Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳର ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

253 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟଶାଳାର ଉଦ୍ଘାଟନୀ ଉତ୍ସବର ଅଧ୍ୟକ୍ଷ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ସଞ୍ଜିବ କୁମାର ମିଶ୍ର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ “ହିନ୍ଦୁ ଜୀବନ ଶୈଳୀ ରେ ବୈଜ୍ଞାନିକତା ” ପ୍ରସଙ୍ଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।

ମଞ୍ଚାସୀନ ଟିଟିଲାଗଡ଼ ଶିଶୁ ବିଦ୍ୟା ମନ୍ଦିର ସଭାପତି ଡଃ. ଛାୟାକାନ୍ତ ଷଡଙ୍ଗୀ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସଙ୍କୁଳ ସଂଯୋଜକ ତଥା ଟିଟିଲାଗଡ଼ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ଯାମ ସୁନ୍ଦର ମହାପାତ୍ର ଏହି ତ୍ରିଦିବସୀୟ କାର୍ଯ୍ୟଶାଳାର ଆଭିମୁଖ୍ଯ ଉପସ୍ଥାପନ କରିଥିଲେ।

ଆଚାର୍ଯ୍ୟ ଶ୍ରୀଯୁକ୍ତ ମଦନ ମୋହନ ପୁଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ସହପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନୃପରାଜ ସେଠ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ ତଥା ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ କୈଲାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସଂପାଦକ ଶ୍ରୀମାନ ଡମ୍ବରଧର କର୍ମୀ, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କିଶୋର କୁମାର ମହାପାତ୍ର , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଧନଞ୍ଜୟ ବେହେରା ଉପସ୍ଥିତ ଥିଲେ । ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନାରେ ଅନୁଷ୍ଠିତ ହେଉଥିବା ନୂତନ ଶିକ୍ଷା ନୀତି ପ୍ରସଙ୍ଗ ଉପରେ ଆଧାରିତ ଏହି କାର୍ଯ୍ଯଶାଳାରେ ଟିଟିଲାଗଡ ସହିତ ବଡମାଳ, ବେଲଗାଁ, ସିନ୍ଧେକେଲା, ମୁରିବାହାଲ, ଖୋଲାଣ,କୁରସୁଡ ଓ ଯୁଗିରତା (ହଳଦୀ) ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ସମୟ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରାପ୍ତ କରିବେ।

Related Post

ଭୈରବୀ ଡିଗ୍ରୀ କଲେଜରେ ଆଲୋଚନାଚକ୍ର

Posted by - December 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଭାଗ ମୁଖ୍ୟ ସୁଷମାରାଣୀ ବହିଦାରଙ୍କ ଅଧ୍ୟକ୍ଷତାରେ ” ଉଭୟ…

ପାଣିକୋଇଲି ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ:- ପ୍ରଧାନ ଶିକ୍ଷକଙ୍କୁ ଦାୟି କରି ସ୍କୁଲ ପରିସରରେ ଧାରଣା

Posted by - March 12, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ପାଣିକୋଇଲି ଥାନା କରଦା ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ କରି ଗିରପଂ ହୋଇଥିବା ଶିକ୍ଷକ ଘଟଣା କୁ ନେଇ…

ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

Posted by - April 7, 2020 1,385
କେନ୍ଦୁଝର: (ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ …

କରଡ଼ି ଗ୍ରାମରେ ବାବା ଚାମ୍ପେଶ୍ଵର ମନ୍ଦିରରେ କ୍ଷୀରାଭିଷେକ ଅନୁଷ୍ଠିତ

Posted by - October 21, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ)  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ପଂଚାୟତ ଅନ୍ତର୍ଗତ କରଡ଼ି ଗ୍ରାମରେ ବାବା ଚାମ୍ପେଶ୍ଵର ମନ୍ଦିରରେ କ୍ଷୀରା ଭିଷେକ ଅନୁଷ୍ଠିତ…

ଭାଇବୋହୁ ର ଆକ୍ରମଣରେ ଦେଢଶୁର ମୃତ

Posted by - July 4, 2021 0
ବେଲ ଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭାଇବୋହୁ ର ଠେଙ୍ଗା ମାଡରେ ଚାଲିଗଲା ଦେଢଶୁରର ଜୀବନ । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା…