Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ତମ ଜନ୍ମ ଉତ୍ସବ ପାଳିତ

61 0

ମୁନିଗୁଡା :(ରମାକାନ୍ତ ପୋଡାଲ )ପାରଳାଖେମୁଣ୍ଡି ମହାରାଜା କୃଷ୍ଟ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୧୩୧  ତମ ଜୟନ୍ତି ରାୟଗଡା ଠାରେ ମହାରାଜା କୃଷ୍ଟ ଚନ୍ଦ୍ର ଗଜପତି ନାରାୟଣ ଦେବ କଳା ଓ ସାଂସ୍କୃତିକ ଅନୁଷ୍ଠାନ ରାୟଗଡା ଆନୂକୁଲ୍ୟ ରେ ମହାସମାରୋହରେ ପାଳନ କରାଯାଇଛି । ରାୟଗଡା ସହରର ଗଜପତି ଜଙ୍କଶନ ଠାରେ ମହାରାଜା କୃଷ୍ଟ ଚନ୍ଦ୍ର ନାରାୟଣ ଦେବଙ୍କ ପ୍ରତିମୂର୍ତୀରେ ରାଜ୍ୟ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା , ରାୟଗଡା ବିଧାୟକ ମକରନ୍ଦ ମୁଦୁଲି , ରାୟଗଡା ପୌରପରିଷଦ ଅଧ୍ୟକ୍ଷ ମହେଶ ପଟନାୟକ ପ୍ରମୂଖ ପୁଷ୍ପମାଲ୍ୟାର୍ପଣ କରିଥିଲେ ।

ଭାଷା ଭିତ୍ତିରେ ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ମହାରାଜାଙ୍କ ଅତୂଳନୀୟ ଭୂମିକା ରହିଥିଲା । ଶିକ୍ଷା , ସ୍ବାସ୍ଥ୍ୟ ,ଗମନାଗମନ ତଥା ରାଜ୍ୟ ର ବିକାଶରେ ତାଙ୍କର ଅବଦାନ ରହିଥିବା ନେଇ ମନ୍ତ୍ରୀ ଜଗନ୍ନାଥ ସାରକା ମତବ୍ୟକ୍ତ କରିଥିଲେ । ସେହିଭଳି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମହାରାଜା କୃଷ୍ଟ ଚନ୍ଦର ଗଜପତି ନାରାୟଣ ଦେବ ଦୁଇଦୁଇ ଥର ବ୍ରିଟିଶ ପାର୍ଲୀଆମେଣ୍ଟ ଯାଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନେଇ ଦାବୀ ଉପସ୍ଥାପନ କରିଥିଲେ ।ବୋଲି ଯୁକ୍ତି ବାଢ ଥିଲେ ।

ଏହି ଅବସରରେ ମହାରାଜା କୃଷ୍ଟ ଚନ୍ଦ୍ର ଗଜପତି ନାରାୟଣ ଦେବ କଳା ଓ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଅମୂଲ୍ୟ ରତ୍ନ ସାହୁ , ସାଧାରଣ ସମ୍ପାଦକ ଇଂ.ଦୀଲିପ ମିଶ୍ର , ଉପସଭାପତି ମନୋଜ କୁମାର ରଥ , କୋଷାଧ୍ୟକ୍ଷ ତ୍ରିପତି ପଣ୍ଡା , ଉପଦେଷ୍ଟା ମାଧବ ଚନ୍ଦ୍ର ପାଣିଗ୍ରାହୀ , କିଶୋର ଚନ୍ଦ୍ର ରଥ , ବିଶ୍ବନାଥ ପଣ୍ଡା , ବାଳକୃଷ୍ଟ ଚୌଧୁରୀ , ମଙ୍ଗଲମୂର୍ତୀ ବେଉରା, ନିରଞନ ରାଜୁ ,ଗୈରାଙ୍ଗ ବେବର୍ତା, ଦ୍ବାରିକା ନାୟକ , ସତ୍ୟବାଦୀ ପତି ବରିଷ୍ଠ କଂଗ୍ରେସ ନେତା ଇଂ.ସୁନିଲ କୁମାର ପଣ୍ଡା , ଅବସରପ୍ରାପ୍ତ ପ୍ରାଧ୍ୟପକ ଡଃଦୁଶ୍ମନ୍ତ କୁମାର ମହାନ୍ତି , ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରମୋଦ କୁମାର ପରିଛା , ଯୋଗେସ ଦାଶ .,ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଦୟ ଚନ୍ଦ୍ର ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।

Related Post

ଡିଭାଇନ ଏଜୁକେଶନାଲ୍ ଚାରିଟେବୁଲ ଟ୍ରଷ୍ଟ ରେ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ 

Posted by - February 8, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଡିଭାଇନ ଏଜୁକେଶନାଲ୍ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ, ଏକ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ ଟ୍ୟୁଟୋରିଆଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳକ ସୁଶାନ୍ତ କୁମାର…

ରେଢାଖୋଲ ପୋଲିସ ଦ୍ବାରା ବିପୁଲ ପରିମାଣର ଗଞ୍ଜେଇ ଜବତ

Posted by - December 22, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସ ଦ୍ୱାରା ବିପୁଲ ପରିମାଣର ଚୋରାଗଞ୍ଜେଇ ଜବତ ଜଣେ ଗିରଫ । ଗତ ରାତି ପ୍ରାୟ ୭.୩୦ ମିନିଟ ସମୟରେ…

୬ ଦଫା ଦାବୀ ନେଇ ବସ୍ତି ବାସିନ୍ଦା ସୁରକ୍ଷା ସମିତି ଧାରଣା

Posted by - September 5, 2021 0
ସୋନପୁର::(ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମା ବସ୍ତି ବାସିନ୍ଦା ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 6 ଦଫା ଦାବୀ ନେଇ ଧାରଣା…

ସାଲିସବିହୀନ ରାଜନେତା ଥିଲେ ଅଶୋକ ଦାସ। ଦେଖନ୍ତୁ ତାଙ୍କ ଏକଦଶାହ ରେ କେଉଁ ମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ

Posted by - December 28, 2018 0
ଯାଜପୁର:(Bureau)ଅଶୋକ ଦାସ… ଏକ ଅବିସ୍ମରଣୀୟ ଆହ୍ୱାନ, ଏକ ଅକୁତୋଭୟ ଅଙ୍ଗୀକାର । ଓଡ଼ିଶା ରାଜନୀତିର ସେ ଥିଲେ ସେଇ କାଉଁରିଆ କାଠି, ଯିଏ ବନ୍ଧୁମାନଙ୍କ ବିଶ୍ୱାସଘାତକାରେ ଭାଙ୍ଗି…