ଭାରତୀୟ ମଜୁଦୂର ସଙ୍ଘର ୨୦ତମ ଅଧିବେଶନ ବିହାର ରାଜ୍ୟର ପାଟନା ଠାରେ ଅନୁଷ୍ଠିତ

112 0

ମୁନିଗୁଡା :(ରମାକାନ୍ତ ପୋଡାଲ )୨୦ ତମ ତ୍ରୈବାଶ୍ରୀକ ଅଧିବେଶନ ବିହାର ରାଜ୍ୟର ପାଟନା ଠାରେ ଅନୁଷ୍ଠିତ ଅଧିବେଶନରେ ସମଗ୍ର ଦେଶରୁ ପ୍ରାୟ ୩୦୦୦ ହଜାର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଉକ୍ତ ଅଧିବେଶନରେ ୪ ଟି ଶ୍ରମ ଆଇନ ପ୍ରସ୍ତାବ ପାରିତ ହୋଇଥିଲା । ଉକ୍ତ ପ୍ରସ୍ତାବକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ସଭାପତି ଶ୍ରୀ ମହାନ ରାଓ ମାଝୀ , ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗଙ୍କ ନେତୃତ୍ୱରେ ସ୍ଥାନୀୟ ଗଜପତି ଛକରୁ ଏକ ବିରାଟ ସୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସଙ୍କ ଉପସ୍ଥିତି ରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କୁ ୪ ଦଫା ପ୍ରସ୍ତାବ ପତ୍ର ପ୍ରଦାନ କରାଯିବା ସହ ଓଡ଼ିଶା ରେ ଆପୋଲୋ ହସ୍ପିଟାଲ ରେ ହେଉଥିବା ଦୁର୍ନୀତି ବିରୋଧରେ ଓଡ଼ିଶା ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପତ୍ର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଧାନ କରାଯାଇଥିଲା । ଉକ୍ତ ପ୍ରସ୍ତର ମଧ୍ୟରେ ( 1 ).ଦେଶର ସମସ୍ତ ଶ୍ରମିକ ବର୍ଗ ଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯାଉ। ( 2 ) ଠିକା ପ୍ରଥାର ଅନ୍ଧ ଅନୁକରଣକୁ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ ପ୍ରତିରୋଧ ଏବଂ ନିୟମିତ କରଣ ।

ଅଧିନିୟମର 1970 ର ଆବଶ୍ୟକ ସଂଶୋଧନ କରାଯାଉ।( 3 ) ଦେଶର ଆଥ୍ରକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯାଉ। ( ୪ ) ଶର୍ବନିମ୍ମ ମଜୁରୀ ।minimum wages। ବଦଳରେ ଜୀବିକା ଅଧିରିତ ମଜୁରୀ( Living wages ) ନିର୍ଧାରଣ କରାଯାଉ। ଉପରୋକ୍ତ ପ୍ରସ୍ତାବ ସଂଗଠିତ, ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ରମାଗତ ଦାବି ଉପରେ ଆଧାରିତ, ଯାହା ବାସ୍ତବରେ କମ୍ରଚାରୀ ଙ୍କ ଅଧିକାର ଅଟେ।ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଯାଉଛି।

ଏହା କୋଟି କୋଟି ଶ୍ରମିକଙ୍କ ସ୍ବାଥ୍ର କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଦାବି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପଦ୍ମନାଭ ଦାଶ , ବିଦ୍ୟାଭୁଷଣ ପଣ୍ଡା , ଶ୍ୟାମ କୁମାର ଦାସ , ପ୍ରଫୁଲ ପାତ୍ର , ସହ ସଂଘ ର ସଂଲଗ୍ନ ସମସ୍ତ ସଂଗଠନର ପ୍ରାୟ ୧ ହଜାର କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଦୂର୍ଗା ମାଧବ ଘୋଷ , ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷା ରାଣୀ ଦାସ , ନିରଞ୍ଜନ ସେନାପତି , ଗୀତାଞ୍ଜଳି ହିଆଲ , କେ ରାମ ବାବୁ , ଜୟଦେବ ସେଠ ପ୍ରମୁଖ ପରିଚାଳନା କରିଥିଲେ ।

Related Post

ହରିଶଙ୍କର ମହୋତ୍ସବ ଉଦଯାପିତ,ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Posted by - May 6, 2023 0
ଖପ୍ରାଖୋଲ: ୦୫/୦୫( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ତୀର୍ଥ କ୍ଷେତ୍ର ହରିଶଙ୍କର ଠାରେ ଆୟୋଜିତ ନୃସିଂହ…

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ରକ୍ତ ହୀନତା ନିରାକରଣ ଅଭିଯାନର ଶୁଭାରମ୍ଭ , “ଆନିମିଆ ମୁକ୍ତ କଳାହାଣ୍ଡି ଆଜିର ଆହ୍ଵାନ “

Posted by - October 21, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭବାନୀପାଟଣା ସହର ସ୍ତିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ନିରାକରଣ ଅଭିଯାନ ର…

ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜର

Posted by - April 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜେର । ଲୋକଙ୍କ ନାଁରେ ଋଣ ମଂଜୁର କରି ଆତ୍ମସାତ କରିଥିବା ଅଭିଯୋଗରେ…

ସେଲଟର ହୋମ୍‌ରେ ନିର୍ଯାତନାକୁ ନେଇ ସାଂଘାତିକ ଅଭିଯୋଗ

Posted by - December 4, 2018 0
ଢେଙ୍କାନାଳ : ବେଲଟିକିରି ସେଲଟର୍ ହୋମ୍‌ ନିର୍ଯାତନା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ…