ରାଜ୍ୟ କଂଗ୍ରେସ କମିଟିରେ ଦୁଇ ଯୁବ ନେତା

65 0

ଧର୍ମଗଡ:୨୭/୪(ହେମନ୍ତ କୁମାର ମାଝୀ) କିଛି ଦିନ ତଳେ ରାଜ୍ୟ କଂଗ୍ରେସ କମିଟି ରେ ଦୁଇ କଳାହାଣ୍ଡି ଯୁବ ନେତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ତୁଲେଶ୍ୱର ନାଏକ ଓ ଦିଗାମ୍ବର ଦୁରିଆ କୁ ଆସ୍ଥା ପ୍ରକଟ କରିଛି କଂଗ୍ରେସ।ଯାହାକୁ ନେଇ କଳାହାଣ୍ଡି କଂଗ୍ରେସ ମହଲରେ ଖୁସିର ଲହରୀ ଦେଖା ଦେଇଛି । ଇତି ପୂର୍ବରୁ ଦୁଇ ଯୁବ ନେତା ସଂଗଠନ କାର୍ଯ୍ୟକ୍ରମରେ ଜିଲ୍ଲାରେ ଗୁରୁତ୍ଵ ଭୂମିକା ତୁଲାଇ ଆସୁଛନ୍ତି । ତୁଲେଶ୍ୱର୍ ନାଏକ ରାଜନୈତିକ କ୍ଷେତ୍ରରେ ୨୦୦୨ ମସିହାରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୧୨ ରେ ବ୍ଲକ୍ ଅଧ୍ୟକ୍ଷ ରହିଥିଲେ । ପୂର୍ବରେ ବିଜେଡି ର ଜଣେ ସମର୍ଥକ ରହିଥିବା ବେଳେ କିଛି ମାସ ତଳେ ବିଜେଡି ରୁ ଇସ୍ତଫା ଦେଇ କଂଗ୍ରେସ ରେ ଯୋଗଦାନ କରିଥିଲେ ।

ସେହିପରି ଦିଗାମ୍ବର ଦୁରିଆ ରାଜନୈତିକ ପ୍ରଥମ ଭାବେ ପାଦ ଦେଇ ଧର୍ମଗଡ ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ପରେ ସମ୍ବୃଦ୍ଧ ଓଡ଼ିଶା ଦଳରେ ସାମିଲ ହୋଇ ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ପରାଜିତ ହୋଇଥିଲେ । ଏହା ପରେ କଂଗ୍ରେସ ରେ ସେ ସାମିଲ ହୋଇ ଗତ ୨୦୧୯ ନିର୍ବାଚନରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ । ତେବେ ବହୁ ସମୟରେ ସାଂଗଠାନିକ କାର୍ଯ୍ୟକ୍ରମ ବଜାୟ ରଖିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ କୁ ତୁଲାଇ ଆସୁଥିଲେ ।

ଏଣୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।ପରେ ଆଗାମୀ ନିର୍ବାଚନ ରେ କଂଗ୍ରେସର ସଂଗଠନ ମଜବୁତ୍ ହେବା। ଅନ୍ୟପଟେ ଦୁହେଁ ଆଗାମୀ ନିର୍ବାଚନ ଆଶାତୀତ ପ୍ରାର୍ଥୀ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ର ସ୍ଥିତି ଦଦୋମାନ ଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାରଜୁନ ଖଡଗେ ଦୁହିଁ ଙ୍କ ଉପରେ ଆସ୍ଥା ପ୍ରକଟ କରି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇ କଂଗ୍ରେସ କୁ ସଂଜୀବନୀ ଦେଇଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଏହି ଦୁଇ ନେତା କଳାହାଣ୍ଡି କଂଗ୍ରେସ କର୍ମୀ ମାନଙ୍କୁ କେତେ ଆପଣାଇ ପାରୁଛନ୍ତି। ଦେଖିବାକୁ ବାକି ରହିଲା।

Related Post

ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଲକ୍ଷ୍ମୀଙ୍କ ପୂଜା 

Posted by - October 13, 2022 0
ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ବେଶ ଧୂମଧାମରେ ପୂଜାପାଉଛନ୍ତି ମା ଗଜଲକ୍ଷ୍ମୀ  ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଜନଗହଳି ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ଆଲୋକ ସୁସଜୀତ ହୋଇଥିବାବେଳେ ମା’ଙ୍କ ମୃମୟୀମୃତୀ ଗୁଡ଼ିକ ବେଶ ଆକର୍ଷଣୀୟ ହୋଇଛି । କରୋନା କଟକଣା ପାଇଁ ଗତ ଦୁଇବର୍ଷ ନିରାଡମ୍ବର ଭାବେ ପୁଜା ପାଳିତ ହୋଇଥିବାରୁ ଚଳିତ ବର୍ଷ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି  ଏହି ପୂଜା ଅବସରରେ ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ସହିତ ବିଭିନ୍ନ ମିନାବଜାର ଓ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ ।ଏହି ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜାମଣ୍ଡ ମଣ୍ଡପରେ ଡ୍ରାମା ଓ ମେଲୋଡ଼ିର ଆୟୋଜନ କରାଯାଇଛି ।

ମାଂସଡା ପଂଚାୟତ ଗୌଡ଼ ସାହି ଅଧିନରେ ସତସଙ୍ଗ ବିହାର ଉତଘାଟିତ 

Posted by - February 20, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଂଚାୟତ ଗୌଡ଼ ସାହି ଅଧିନରେ ସତସଙ୍ଗ ବିହାର ଉତଘାଟିତ ହୋଇଛି l ଏହି ଅବସରରେ ବିଶିଷ୍ଠ ଅତିଥି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ…

ମଥୁରା ଉପସ୍ୱସ୍ଥ୍ୟ କେନ୍ଦ୍ରରେ  ସ୍ୱାସ୍ଥ୍ୟମେଳା ବିଭିନ୍ନ ରୋଗ ଚିକିତ୍ସା ସହ ମାଗଣା ଔଷଧ ବଣ୍ଟନ 

Posted by - May 23, 2023 0
ହରଭଙ୍ଗା:୨୨ /୦୫ (ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା  ବ୍ଲକ ମଥୁରା ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ…