Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ହରଭଙ୍ଗା ବ୍ଲକ ରୁ ଶ୍ରୀ ଜଗନ୍ନାଥ ଧାମ କୁ ଗଲା ରଥକାଠ

68 0

ବୌଦ୍ଧ :୨୭/୦୪ (ଚିତ୍ତ ରଞ୍ଜନ ସିଂ )ଶ୍ରୀଜଗନ୍ନାଥ ଧାମ ପୁରୀ କୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଆଡ଼େନିଗଡ଼ ସେକ୍ସନ ରୁ ଗୁରୁବାର ପ୍ରଥମ ପର୍ଯ୍ୟାୟ ରେ ୫୪ ଖଣ୍ଡ ଅସନ କାଠ ପଠା ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ବାକି ୧୨୩ ଖଣ୍ଡ  ଅସନ କାଠ ଯିବା ବେଳେ ମୋଟ ଉକ୍ତ ସେକ୍ସ ନ ରୁ ମୋଟ ୧୭୭  ଖଣ୍ଡ ଅସନ ଯିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି l

ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ରେ ଯାଉଥିବା ରଥ କାଠ କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ନିଆଯାଉଥିବାର ଜଣା ପଡିଛି!ସୂଚନା ଅନୁଯାଇ  ୨୦ ଫୁଟ ଲମ୍ବର୧୪ ଖଣ୍ଡ  ୧୨ ଫୁଟ ଲମ୍ବର ୪୦  ଖଣ୍ଡ ପ୍ରଥେମେ ପଠା ଯାଇଥିବା ବେଳେ ସମୁଦାୟ ୧୭୭ ଖଣ୍ଡ ଅସନ କାଠ ମାଧପୁର ରେଞ୍ଜ  ଅlଡ଼ିପଦର ଜଙ୍ଗଲ ରୁ ରୀତିନୀତି ଅନୁସାରେ ଛେଦନ କରାଯାଇଥିଲା!

ଆଜି ସମୁଦାୟ କାଠ କୁ ୩ ଗୋଟି ଟ୍ରକ ରେ ଲୋଡ଼ କରି ଚାରିଛକ ଦେଇ ଯାଉଥିବା ବେଳେ ଚାରିଛକ ଜଗନ୍ନାଥ ପ୍ରେମୀ ବଜାର କମିଟି ଓ ବିଭିନ୍ନ ଭକ୍ତ ମାନେ ପୁରୁଣା କଟକ ଥାନା ଠାରୁ ପୂଜା ପାଠ ,ହରିବୋଲ ହୁଳହୁଳି ଓ ନାମ ସଂକୀର୍ତନ  କରି ବ୍ଲକ ଛକ ପର୍ଯ୍ୟନ୍ତ ଭବ୍ୟ ସମ୍ବର୍ଦ୍ଧନା ରେ ନିଆଯାଇଥିଲା! ପରେ ମାଧପୁର ବନ ବିଭାଗ ପକ୍ଷରୁ ବନ ଦୁର୍ଗା ମନ୍ଦିର ଠାରେ ଉକ୍ତ ରଥ କାଠ ବୋଝେଇ ଟ୍ରକ କୁ ବିଭାଗ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ସମୟ ରେ ସ୍ଥାନୀୟ ରେଞ୍ଜ ଅଫିସର ପ୍ରବୀଣ ମହାକୁଡ଼, ଫୋରେଷ୍ଟର ସୁଶୀଲ କୁମାର ହୋତା, ଫୋରେଷ୍ଟ ଗାର୍ଡ ଦୀପକ ପ୍ରଧାନ, ସୁନୀଲ ଖେତୀ, ସୁମନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l

Related Post

ରାଜ୍ୟର ପ୍ରଥମକରି ଦୁଇ ଶିଶୁଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ

Posted by - April 10, 2020 928
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗତକାଲି ବିଳମ୍ବିତ ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୪ ଜଣଙ୍କର  ଯାତ୍ରା ଇତିହାସ ସଂପର୍କରେ…

ଟିଟିଲାଗଡ ବିଜୁ ମହିଳା ଜନତା ଦଳ ତରଫରୁ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

Posted by - November 2, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ବିଜୁ ମହିଳା ଜନତା ଦଳ ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତା ବିଶୀଙ୍କ ନେତୃତ୍ୱରେ…

ନର୍ଲା: ୧୨ ଗୋଟି ରୂପାନ୍ତରିଣ ହାଇସ୍କୁଲ ଲୋକାର୍ପିତ

Posted by - May 9, 2023 0
ନର୍ଲା:(ଅମୀୟ କୁମାର ଦାସ)ସରକାରଙ୍କ ତରଫରୁ ବିଭିନ୍ନ ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରି ରୂପାନ୍ତରଣ କରାଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ୧୨ ଗୋଟି ହାଇସ୍କୁଲ ଆଜି…

ପ୍ରଦୂଷଣ ଯୋଗୁଁ ମହିଳାଙ୍କ ମୃତ୍ଯୁ ଅଭିଯୋଗ କରି ବେଦାନ୍ତ ସମ୍ମୁଖ ରେ ଶବ ରଖି ବିକ୍ଷୋଭ

Posted by - October 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅଧିନସ୍ଥ ବସନ୍ତପଡା ଗ୍ରାମର ହରି ମାଝୀ ମାଁ ଙ୍କ ମୃତ୍ୟୁ କୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା…