Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ସପ୍ତରଙ୍ଗ ସମାରୋହ ଆୟୋଜନ

68 0

କାନବେରା:୨୮/୦୪ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ; ଓରିଓଜ ଇଙ୍କ ଦ୍ଵାରା ଏହାର ଦଶମ ଦ୍ଵିବାର୍ଷିକ ଅଧିବେଶନ,” ସପ୍ତରଙ୍ଗ-୨୦୨୩” ମହାସମାରୋହରେ ଆୟୋଜନ କରାଯାଇଥିବା ଜଣାଯାଇଛି। ସମାବେଶରେ ଅଷ୍ଟ୍ରେଲିଆର ସମସ୍ତ ରାଜ୍ୟରୁ ଓଡ଼ିଆମାନେ ସେମାନଙ୍କର ପରିବାର ଓ ବନ୍ଧୁବାନ୍ଧବମାନଙ୍କ ସହିତ ଯୋଗ ଦେଇଥିବା ଦେଖାଯାଇଥିଲା। ଘର ବାହାରେ ଗୋଟିଏ ଘରେ ଏକଜୁଟ ହୋଇ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ଐତିହ୍ୟ ଏବଂ ସଶକ୍ତ ଭାତୃତ୍ବର ପରାକାଷ୍ଠାକୁ ପାଳନ କରିବାର ସ୍ମୃତି ନିଆରା ଏବଂ ଅବିସ୍ମରଣୀୟ ଥିଲା।

ମହୋତ୍ସବ ସ୍ଥଳ କାନବେରାର ବଣ, ଜଙ୍ଗଲ, ବୃକ୍ଷ, ଲତା, ପାହାଡ, ପର୍ବତ ତଥା ଜଳପ୍ରପାତ ଘେରା ଓ ସବୁଜିମା ଭରା ସୁନ୍ଦର, ସୁଶୋଭିତ ଏବଂ ସୁରମ୍ୟ ଗ୍ରୀନ ହିଲ୍ସ ସେଣ୍ଟର ଥିଲା। ହସ, ମଜା, ମଜଲିସ, କୌତୁକ ଓ ମଉଛବ ବନାଇବା ତଥା ଶାରୀରିକ ଏବଂ ମାନସିକ ସ୍ତରର ସୁସ୍ଥତାକୁ ପୁନଉଜ୍ଜୀବିତ ଓ ଉତଫୁଲ୍ଲିତ୍ତ କରିବା ପାଇଁ ଏହି ସମ୍ମିଳନୀ ସଠିକ୍ ସୁଯୋଗ ଆଣିଦେଇଥିଲା। ବିଶେଷକରି କରୋନାର ପ୍ରାଦୁର୍ଭାବ ଯୋଗୁଁ ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିବାରୁ ଅଂଶ ଗ୍ରହଣକାରୀ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅଜସ୍ର ଉତ୍ସାହ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା।

ସପ୍ତରଙ୍ଗ-୨୦୨୩କୁ ଭାରତୀୟ ହାଇକମିଶନର ପ୍ରତିନିଧି ଶ୍ରୀ ନରେନ୍ଦ୍ର ରଣା ଏବଂ ଫିନାକ୍ଟର ସଭାପତି ଶ୍ରୀ ଶାନ୍ତି ରେଡ୍ଡୀ ଉଦଘାଟନ କରିଥିଲେ। ଏହାପରେ ଓରିଓଜର ନବନିର୍ବାଚିତ ସଭାପତି ଡଃ ମନୋଜ ନାୟକ ଏବଂ ନୂଆ କାର୍ଯ୍ୟକାରୀ କମିଟି,ବିଦାୟୀ ସଭାପତି ଡଃ ନଳିନୀ ପତି ଓ ତାଙ୍କର ଟିମଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ବୈଠକକୁ ସମ୍ବୋଧନ କରି ଡଃ ପତି ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ସମଗ୍ର ଓରିଓଜ ପରିବାର ପକ୍ଷରୁ ଯେଭଳି ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ଓ ସହଯୋଗ ଲାଭ କରିଛନ୍ତି, ସେଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ମହାମାରୀର ପ୍ରକୋପ ସତ୍ତ୍ୱେ ତାଙ୍କର କମିଟି ଓରିଓଜକୁ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନ କରିବା ସହିତ ମାତୃପ୍ରଦେଶ ଓଡ଼ିଶାରେ ମଧ୍ୟ ସୁଖ୍ୟାତି ଲାଭ କରାଇପାରିଥିବା ଡଃ ପତି ପ୍ରକାଶ କରିଥିଲେ।

