Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଗାଆଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

53 0

ନର୍ଲା:(ଅମୀୟ କୁମାର ଦାସ)କଳାହାଣ୍ଡି ଜିଲ୍ଲା ରେ ଥମୁନି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ସଂଖ୍ୟା। ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ସଂଖ୍ୟା ଏବଂ ନିର୍ଯାତିତ ଖବର । ରାକ୍ଷସ ଠିକାଦାର ଓ ଦଲାଲ୍ ମାନେ ସାଜିଛନ୍ତି ଦାଦନ ଶ୍ରମିକ ମାନଙ୍କର ମୃତ୍ୟୁ ର ସୌଦାଗର । ଏମିତି ଏକ ଘଟଣା ଘଟିଛି ନର୍ଲା ଥାନା ଅନ୍ତର୍ଗତ ନର୍ଲା ପଂଚାୟତ ର ଡଙ୍ଗରମାଲ ଗ୍ରମରେ । ସୂଚନା ମୁତାବକ ଡଙ୍ଗରମାଲ ଗ୍ରାମରେ ବାସ କରନ୍ତି ଅର୍ଚ୍ଛୁ ମାଝୀ ଗତ କିଛି ମାସ ତଳେ ଝିଅର ବାହା ଘର କରି ସର୍ବସ୍ବାନ୍ତ ହୋଇଥିଲେ ଏହି କଷ୍ଟ ଦେଖି ତାଙ୍କର ମଝିଆ ପୁଅ ଲକ୍ଷ୍ମୀ କାନ୍ତ ମାଝୀ ଗତ ୬/୪ ଦିନ ସାଙ୍ଗସାଥୀ ମାନଙ୍କ ସହ ଦାଦନ ଖଟିବାକୁ ସିକ୍ରନ୍ଦାବାଦ ସହରକୁ ଯାଇଥିଲେ।

ସେଠାରେ ଲକ୍ଷ୍ମୀ କାନ୍ତ ଙ୍କ ଦେହ ଅସୁସ୍ଥ ହେବାରୁ ଗତ ୧୯/୦୪  ତାରିଖରେ ସିକେନ୍ଦ୍ରାବାଡ ଠାରୁ ଟ୍ରେନ୍ ଯୋଗେ ଘରକୁ ଫେରୁଥିବା ସମୟରେ ବିଶାଖାପାଟଣା ଷ୍ଟେସନ ରେ ଓହ୍ଲାଇଥିଲେ। ଲକ୍ଷ୍ମୀକାନ୍ତ ଅନ୍ୟ ଟ୍ରେନ ରେ ଗାଆଁ କୁ ଅପେକ୍ଷା କଲା ପରେ ଦେହ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଷ୍ଟେସନର ଅଳ୍ପ ଦୂରରେ ଏକ କୋଇଲାଗଦାରେ ପଡ଼ିରହିଥିଲେ , ସେଠାରେ ସ୍ଥାନୀୟ ଲୋକେ ଗତ ୨୧/୦୪  ରିଖ ଦିନ ଉଦ୍ଧାର କରି ନିକଟସ୍ଥ (କେ, ଜି, ଏସ୍ )ସରକାରୀ ମେଡିକାଲ ରେ ଭର୍ତି କରୁଥିବା ବେଳେ ଡାକ୍ତର ଲକ୍ଷ୍ମୀ କାନ୍ତ ଙ୍କୁ ମୃତ୍ୟୁ ଘୋଷଣା କରୁଥିଲେ ।

ସେଠାରେ ୨ ଦିନ ଶବ ମେଡ଼ିକାଲ ରେ ପଡ଼ି ରହିବା ପରେ ମୃତକ ର ବାପା ଙ୍କୁ ଫୋନ ଆସିବା ପରେ ବିଶାଖା ପାଟଣା ସହରକୁ ଯାଇ ତିନିଦିନ ଯାଏଁ ରେଳ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ପ୍ରଶାସନ ପାଖରେ କାକୁତି ମିନତି ସହିତ ସଂଘର୍ଷ କରି ନିଜର ପୁଅ ର ଶବ କୁ ଆମ୍ବୁଲାସ ଯୋଗେ ଗତ ଗୁରୁବାର ରାତି ରେ ଘରକୁ ଫେରିବା ପରେ ଶବ ସତ୍କାର କରିଥଲେ ପାରିବାର ବର୍ଗ

Related Post

ବାଙ୍କି ର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଦେବାଶିଷ ପଟନାୟକ

Posted by - August 29, 2020 0
ବାଙ୍କି :ବାଙ୍କି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଉପସ୍ଥିତ ଜନସାଧାରଣ ଙ୍କ ର ସୁବିଧା ଅସୁବିଧା ବିଷୟରେ…

ଠାକୁର ମାହାଲ ମ୍ୟାନେଜିଂ ଟ୍ରଷ୍ଟି ରାଣୀ ସାହେବା ଙ୍କ ସାମ୍ବାଦିକ ସମ୍ମିଳନୀ

Posted by - June 22, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ, ରଥଯାତ୍ରା କୁ ନେଇ, ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ମହାମାରୀ ର ଦ୍ୱିତୀୟ ଲହର ଓ କଟକଣା,…

ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟର ଅଧକ୍ଷ୍ୟା ଅର୍ଚନା ଅଗ୍ରୱାଲ ଙ୍କୁ ମିଳିଲା ଅନ୍ତରାଷ୍ଟ୍ରୀୟ ଶିକ୍ଷା ଶ୍ରେଷ୍ଠତା ପୁରସ୍କାର ୨୦୨୩

Posted by - February 4, 2023 0
(କଳାହାଣ୍ଡି:ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡା ସ୍ଥିତ ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟ ଅଧକ୍ଷ୍ୟା ଅର୍ଚନା ଅଗ୍ରୱାଲ ଙ୍କୁ ଅନ୍ତର୍ଜା ରାଷ୍ଟ୍ରୀୟ ଶିକ୍ଷା…

୧୧୯୭ ନମୂନା ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୂନା ନେଗେଟିଭ୍

Posted by - April 16, 2020 154
ଭୁବନେଶ୍ୱର ୧୬।୦୪: ରାଜ୍ୟରେ ବଢ଼ିଲା କରୋନା ପରୀକ୍ଷଣ କ୍ଷମତା । ସ୍ଥାନୀୟ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)ରେ କୋଭିଡ୍‌-୧୯ର ସ୍ୱାବ୍‌ ଟେଷ୍ଟ କ୍ଷମତା ବୃଦ୍ଧି ପାଇଛି ।…

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

Posted by - December 22, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଶିଶୁ ଙ୍କ…