କୋଶାଗୁମୁଡା : (ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମରେ ରବିବାର ଉତ୍କଳ ଗୋଶାଳା ସମିତି ପକ୍ଷରୁ ସନାତନ ଧର୍ମ ଗୋରକ୍ଷାର ଏକ ଗୋଶାଳା ର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗଦେଇ ଗୋଶାଳାର ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ରୂପେ ଜିଲ୍ଲା ଚିକିତ୍ସାଧିକାରୀ ଡଃ ରମେଶ ଚନ୍ଦ୍ର ସାହୁ ସହ ସ୍ଥାନୀୟ ପ୍ରଶାସାନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଗୋଶାଳା ନିର୍ମାଣ କରିବାର ମୂଳ ଲକ୍ଷ୍ୟ ହେଲା ଅଞ୍ଚଳର ବୁଲାବୁଲି କରୁଥିବା ଗୋମାତା ଓ ଗୋ ଚାଲାଣ ରୋକିବା ସହ ଏହି ଗୋଶାଳା ରେ ଯେମିତି ଗୋମାତା ମାନେ ସୁରକ୍ଷିତ ରହିପାରିବେ ତାହାର ମୂଳ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଗୋଶାଳା ସମିତି ସମ୍ପାଦକ ସମୀର କୁମାର ପ୍ରଧାନ ପୌରହିତ କରିଥିବା ବେଳେ ଉମରକୋଟ ଗୋ ସମ୍ପଦ ବିକାଶ ପ୍ରତିଷ୍ଠାନ ର ସଭାପତି ଅଞ୍ଜନ କୁମାର ଜେନା , ସ୍ଥାନୀୟ ବ୍ଲକ ଗୋଷ୍ଟି ପ୍ରାଣୀ ଚିକିତ୍ସାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଗୋ ସୁରକ୍ଷା ବାହିନୀର ସଦସ୍ୟ ମାନେ ପରିଚାଳନା କରିଥିଲେ ।