ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳର ସାମୁହିକ ଆଚାର୍ଯ୍ୟ କାର୍ଯ୍ଯଶାଳା

47 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟଶାଳାର ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ସଞ୍ଜିବ କୁମାର ମିଶ୍ର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ “ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା ” ପ୍ରସଙ୍ଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ସମ୍ମାନିତ ଡଃ. ଛାୟାକାନ୍ତ ଷଡଙ୍ଗୀ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସଙ୍କୁଳ ସଂଯୋଜକ ତଥା ଟିଟିଲାଗଡ଼ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ଯାମ ସୁନ୍ଦର ମହାପାତ୍ର ଏହି ତ୍ରିଦିବସୀୟ କାର୍ଯ୍ୟଶାଳାର ଆଭିମୁଖ୍ଯ ଉପସ୍ଥାପନ କରିଥିଲେ।

ଦ୍ୱିତୀୟ ଦିବସର ସନ୍ଧ୍ୟା କାଳାଂଶରେ ପ୍ରାକ୍ତନ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ରାଜୀବ ଲୋଚନ ପାଢୀ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଜୀବନୀ ଉପରେ ମାର୍ଗଦର୍ଶନ ଦେଇଥିଲେ । ସେହିପରି ତ୍ରିଦିବସୀୟ ଏହି କାର୍ଯ୍ଯଶାଳାର ସମାରୋପ କାର୍ଯ୍ଯକ୍ରମରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ “ରାଷ୍ଟ୍ର ସର୍ବୋପରି ” ପ୍ରସଙ୍ଗ ଉପରେ ବକ୍ତବ୍ଯ ରଖିଥିଲେ । ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଶ୍ଯାମ ସୁନ୍ଦର ମହାପାତ୍ର କାର୍ଯ୍ଯଶାଳାର ବିବରଣୀ ଉପସ୍ଥାପନ କରିଥିବା ବେଳେ ମଞ୍ଚାସୀନ ଟିଟିଲାଗଡ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଜ୍ଯୋତି ପ୍ରସାଦ ଗଡତ୍ଯା ଅଧ୍ୟକ୍ଷୀୟ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସଂପାଦକ ଶ୍ରୀଯୁକ୍ତ ଅନିରୁଦ୍ଧ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡର ନବଗଠିତ ପରିଚାଳନା ସମିତିର ସମସ୍ତ କାର୍ଯ୍ଯକର୍ତ୍ତା ଏବଂ ଦକ୍ଷିଣ ପଶ୍ଚିମ ସମ୍ଭାଗ ସଂଯୋଜକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପଣ୍ଡା ଓ ବଲାଙ୍ଗୀର ବିଭାଗର ସହ ବିଭାଗ ନୀରିକ୍ଷକ ଶ୍ରୀଯୁକ୍ତ ମନୋରଞ୍ଜନ କର ଉପସ୍ଥିତ ରହି ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଉତ୍ସାହିତ କରିଥିଲେ । ନୂତନ ଶିକ୍ଷା ନୀତି ପ୍ରସଙ୍ଗ ଉପରେ ଆଧାରିତ ଏହି କାର୍ଯ୍ଯଶାଳାରେ ଟିଟିଲାଗଡ ସହିତ ବଡମାଳ, ବେଲଗାଁ, ସିନ୍ଧେକେଲା, ମୁରିବାହାଲ, ଖୋଲାଣ,କୁରସୁଡ ଓ ଯୁଗିରତା (ହଳଦୀ) ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ସମୟ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ ।

Related Post

ଜିଲ୍ଲା ପରିକ୍ରମାରେ କଳାହାଣ୍ଡି ଜିଲ୍ଲା ପହଞ୍ଚିଲା ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

Posted by - March 27, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କଳାହାଣ୍ଡି ଜିଲ୍ଲା ବୋର୍ଡା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା…

ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ

Posted by - February 15, 2020 829
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ) ଆଉ ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ । ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି…

ରାମଗଡ ଠାରେ ଦୁଗ୍ଧ ସମବାୟ ର ସାଧାରଣ ବୈଠକ

Posted by - December 3, 2021 0
ହରଭଙ୍ଗା :(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ ରାମଗଡ ଠାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଆଜି ଦୁଗ୍ଧ ସମବାୟ ଆନୁକୂଲ୍ୟରେ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି!ବୈଠକ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ (ନନ୍ଦନବନ) ପ୍ରଥମ ସାଧାରଣ ପରିଦଷ ବୈଠକ 

Posted by - July 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ(ନନ୍ଦନବନ) ପ୍ରକଳ୍ପର ପ୍ରଥମ ସାଧାରଣ ପରିଷଦ ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ…

ଉପଜିଲ୍ଲାପାଳ ଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ,ଉପଜିଲ୍ଲାପାଳ ଏବଂ ସହକର୍ମୀ ସୁରକ୍ଷିତ

Posted by - December 18, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କୌଣସି ଏକ କାମରେ ମାଲକାନଗିରି ଠାରୁ ବାଲିମେଳା ଗସ୍ତ କରୁଥିବା ସମୟରେ ସିରାଗୁଡା ଛକ ଠାରେ ଗାଡିଟି…