ସଭାରେ ଅଭିଭାଷଣ ପ୍ରଦାନ କରି ଓରିଓଜର ସଭାପତି ଡଃ ମନୋଜ ନାୟକ ସପ୍ତରଙ୍ଗର ଅଭୂତପୂର୍ବ ସଫଳତା ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ। ବିସ୍ତୃତ ଭୌଗଳିକ ଇଲାକାରେ ପରିବ୍ୟାପ୍ତ ସମଗ୍ର ଅଷ୍ଟ୍ରେଲିଆ ମହାଦେଶର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ମନ, ଏକ ପ୍ରାଣ ଏବଂ ଏକନିଷ୍ଟ ଭାବନା ଜାଗ୍ରତ କରାଇବା ତଥା ଏକ ବୃହତ୍ ପରିବାର ଭଳି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ପାରିବା ଦ୍ଵାରା ଏହି ମିଳନ ପର୍ବର ଅସଲ ଉଦ୍ଦେଶ୍ୟ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ। ସବୁଠୁ ପ୍ରମୁଖ ବିଷୟ ହେଲା ଯେ ଆମର ବାଳୁତ ଓ ଯୁବ ସଦସ୍ୟ ମାନେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବାରେ ଯେଉଁ ଭଳି ଭାବରେ ଅହେତୁକ ଆଗ୍ରହ ଓ ଅତୁଳନୀୟ ଆବେଗ ଦେଖାଇଲେ ତାହା ଦର୍ଶନୀୟ ବିଷୟବସ୍ତୁ ଥିଲା ବୋଲି ଡଃ ନାୟକ କହିଥିଲେ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅସୀମ କୃପା ଫଳରେ କାନବେରାର ଟିମ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଥିବା ସେ ସୂଚାଇଥିଲେ। ସମ୍ମିଳନୀର ସଫଳତା ପାଇଁ ଡଃ ନାୟକ ପ୍ରତ୍ୟେକ ରାଜ୍ୟର କର୍ମକର୍ତ୍ତା, ସାଂସ୍କୃତିକ ମୁଖ୍ୟ ଏବଂ ପୂର୍ବତନ ତଥା ବର୍ତ୍ତମାନର କାର୍ଯ୍ୟକାରୀ କମିଟିର ସଦସ୍ୟଗଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଓରିଓଜର ସାଙ୍ଗଠନିକସ୍ଥିତିକୁ ସୁଦୃଢ଼ କରିବା ନେଇ ଫଳପ୍ରସୂ ଯୋଗଦାନ ପାଇଁ ସଂସ୍ଥାର ବରିଷ୍ଠ ସଦସ୍ୟ ଶ୍ରୀ ଚାରୁ ଚନ୍ଦ୍ର ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଶାର ଐତିହ୍ୟ ଓ ଇତିହାସକୁ ଆଧାର କରି ପରିକଳ୍ପନା କରାଯାଇଥିବା କୁଇଜ୍ ପ୍ରତିଯୋଗିତାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ। ସେହିପରି ଓରିଓଜର ଯୁବ ବାହିନୀ ଦ୍ଵାରା ଚଳାଯାଇଥିବା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅଂଶଗ୍ରହଣକାରୀ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା।

ସପ୍ତରଙ୍ଗ-୨୦୨୩ର ପ୍ରଧାନ ଆକର୍ଷଣ ବିବିଧ ରଙ୍ଗାରଙ୍ଗ ସାଂସ୍କୃତିକ ସଂରଚନା ଥିଲା। ଏ ମଧ୍ୟରେ ଭିନ୍ନ ଭିନ୍ନ ସ୍ୱାଦର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ବୟସର କଳାକାରମାନଙ୍କୁ ନେଇ ପରିବେଷିତ ୫୫ ଟି ମନୋରଞ୍ଜକ ପ୍ରସ୍ତୁତି ଅନ୍ତର୍ଭୁକ୍ତ ଥିଲା। ପିଲା ମାନଙ୍କ ଦ୍ଵାରା ମଞ୍ଚ ଉପରେ ପ୍ରଦର୍ଶିତ ଶ୍ରେଷ୍ଠ ସୃଜନଶୀଳ କଳା ଚାତୁର୍ଯ୍ୟର ଅନୁଭବ ଖୁବ ରୋମାଞ୍ଚକ ଓ ଉପଭୋଗ୍ୟ ଥିଲା। ବିଭିନ୍ନ ପ୍ରଦେଶର ସାଂସ୍କୃତିକ ମୁଖ୍ୟ ମାନେ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ। ଓଡ଼ିଶାରୁ ଆସିଥିବା ପରିଣତ ବୟସର ମାତାପିତା ଓ ପରିବାର ସଦସ୍ୟ ମାନେ ସମ୍ମିଳନୀର ବିଭିନ୍ନ ଉପସ୍ଥାପନାରେ ବଢ଼ିଚଢ଼ିକି ଭାଗ ନେବା ସାଙ୍ଗକୁ ପୁରା ଆସର କାଳରେ ଖୁବ୍ ଉତ୍ସାହିତ ଥିବା ନଜର କରାଯାଇଥିଲା। ତିନି ଦିନର ମହା ଅଧିବେଶନ ମଧ୍ୟରେ ଆଗନ୍ତୁକ ପ୍ରତିନିଧି ମାନଙ୍କୁ ନାନା କିସମର ପାରମ୍ପରିକ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା।

Related Post

ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ କହିଥିବା କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗା

Posted by - May 16, 2019 466
ମଦୁରାଇ: ବୁଧବାର ସନ୍ଧ୍ୟା ବେଳେ ତାମିଲନାଡୁର ତିରୁପ୍ପାରାଙ୍କୁଦ୍ରମ୍‌ ବିଧାନ ନିର୍ବାଚନ ମଣ୍ଡଳୀ ଠାରେ ଗୋଟାଏ ନିର୍ବଚାନୀ ସଭାରେ ଗାଡ଼ି ଉପରେ ଉଦ୍‌ବୋଧନ ଦେଉଥିବା ବେଳେ ଅଭିନେତାରୁ ରାଜନେତା…

୩ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ହେଲା ବିଜ୍ଞପ୍ତି, ୧୦ ରେ ହେବ ଭୋଟ

Posted by - May 28, 2022 0
ଭୁବନେଶ୍ବର(ବ୍ଯୁରୋ): ଦେଶର ୧୫ ରାଜ୍ୟର ୫୭ ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖ ଦିନ ଏଥିପାଇଁ…

ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

Posted by - December 5, 2018 184
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮…

ସାଧାରଣତନ୍ତ୍ର ଦିବସ ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଭାଷଣ ଠିକ୍‌ରେ ପଢ଼ିପାରିଲେ ନାହିଁ

Posted by - January 28, 2019 0
ମଧ୍ୟପ୍ରଦେଶ  :ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା।…