ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ସକାଳ। ୧୦.୨୭ ମିନିଟ ସମୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଏକ ସାମ୍ବାଦିକ ସମ୍ବିଳନୀ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲାଆସନ୍ତାକାଲି ତା ୩୦.୦୪.୨୩ ରବିବାର ସକାଳ ଠିକ୍ ୧୦.୧୭ ମିନିଟ ସମୟରେ ୮୬- ବୌଦ୍ଧ ବିଧାନ ସଭା ଅନ୍ତର୍ଗତ ୧୫ ନମ୍ୱର୍ ବୁଥ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କ ଐତିହାସିକ ୧୦୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଙ୍କ ସହିତ ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କ ସହିତ ବିଭିନ୍ନ ବର୍ଗର ଲୋକଙ୍କ ଯୋଗଦାନ କରିବା ପାଇଁ ବ୍ୟବସ୍ଥା କରାଯାଇ ଅଛି।
ଓଏଥି ସହିତ ରାଜ୍ୟ ଓ କେନ୍ଦ୍ର ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ର ୭୬ ଗୋଟି ସମସ୍ତ ଶକ୍ତି କେନ୍ଦ୍ର ଗୁଡ଼ିକର ମୋଟ ୧୫୨ ବୁଥ ସ୍ତରୀୟ ମନ କି ବାତ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଇଅଛି ।
ଏହି ସବୁ କାର୍ଯ୍ୟକ୍ରମ ରେ ସମସ୍ତ ବିଜେପି ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ଜିଲ୍ଲା ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କେନ୍ଦ୍ରୀୟ ଯୋଜନାର ଲଭାର୍ଥି, ବୁଣାକାର, ଚାଷୀ, ସଫେଇ କର୍ମଚାରୀ,ପୂର୍ବତନ ସୈନିକ,ପୂର୍ବତନ ଶିକ୍ଷକ, ମଶ୍ଚ୍ୟାଜିବି, କଳାକାର, ସାମାଜିକ ସଂଗଠନ ର ସଦସ୍ୟ,, ସଦସ୍ୟା, ବୁଦ୍ଧଜୀବୀମାନେ ଯୋଗଦାନ୍ କରିବା ପାଇଁ ଅନୁରୋଧ କରାଯାଇ ଅଛି ।ଆଜି ର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ, ମଣ୍ଡଳ ସଂପାଦକ ଶ୍ରୀ ରାଜ କୁମାର ମେହେର ଓ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ଶ୍ରୀ ନିରଞ୍ଜନ ଦାନୀ ପ୍ରମୁଖ ଉପସ୍ଥିତ ଥିଲ l ଏଣୁ ଏହି ଐତିହାସିକ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦିଆଯାଇଛି ।