କେସିଙ୍ଗା :୦୫ /୦୫ (ପ୍ରିତେଶ ପଟେଲ୍)ସାରା ରାଜ୍ୟ ରେ ଚାଲିଥିବା ଓଡ଼ିଶା ସରକାର ଙ୍କ ଦ୍ଵାରା ଅଧିଶୁଚିତ ୨୦୮ ପ୍ରକାର ପଛୁଆ ବର୍ଗ ଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ନେଇ ସର୍ବେ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରେ ମଧ୍ୟ ମଇ ୧ ତାରିଖ ରୁ ଆରମ୍ଭ ହୋଇଛି ସହରରେ ୧୨ ଟି ସେଣ୍ଟର୍ ରେ ସକାଳ ୮ ଟା ରୁ ୧୨ ଓ ଅପରାହ୍ନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିଛି ସର୍ବେ କାମ।
ସର୍ବେ ପାଇଁ ଆସୁଥିବା ଜନସାଧାରଣ ଙ୍କ ସୁବିଧା ପାଇଁ ସେଣ୍ଟର୍ ମାନଙ୍କ ରେ ଚଉକି ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି।ଏ ହିଁ ସର୍ବେ ର ତାଦାରକ ପାଇଁ ତଦାରକ ଅଫିସର୍ ଭାବେ ଅଶୋକ କୁମାର ପଣ୍ଡା ଆସି ସର୍ବେ ସ୍ଥଳ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରି ଏନ୍ ଏ ସି କର୍ମଚାରୀ ଙ୍କୁ ସାବାସି ଦେଇଥିଲେ।ଏ ହି ପରିଦର୍ଶନ ସମୟରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓ ଦୁ କେସିଙ୍ଗା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।