ମୁନିଗୁଡା :(ରମାକାନ୍ତ ପଡାଲ )ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତରେ ଆଜି ନୂତନ ବଜାର ଗୃହ, ମିଶନ ଶକ୍ତି ଗୃହ, ସିଲେଇ ଗୃହ, ସୈଗ ମ୍ୟ କେନ୍ଦ୍ରର ଆଜି ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା। ବହୁତ ବର୍ଷ ଧରି ବଜାର ଗୃହ ଭଗ୍ନ ଅବସ୍ଥା ପଡିଥିବା ବେଳେ ବିଷମକଟକ ନୂତନ ବିଡ଼ିଓ ସଦାଶିବ ନାୟକ ପରିଦର୍ଶନ ରେ ପହଞ୍ଚି ହାଟମୁନିଗୁଡାର ଥିବା ନିୟନ୍ତ୍ରଣ ବଜାର କମିଟିର ବଜାର ଗୃହ ଏବଂ ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରି ରାୟଗଡ଼ା ଜିଲ୍ଲା ପାଳ ଙ୍କୁ ହାଟମୁନିଗୁଡା ପଂଚାୟତ ପରିଦର୍ଶନ ରେ ଆଣିଥିଲେ।
ରାୟଗଡ଼ା ଜିଲ୍ଲା ପାଳ, ସୁଧା ସିଂ ଦେଓ , ବରିଷ୍ଠ ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ ଓ ବିଡ଼ିଓ ସଦାଶିବ ନାୟକ ଙ୍କ ଦ୍ଵାରା ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା।ତାହା ଆଜି ଅନୁସୂଚିତ ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ଦ୍ଵାରା ଆଜି ଉଦ୍ ଘାଟନ କରାଯାଇଛି। ଏହି ଉଦ୍ ଘାଟନ ଉତ୍ସବରେ ମନ୍ତ୍ରୀ ଙ୍କ ସହିତ ବିଜୁ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ରାୟଗଡ଼ା ଜିଲ୍ଲା ପାଳ ଶ୍ରୀ ମତି ସୁଧା ସିଂ ଦେଓ, ବିଡ଼ିଓ ଶ୍ରୀ ସଦାଶିବ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମତି ସୁଜାତା କାଡାରାକା, ବ୍ଲକ ଚ୍ୟାରମେନ ଶ୍ରୀ ମତି ଯଶୋଦା ହୁଈକା, ଜିଲ୍ଲା ଚ୍ୟାରମେନ ଶ୍ରୀ ମତି ଅନୁସୟା ମାଝୀ, ବ୍ଲକ ଭାଇସ୍ ଚ୍ୟାରମେନ ଶ୍ରୀ ଦେବୀ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ,ନାନୁ ପଣ୍ଡା,ଯୁବ ସାମ୍ବାଦିକ ପ୍ରସନ୍ନ କୁମାର ପଣ୍ଡା,ପପୁ ନାୟକ,ଜି ଶ୍ରୀ ନିବାସ, ଉମାକାନ୍ତ ନେମାଲପୁରୀ, ଜେଇ ଦୀପକ କୁମାର ନାୟକ, ଏଇ ପ୍ରତିସ୍ ତ୍ରିପାଠୀ, ପି ଇ ଓ ମଳୟ କୁମାର ନାୟକ, ଜି ଆର ଏସ୍ ସନ୍ତୋଷ କୁମାର ବୈଦ୍ୟ ଭୂଷଣ, ସରପଞ୍ଚ ନାରାୟଣ ହୁଈକା, ସମିତି ସଭ୍ୟ,ପୁରୁଷୋତ୍ତମ ବିଭାର, ଭାଲୁ ବୈଦ୍ୟ ଭୂଷଣ ପ୍ରମୁଖ ଓ ହାଟମୁନିଗୁଡା ପଂଚାୟତର ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ହାଟମୁନିଗୁଡା ପଂଚାୟତର ସମସ୍ତ ସରକାରୀ କର୍ମଚାରୀ ମାନେ ପରିଚାଳନା କରିଥିଲେ।