଉଦ୍ଘାଟନ କରିଥିବା ବେଳେ ଜୟ ଭିମ୍ ନାରା ରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।
ଏହି ଅବସରରେ ମୁନିଗୁଡା ବ୍ଲକ୍ ଉପାଧ୍ୟକ୍ଷ ଆଦର୍ଶ କୁସୁଲିଆ, ଅମ୍ବାଦଳା ନ୍ୟାବ ସରପଞ୍ଚ ପ୍ରଭାକର ବାଗ, ଡଙ୍ଗାର ବୋରି ୱାର୍ଡ ସଭ୍ୟ ଶମ୍ଭୁ,ଅମ୍ବଦଳା ଗ୍ରାମର ବିଶିଷ୍ଟ ବ୍ୟକ୍ତି ଆନନ୍ଦ କରକରିଆ, ଦିନେଶ ନାୟକ, ଭୀମ ଆର୍ମି ଉତ୍ସାହୀ ଯୁବକ ଭଗବାନ କରକରିଆ, ସଞ୍ଜୟ କରକରିଆ,କୃପା ସିନ୍ଧୁ କୁସୁଳିଆ, ପ୍ରଭଞ୍ଜନ ବାଗ, ରାଜା କରକରିଆ, ଵିବୁ କୁଲଦୂପିଆ, ବେଣୁଧର ଖୋସଲା, ଶିଶିର କୁଶୁଲିଆ, ଯୀଶୁ କରକରିଆ, ହିନ୍ଧୂଜା ବାତ୍ରା, ନରେଶ ବାଗ, ଯଶବନ୍ତ ନାୟକ, ରାମବାବୁ ବାଗ , ଅନନ୍ତ ଦୁର୍ଗା, ଦକ୍ଷ ବାତ୍ରା ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।
ପ୍ରକାଶ ଥାଉକି ରାୟଗଡ଼ ଜିଲ୍ଲା ଅମ୍ବାଦଳା ଅଞ୍ଚଳରେ ଭାରତ ରତ୍ନ ବାବା ସାହେବଙ୍କ ପ୍ରତିମୃତ୍ତି ନଥିବା ବେଳେ ଅଞ୍ଚଳରେ ଥିବା ଭୀମ ଆର୍ମି ସଙ୍ଗଠନରର କିଛି ଉତ୍ସାହୀ ଯୁବକ ବାବା ସାହେବଙ୍କ ପ୍ରତିକୃତି ନିର୍ମାଣ ପାଇଁ ଜାଗା ଖୋଜୁଥିବା ବେଳେ ଏହି ବଦାନ୍ୟ ବ୍ୟକ୍ତିଙ୍କ ଅବଦାନ ଯୁବକ ମାନଙ୍କର ସ୍ବପ୍ନକୁ ସଫଳ କରି ପାରିଛି। ଶ୍ରୀ ମଉଳୀଙ୍କ ଅବଦାନକୁ ନେଇ ଭୀମ ଆର୍ମି ଯୁବ ଗୋଷ୍ଠୀ କୃତଜ୍ଞତା ଜଣାଇଥିବା ବେଳେ ଅଞ୍ଚଳ ବାସୀ ସାଧୁବାଦ୍ ଅର୍ପଣ କରିଛନ୍ତି।