ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓରମାସ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଗୁହା ପୁନମ ତାପସ କୁମାର ତିନି ଦିନିଆଁ ବୌଦ୍ଧଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀମତୀ ଗୁହା ପୁନମ ପ୍ରଥମ ଦିବସରେ ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପ ବୁଲିବା ସହିତ ବୁଟୁପାଲି ସ୍ୱଧାର ଗୃହ,ଜିଲା ରିସୋର୍ସ ସେଣ୍ଟର,ଯୋଗୀନ୍ଦ୍ର ଦେବ ଉଦ୍ୟାନ,ଶ୍ରୀଜଗନ୍ନାଥ ମନ୍ଦିର,ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର,ମିଲେଟ ଶକ୍ତି କାଫେ ଆଦି ପରିଦର୍ଶନ କରିଥିଲେ ।
ଦ୍ୱିତୀୟ ଦିବସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା,ମାଛ ଯାଆଁଳା କେନ୍ଦ୍ର ତେଲିବନ୍ଧ,ବହିରା ୫ଟି ବିଦ୍ୟାଳୟ, ବାଉଁଶୁଣୀ ଗୋଷ୍ଠୀ ଚିକିତ୍ସାଳୟ, ବଉଦିଆପଡାର ମଙ୍ଗଳମୟୀ ଉତ୍ପାଦକ ସଂଘ ସହିତ ଆଲୋଚନା,କଣ୍ଟାମାଳ ବ୍ଲକର ମନମୁଣ୍ଡା ବାସୁଦେବପାଲିର ନାରୀ ସମୃଦ୍ଧି ପ୍ରଡ୍ୟୁସର ଗୃପ(ଧୂପକାଠି କ୍ଲଷ୍ଟର), ଦେଉଳୀର ମେଗାଲିପ୍ଟ ଜଳସେଚନ ପ୍ରକଳ୍ପ,କୁଲତାଜୋର ର ନୁଆପାଲି ଠାରେ ପିଆଜ ସଂରକ୍ଷଣ ବ୍ୟବସ୍ଥା,କୀଟନାଶକ ପ୍ରୟୋଗ ବିନା ଚାଷ ପ୍ରଣାଳୀ,ପଲଶାଗୋରା ପଞ୍ଚାୟତରେ ମିଶନ ଶକ୍ତି ଗୃହ, ସୁଲ୍ଲଭ ବିକ୍ରୟ କେନ୍ଦ୍ର ଏବଂ ଐତିହାସିକ ଗନ୍ଧରାଢି ମନ୍ଦିର ପରିଦର୍ଶନ କରିଥିଲେ ।
ସେହିପରି ତୃତୀୟ ଦିବସରେ ବୌଦ୍ଧଠାରେ ୩୦୦ ଶଯ୍ୟା ବିଶିଷ୍ଟ ନିର୍ମାଣାଧିନ ଚିକିତ୍ସାଳୟ,ପୁରୁଣା ଶିଳ୍ପ ତାଲିମକେନ୍ଦ୍ର କୋଠାରେ ଅସ୍ଥାୟୀ କିଡନୀ ଚିକିତ୍ସାଳୟ, ଆଦର୍ଶ କୃଷକ ବଜାର ପରିବା ହାଟ ବୁଲି କୃଷକମାନଙ୍କ ସହିତ ଆଲୋଚନା,ମିଶନ ଶକ୍ତି ଓ ମିଲେଟ ଶକ୍ତି କାଫେରେ ମହିଳା ଗୋଷ୍ଠୀଙ୍କ ସହିତ ଆଲୋଚନା,ଗ୍ରାମ୍ୟପାନୀୟଜଳ ଯୋଗାଣ ବିଭାଗର ଜଳ ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ ।
ଏହି ସମୀକ୍ଷା ବୈଠକରେ ନିର୍ମାଣାଧିନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଶ୍ରୀମତୀ ପୁନମ ପରାମର୍ଶ ଦେଇଥିଲେ । ପରେ ଶ୍ରୀମତୀ ପୁନମ ହରଭଙ୍ଗା ବ୍ଲକର ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମ,ବଡବନ୍ଧ କନ୍ୟାଶ୍ରମରେ ଛାତ୍ରାବାସ,ପରଗଳପୁର ବୁଦ୍ଧ ମନ୍ଦିର,ଧଳପୁର ବ୍ରିଜ,ଭୈରବୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ,ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର,ତହସିଲଦାର ଦେବୀ ପ୍ରସାଦ ଦାଶ,ଟିଆରଓ ସୁମନ ରାଜା ମହାନ୍ତି,ରାଜେନ୍ଦ୍ର ନାରାୟଣ ସେନାପତି,ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ,ଓରମାସ ଅଧିକାରୀ ଶିବାଶିଷ ଦାଶଙ୍କ ସମେତ ସମସ୍ତ ଜିଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ ।