ରାୟଗଡ଼ା ଜିଲ୍ଲାର ବିଭିନ୍ନ ପଂଚାୟତ ସମିତି ରେ ଗୋ ଶାଳା ନିର୍ମାଣ ନିମନ୍ତେ ଦାବୀ

228 0

ମୁନିଗୁଡା :(ରମାକାନ୍ତ ପୋଡାଲ )କେନ୍ଦ୍ର ସରକାରଙ୍କ ଜୀଵ ଜନ୍ତୁ କଲ୍ୟାଣ ବୋର୍ଡ ତଥ। ଉଚ୍ଚତମ ନ୍ୟାୟାଳୟ ର ନିର୍ଦ୍ଦେଶ ପରେ ମଧ୍ୟ କୌଣସି ବ୍ଳକ କିମ୍ବା ପୌରପରିଷଦ ରେ ଗୋ ମାତା ର ସୁରକ୍ଷା, ଚିକିତ୍ସା ଓ ପରିପୋଷଣ ନିମନ୍ତେ ଗୋ ଶାଳା ସ୍ଥାପିତ ହୋଇ ପାରି ନାହିଁ । ପ୍ରାଣୀ ସମ୍ପଦ ବିଭାଗ କୌଣସି ମତେ ଏହି କାର୍ଯ୍ୟ ନିମନ୍ତେ ଇଚ୍ଛା ପ୍ରକାଶ କରୁ ନାହିଁ ।

ଜିଲ୍ଲାରେ ଥିବା ପଶୁ ସୁରକ୍ଷା ପରିଷଦ /କମିଟି ସ୍ଥାଣୁ ପାଲଟିଛି । ଯାହା ଫଳରେ ଅସଂଖ୍ୟ ଗୋ ମାତା ଗୋ ଚାଲାଣ ଓ ଗୋ ହତ୍ୟା ର ଶୀକାର ହେଉଛନ୍ତି । ଅନେକ ଗୋ ମାତା ରାସ୍ତା ରେ ବୁଲି ଟ୍ରାଫିକ ସମସ୍ୟା ର କାରଣ ହେଉଛନ୍ତି । ପ୍ରତ୍ୟେକ ଦିନ ଅନେକ ଗୋ ମାତା ଅସୁରକ୍ଷିତ ହୋଇ ରୋଗାକ୍ରାନ୍ତ, ଆଘାତ ପାଇ ଜର୍ଜରିତ ହେଉଛନ୍ତି ।

ଏହା ଫଳରେ ସମ୍ବିଧାନ ୫୪୭  ଧାରା ପ୍ରକାରେ ସମସ୍ତ ଗୋ ମାତା କ୍ଷୁଦା ରୁ ମୁକ୍ତି, ଭୋକ ରୁ ମୁକ୍ତି , ସ୍ୱଚ୍ଛ ବିଚରଣ ରୁ ମୁକ୍ତି ଓ ଚିକିତ୍ସା ପାଇବା ଭଳି ପଶୁ ମାନଙ୍କ ମୌଳିକ ଅଧିକାର ରୁ ବଂଚିତ ହେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ବାସିନ୍ଦାଙ୍କ ତରଫରୁ ଅତିରିକ୍ତ ଜିଲ୍ଲା ଅଧିକାରୀ ଙ୍କୁ ଏକ ସ୍ମାରକପତ୍ର ଦେଇ ଜିଲ୍ଲାର ସବୁ ବ୍ଳକ ଓ ପୌରପରିଷଦ ରେ ଗୋ ଶାଳା ସ୍ଥାପନ ନିମନ୍ତେ ଦାବୀ କରାଯାଇଛି

Related Post

ଖଣ୍ଡରା ପଂଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ

Posted by - November 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ଗସ୍ତ କରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି…

ସମ୍ବଲପୁର ହିଂସା ପ୍ରତିବାଦରେ କଳାହାଣ୍ଡି ବନ୍ଦ

Posted by - April 19, 2023 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ)ସମ୍ବଲପୁର ହିଂସା ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୪ ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ଏହାର…

ପ୍ରେମରେ ପ୍ରତାରଣା : ପ୍ରେମିକ ଘରେ ବିଷ ପିଇ ଜୀବନ ହାରିଲେ ପ୍ରେମିକା

Posted by - April 19, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଶବ ସତ୍କାର ପାଇଁ ପରିବାର ଲୋକେ ମନା କରିଦେଲେ। ସାମାଜିକ ବାସନ୍ଦ ଭୟରେ ଗାଁ ଲୋକେ ପାଖକୁ ଆସିଲେ ନାହିଁ। ପ୍ରଶାସନ,ସାମ୍ବାଦିକ ଓ ସ୍ୱେଚ୍ଛାସବୀ…