ଯାଜପୁର:ଯାଜପୁର ଜିଲା ପରିଷଦ ସମ୍ମିଳନୀ ଗୃହରେ ଜିଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଅଧ୍ୟକ୍ଷତା କରି ରେଡକ୍ରସର ସୃଷ୍ଟି ଦୁସ୍ଥ ଓ ଅସହାୟଙ୍କ ସେବା ପାଇଁ ବୋଲି କହିଥିଲେ । ରେଡକ୍ରସର ସଂପାଦକ ତଥା ସହକାରୀ ଜିଲାପାଳ କୁଳମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକ ପରିଚାଳନା କରିଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଦିବ୍ୟଲୋଚନ ମହନ୍ତ, ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ଯାଜପୁର ପୋୖରପାଳିକାର ଅଧକ୍ଷା ରଞ୍ଜୁଲତା ହୋତା ପ୍ରମୁଖ ଉପସ୍ଥିତ ରହି ରେଡ଼କ୍ରସ ସହ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ ।
ଏହି ବୈଠକରେ ଗତ ଆର୍ଥିକ ବର୍ଷରେ ରେଡକ୍ରସ ପାଣ୍ଠି ପାଇଁ ସଂଗୃହିତ ଆୟ ବ୍ୟୟର ହିସାବ ରଖାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର କାର୍ଯ୍ୟକର୍ତା,ବରିଷ୍ଠ ନାଗରିକ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।