ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ତରାପୁର ଗୋଲାମୁଣ୍ଡା ବ୍ଲକ ର ଗୋଲାମୁଣ୍ଡା କୁମାରୀ ଗାଁ ଠାରେ ରେ ମହାଭାରତ ପାରାୟଣ ଜ୍ଞାନଯଜ୍ଞ ଆଜି ସମାପନ ହୋଇଯାଇଛି।ଧର୍ମଗଡ଼ ବ୍ଲକ ତରାପୁର ଏବଂ ଗୋଲାମୁଣ୍ଡା ବ୍ଲକ ର ଗୋଲାମୁଣ୍ଡା ଓ କୁମାରୀ ଗାଁ ଠାରେ ମହାଭାରତ ପାରାୟଣ ମହାଯଜ୍ଞ ଗତ ୬ ତାରିଖ ଚୈତ୍ରପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା। ମଇ ୫ ତାରିଖ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମହାଭାରତ ଯଜ୍ଞ ର ଆଜି ସମାପନ ହୋଇଯାଇଛି ।ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ମହାଯଜ୍ଞ ପାଇଁ ବୁଧବାର ଅଧିବାସ ଓ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗୁରୁବାର ପୂର୍ଣ୍ଣିମାଠାରୁ ଯଜ୍ଞ ଆରମ୍ଭ ହୋଇଥିଲା।
ପ୍ରତି ୧୦ଟାରୁ ପୂଜା ଓ ପାରାୟଣ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ଏଠାରେ ବିବାହ, ବ୍ରତ, ଚୁଡ଼ା କରଣ, କୁଣ୍ଡାବରି,ଇତ୍ୟାଦି ସାମାଜିକ ସଂସ୍କାର କାର୍ଯ୍ୟକ୍ରମ ଚାଲୁଥିଲା।ଏହି ମହାଭାରତ ମହାଯଜ୍ଞ ରେ ସଂକଳ୍ପ ନେଇ ଥିବା ବ୍ରତୀ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ କୁଡିଆ ମାନ ଆୟୋଜନ କମିଟି ପକ୍ଷରୁ ନିର୍ମାଣ କରାଯାଇଥିଲା।
ବ୍ରତ ପାଳନ କରୁଥିବା ବ୍ରତୀ ମାନେ ଏକ ମାସ କାଳ ଉକ୍ତ କୁଡିଆ ରେ ବାସ କରିବା ସହ ନିଷ୍ଠା ର ସହ ମହାଭାରତ ପାରାୟଣ ଓ ପ୍ରବଚନ ଶୁଣିବା ପାଇଁ ମାନସିକ କରିଥିଲେ।ଗ୍ରାମବାସୀମାନେ ଏଥିରେ ସହଯୋଗ କରୁଛନ୍ତି ।ମହାଭାରତ ପାରାୟଣ ଶ୍ରବଣ କରିବା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଓ ନୂଆପଡ଼ା ଜିଲ୍ଲା ଏବଂ ବଲାଙ୍ଗିର,ନବରଙ୍ଗପୁର ଜିଲ୍ଲାର ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ପ୍ରତ୍ୟହ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।ଏକ ମାସ ଧରି ଚାଲିଥିଲା।