ଜାତୀୟ ରାଜପଥ କଡ଼ରୁ ୩ ଟି ବସ୍ତାର ୬୬ କେଜି ଜବତ କଲା ପୁରୁଣାକଟକ ପୋଲିସ
ହରଭଙ୍ଗା: ୨୭/୦୪ (ଚିତ୍ତରଞ୍ଜନ ସିଂହ)ଜିଲ୍ଲା ରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ୍ୟ ମାଫିଆ ଙ୍କୁ କାବୁ କରିବାସହ ଗଞ୍ଜେଇ ଜବତ ପାଇଁ ତାର ବିଭିନ୍ନ ଉପାୟରେ ବିଭିନ୍ନ ସ୍ଥାନ ରେ ଛକି ବସିବା, ଦିନରାତି ପେଟ୍ରୋଲିଙ୍ଗ କରିବା ଭଳି କାର୍ଯ୍ୟ ଜାରି ରଖିଛି l ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ଘୋଡା ଡିଆଁ ନାଳ ନିକଟସ୍ତ ଜାତୀୟ ରାଜପଥ କଡ଼ ରେ ତିନୋଟି ଗଞ୍ଜେଇ ଭର୍ତି ବସ୍ତା ପଡ଼ିଥିବା ଦେଖିବାକୁ ପାଇଥିଲା l
ସୂଚନା ମତେ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟ ରେ ଉକ୍ତ ସ୍ଥାନ ରେ ପୂର୍ବରୁ ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଉଥିବା ବେଳେ ପୁରୁଣା କଟକ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଗାଡି କୁ ଦେଖି ତିନି ବସ୍ତା ଗଞ୍ଜେଇ ଫୋପାଡ଼ି ଜଙ୍ଗଲ ଭିତରକୁ ପଳାଇଥିଲା l ପୋଲିସ ପହଁଚି ତିନି ବସ୍ତା କୁ ଜବତ କରି ଉକ୍ତ ବସ୍ଥାରେ ଥିବା ୬୬ କେଜି ଗଞ୍ଜେଇକୁ ଜବତ କରି କେସ ୬୩/୨୩ ରେ ଏକ ମାମଲା ରୁଜୁ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି l
ସୂଚନା ଥାଉକି କିଛିଦିନ ତଳେ ଏକ ବୋଲେରୋ ଗାଡି ରେ ମିଶ୍ଚର ବସ୍ତା ରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ହେଉଥିବା ବେଳେ ପୁରୁଣା କଟକ ପୋଲିସ ହାବୁଡ଼ରେ ପଡି ପୋଲିସ 90କେଜି ଗଞ୍ଜେଇ ଜବତ କରି୨ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ତେଣୁ ବର୍ତମାନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗଞ୍ଜେଇ କରବାର ବଢ଼ୁଥିବା ବେଳେ SP ରାଜ ପ୍ରସାଦ ଙ୍କ ନିର୍ଦେଶ କ୍ରମେ ପୋଲିସ ବିଭିନ୍ନ ସମୟ ରେ ଗଞ୍ଜେଇ ମାଫିଆଙ୍କ ପ୍ରତି ସଜାଗ ହୋଇ ପେଟ୍ରୋଲିଙ୍ଗ କାର୍ଯ୍ୟ ଜାରି ରଖିଛି ବୋଲି ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ ସୂଚନା ଦେଇଛନ୍ତି l