କେସିଙ୍ଗା :(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ହିନ୍ଦୁ ସମାଜ କେସିଙ୍ଗା ପକ୍ଷରୁ ସମ୍ବଲପୁର ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ର ପ୍ରତିବାଦ କରାଯାଇ ମହାମହିମ ରାଜ୍ୟପାଳ ମହୋଦୟ ଙ୍କୁ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।ବିଡ଼ିଓ ଙ୍କ ଅନୁପସ୍ଥିତିରେ ଏ ବି ଡି ଓ ସିଦ୍ଧେଶ୍ଵର ମେହେର ଦାବୀ ପତ୍ର ଗ୍ରହଣ କରିଥିଲେ।
ଦାବୀ ପତ୍ର ରେ ଗତ ୧୨ ତାରିଖ ଦିନ ହନୁମାନ ଭକ୍ତ ଙ୍କ ଉପରେ ହୋଇ ଥିବା ପଥର ମାଡ଼ ଓ ୧୪ ତାରିଖ ଦିନ ରାତ୍ର ରେ ବନବାସୀ ଯୁବକ ଙ୍କ ହତ୍ୟା କୁ ଘୋର ନିନ୍ଦା କରିବା ସହିତ ଏହା ନାଗରିକ ର ଧାର୍ମିକ ଆସ୍ଥା ,ବିଶ୍ବାସ ଓ ଧାର୍ମିକ ସ୍ୱତନ୍ତ୍ରତା ପ୍ରତି କୁଠାର ଘାତ ହେବା ସହିତ ଏହା ଏକ ଆଇନ ଶୃଙ୍ଖଳା ବିଷୟ ନୁହେଁ ବରଂ ଏହା ଏକ ଦେଶ ଦ୍ରୋହ କାର୍ଯ୍ୟକଳାପ ବୋଲି ଅଭିଯୋଗ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅତି ଶୀଘ୍ର ଗିରଫ କରିବା ପାଇ ଦାବୀ କରାଯାଇଛି।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କେସିଙ୍ଗା ବ୍ରାହ୍ମଣ ସମାଜ ସଭାପତି ପ୍ରଦୀପ୍ତ କୁମାର ରଥ,କେସିଙ୍ଗା ବିଜେପି ନଗର ସଭାପତି ମଗନ ସିନ୍ଦୂର,ଅରୁଣ ଅଗ୍ରୱାଲ,ଗୋବିନ୍ଦ ବନ୍ ଛୋ ର,ପ୍ରତାପ ବାଗ,ରାମ ଭକ୍ତକି ଟୋଲି ର ବଜରଙ୍ଗ ଜୈନ୍,ମନୋଜ ସୋନି,ଅମିତ୍ ଜୈନ୍, ପ୍ରୀତେଶ ପଟେଲ,ସୁଜିତ୍ ଜୈନ୍ ଓ ନିତ୍ୟାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