Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ,ଆଭସି ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

85 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ)୫ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲା ର ୧୧୫ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିଡ଼ିଓ କନଫରେନ୍ସ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନଦନ ଜଣାଇବା ସଙ୍ଗେ ସଙ୍ଗେ ୫ଟି ଉପଯୋଗ ସମ୍ପର୍କରେ ସୂଚନା ଦେଇ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦେଇ ନିଜ ପ୍ରତିଭାର ପରିଚୟ ଦେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ଗତ କାଲି ୮ ମଇ ଦିନ ସ୍ଥାନୀୟ ପୋଲିସ ହାଇସ୍କୁଲ ଠାରେ ସଂଧ୍ୟା ୫.୩୦ ମିନିଟ ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରି ପ୍ରମୁଖ ଉପସ୍ଥିତ ଥିଲେ।

ପୋଲିସ ହାଇସ୍କୁଲ ର ୧୦ ମ ଶ୍ରେଣୀ ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ନାୟକ ୫ଟି ରୂପାନ୍ତରୀତ ହାଇସ୍କୁଲ ରେ ନିଜ ସ୍କୁଲର ଅନୁଭୂତିକୁ ପ୍ରକାଶ କଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ। ୫ଟି ର ସଫଳ ରୂପାୟନ ଦ୍ଵାରା ଛାତ୍ର ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା, ସ୍ମାର୍ଟକ୍ଲାସ , ଇ ଲାଇବ୍ରେରୀ, ଅତିଆଧୁନିକ ବିଜ୍ଞାନଗାର ର ସୁବିଧା ନିଜ ବିଦ୍ୟାଳୟରେ ପାଇପାରୁଛନ୍ତି ।ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇ କଳାହାଣ୍ଡି ଜିଲ୍ଲା ଆଜି ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏବଂ କଳାହାଣ୍ଡି ବାସୀ ମେଡିକାଲ କଲେଜ,କୃଷି ମହାବିଦ୍ୟାଳୟ,ସରକାରୀ ଇଞ୍ଜିନିୟରିଂ କଲେଜ ଭଳି ଅନୁଷ୍ଠାନ ପାଇଛନ୍ତି।

ଏହି ରୂପାନ୍ତରିତ ସ୍କୁଲ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ।ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସହିତ ଏକ ସମୟରେ ଜିଲ୍ଲାର ୧୧୫ ଟି ହାଇସ୍କୁଲ ରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ଲୋକାର୍ପଣ ଉତ୍ସବ କୁ ଏଲ ଇ ଡି ମାଧ୍ୟମ ରେ ସଂପୃକ୍ତ ସ୍କୁଲର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ,ଆଲୁମିନି,ପଞ୍ଚାୟତ ପ୍ରତିନିଧି ଦେଖିଥିଲେ।ସୂଚନା ଯୋଗ୍ୟ ଚତୁର୍ଥ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲାର ଆହୁରି ୮୨ ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ ହେବ।ଏହି କାର୍ଯ୍ୟକ୍ରମରେ ୧୧୫ ଟି ରୂପାନ୍ତରିତ ବିଦ୍ୟାଳୟ ର ପ୍ରତିନିଧି ସହ ସ୍କୁଲ ଆଲୁମିନି, ଜନପ୍ରତିନିଧି, ଭବାନୀପାଟଣାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ,ସମସ୍ତ ବି ଡି ଓ, ଶିକ୍ଷା ବିଭାଗର କର୍ମଚାରୀ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Related Post

ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁର ଖୋଲିଲା ରହସ୍ୟ,୩ ବନ୍ଧୁ ଗିରଫ

Posted by - October 17, 2021 0
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ କମିସନରେଟ ପୁଲିସକୁ ବଡ ସଫଳତା ମିଳିଛି। ମନୀଷ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା…

ଯାଜପୁର ରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ,୫୮ ବର୍ଷୀୟ କଲିକତା ଫେରନ୍ତା ,ରାଜ୍ୟ ରେ ୧୭୬

Posted by - May 5, 2020 0
ଭୁବନେଶ୍ୱର: ଯାଜପୁର ରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ,୫୮ ବର୍ଷୀୟ କଲିକତା ଫେରନ୍ତା । ଯାଜପୁର ରେ ରାଜ୍ୟ ରେ ୧୭୬। ସେ ନିକଟରେ କୋଲକାତାରୁ ଫେରିଥିଲେ।…

ଟୀକା ନନେଇଥିଲେ ବି ,ଆସୁଛି ମେସେଜ,ଟୁଇଟ ମାଧ୍ୟମରେ ସରକାରଙ୍କୁ ଅଭିଯୋଗ କଲେ ଅଭିଯୋଗ କାରୀ

Posted by - September 15, 2021 0
ବୌଦ୍ଧ :(ଚିତରଂଜନ ସିଂ) କରନା ଟୀକା ନେଇନୀ ହେଲେ ପ୍ରତାପମେହେର ନାମରେ ଦ୍ଵିତୀୟ ଥର ଟୀକା ନେବାର ପ୍ରମାଣପତ୍ର ମେସେଜ ଆସିଛି । ଏଭଳି ଖବର ଆଜି…

ଯାଜପୁର ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ,ଚାଲିଛି ପ୍ରାର୍ଥୀ ପାତ୍ର ଦାଖଲ

Posted by - April 6, 2019 806
ଯାଜପୁର:୦୬/୦୪ ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଜିଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ…