Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବୌଦ୍ଧଜିଲା ମୁଖ୍ୟଚିକିତ୍ସାଳୟକୁ ଜିଲାପାଳଙ୍କ ଅଚାନକ ପରିଦର୍ଶନ

38 0

ବୌଦ୍ଧ:୧୦ା୫(ଚିତ୍ତରଞ୍ଜନ ସିଂହ)ଜିଲାପାଳ ସତ୍ୟରଂଜନ ସାହୁ ବୁଧବାର ପୂର୍ବାହ୍ନରେ ଅଚାନକ ଭାବରେ ବୌଦ୍ଧଜିଲା ମୁଖ୍ୟଚିକିତ୍ସାଳୟରେ ପହି ସ୍ୱାସ୍ଥ୍ୟସେବା ତଦାରଖ କରିବା ସହିତ ବିଭିନ୍ନ ୱାର୍ଡ ବୁଲି ସମସ୍ୟା ଅନୁଧ୍ୟାନ କରିଥିଲେ । ଜିଲାପାଳ ଶ୍ରୀସାହୁ ରୋଗୀ ଓ ରୋଗୀମାନଙ୍କ ସଂପର୍କିୟମାନଙ୍କ ସହିତ ଆଲୋଚନା କରି ଚିକିତ୍ସାଳୟରେ ମିଳୁଥିବା ସୁବିଧାସୁଯୋଗ ଓ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ମୁଖ୍ୟଚିକିତ୍ସାଳୟର ବର୍ହିବିଭାଗ ପରିଦର୍ଶନ କରିବା ସହିତ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନଙ୍କ ସ୍ୱତନ୍ତ୍ର କକ୍ଷ ପରିଦର୍ଶନ କରି ରୋଗୀସେବା ଅନୁଧ୍ୟାନ ଓ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ ।

ମୁଖ୍ୟଚିକିତ୍ସାଳୟ ମଧ୍ୟରେ ଚିକିତ୍ସାଧିନ ରୋଗୀଙ୍କ ସଂପର୍କିୟ ଓ ପ୍ରତିଦିନ ବର୍ହିବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ଭିଡ ଜମାଉଥିବାରୁ ସମସ୍ତଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଭିଡ କମାଇବାକୁ ରୋଗୀଙ୍କ ସଂପର୍କିୟମାନଙ୍କୁ ସୂଚନା ପ୍ରଦାନ ପାଇଁ ମାଇକ୍ ବ୍ୟବସ୍ଥା କରିବାକୁ ଜିଲାପାଳ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଚିକିତ୍ସାଳୟ ପରିସରରେ ଜମା ହୋଇ ରହିଥିବା ବର୍ଯ୍ୟବସ୍ତୁକୁ ତୁରନ୍ତ ସଫା କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ପୁରୁଣା ଜେଲ କୋଠାରେ ଚାଲିଥିବା କୋଭିଡ ସ୍ୱାସ୍ଥ୍ୟ ନିକଟରେ ପ୍ରସ୍ତାବିତ ସ୍ୱତନ୍ତ୍ର ୨୦ ଶଯ୍ୟା ବିଶିଷ୍ଟ କିଡନୀ ୱାର୍ଡର କ୍ଷେତ୍ର ପରିଦର୍ଶନ କରିଥିଲେ ।

ଦୁଷିତ ପାନୀୟଜଳ ଯୋଗୁଁ ଜିଲାରେ ଶହ ଶହ ସଂଖ୍ୟାରେ କିଡନୀ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧିନ ଥିବାବେଳେ ଅନେକ ରୋଗୀ ଡାଇଲିସିସ ହେଉଛନ୍ତି । ଏହିଭଳି ପରିସ୍ଥିତିରେ ଏକ ସ୍ୱତନ୍ତ୍ର କିଡନୀ ୱାର୍ଡ ପ୍ରତିଷ୍ଠା ପାଇଁ ଜିଲାପାଳ ଶ୍ରୀସାହୁ ଗୁରୁତ୍ୱାରୋପ କରିବାସହ ତୁରନ୍ତ ପୁରୁଣା ଜେଲ କୋଠାରେ କିଡନୀ ୱାର୍ଡ ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହି ପରିଦର୍ଶନ ସମୟରେ ଜିଲା ମୁଖ୍ୟଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ସଂଘମିତ୍ରା ପଣ୍ଡା,ଡେପୁଟି କଲେକ୍ଟର ଚନ୍ଦ୍ରକାନ୍ତ ବେହେରା,ଝରଣା ପ୍ରଧାନ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ ।

Related Post

ଖପ୍ରାଖୋଲ ବ୍ଲକ ସଭା ଗୃହ ରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସରପଞ୍ଚ ଙ୍କ ପ୍ରଥମ ସମିତି ବୈଠକ

Posted by - April 28, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ନିକଟ ସଭାଗୃହ ରେ ନବ ନିର୍ବାଚିତ ସମିତି ସଭା , ସଭ୍ୟ ଓ ସରପଞ୍ଚ ଙ୍କୁ ନେଇ…

ବରଗଡ ଧନୁଯାତ୍ରା ସ୍ଥଗିତ

Posted by - December 11, 2021 0
ବରଗଡ/ଅତାବିରା:ସାରା ବିଶ୍ୱରେ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସିଦ୍ଧ ଅଟେ ବରଗଡ ଜିଲ୍ଲା ।କରୋନା ପ୍ରଭାବରୁ ଏ ବର୍ଷ ଧନୁଯାତ୍ରା ହେବ କି ନାହିଁ ସଠିକ ଭାବେ କୁହାଯାଇପାରୁ…

ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Posted by - August 17, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ l ସୁବର୍ଣ୍ଣପୁର,, ବୌଦ୍ଧ ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ…

ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଂଚାୟତ ର ସ୍ବର୍ଣ୍ଣଲତା ପରିଡା ନିର୍ବାଚିତ

Posted by - March 13, 2022 0
ଯାଜପୁର :(ଆନଂଦ ଚନ୍ଦ୍ର ସାହୁ )ରାଜ୍ୟ ରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି ରହିଛି। ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଂଚାୟତ ର ସମିତି ସଭ୍ୟା…

ଧର୍ମଗଡ଼ ବ୍ଲକ ତରାପୁର ଠାରେ ରେ ମହାଭାରତ ପାରାୟଣ ଜ୍ଞାନଯଜ୍ଞ ରେ ଭକ୍ତଙ୍କ ପ୍ରବଳ ସମାଗମ

Posted by - May 4, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ତରାପୁରରେ ମହାଭାରତ ପାରାୟଣ ମହାଯଜ୍ଞ ଗତ ୬ ତାରିଖ ଚୈତ୍ରପୂର୍ଣ୍ଣିମାରୁ ଆରମ୍ଭ ହୋଇଛି। ମଇ ୫ ତାରିଖ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ…