ହରଭଙ୍ଗା:୦୭/୦୫(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ପଞ୍ଚାୟତ ଡ୍ରାଇଭର ସଙ୍ଘ ସଭାପତି ଅରୁଣ କୁମାର ଦାସଙ୍କ ଏକାଦଶାହ କାର୍ଯ୍ୟରେ ପଂଚାୟତ ଡ୍ରାଇଭର ସଙ୍ଘ ପକ୍ଷରୁ ୨୫ ହଜାର ଟଙ୍କା, ଜିଲ୍ଲା ଡ୍ରାଇଭର ସଙ୍ଘ ପକ୍ଷରୁ ୧୦ ହଜାର ଟଙ୍କା ସହ ମୋଟ ୩୫ ହଜାର ଟଙ୍କା ସହାୟତା ରାଶି ମୃତକ ଡ୍ରାଇଭରଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା।
ସହାୟତା ପ୍ରଦାନ ସମୟରେ ଡ୍ରାଇଭର ମହାସଙ୍ଘର ହରଭଙ୍ଗା ବ୍ଲକ ସମ୍ପାଦକ ରଂଜିତ ବେହେରା, ହରଭଙ୍ଗା ପଂଚାୟତ ସମ୍ପାଦକ ପ୍ରଭାସ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଡ୍ରାଇଭର କର୍ମକର୍ତ୍ତା ଉପସ୍ଥିତ ରହି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ !