ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ

82 0

ଯାଜପୁର:ଯାଜପୁର ବ୍ଲକ କବିରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି ମାତୃପ୍ରସାଦ ମିଶ୍ର ଯୋଗ ଦେଇ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିବା ସହ ସମାଜସେବାରେ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ରାକେଶ କୁମାର ସ୍ବାଇଁ ଯୋଗ ଦେଇ ଶିକ୍ଷା ସହ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଵସର ପ୍ରାପ୍ତ ପରିବହନ ବିଭାଗର ସହକାରୀ ସଚିବ ରବୀନ୍ଦ୍ର କରବିଦ୍ୟାଳୟର ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା  ପ୍ରମୁଖ ଯୋଗ ଦେଇ ଆଧୁନିକତା ସମାଜ ମଧ୍ୟରେ ଆମ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂ।ସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା 

Related Post

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

Posted by - February 12, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ରାଜ୍ୟରେ କୃଷିଓକୃଷକଙ୍କୁ ଶସକ୍ତ କରିବାପାଇଁ ରାଜ୍ୟସରକାର ପ୍ରତି ଜିଲ୍ଲା ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ କରିବା ଉପରେ ପଦକ୍ଷେପ ନେଇଛନ୍ତି।…

ପ୍ରଦ୍ୟୁମ୍ନ ସାହୁ ଇନଟାକ୍ ସୋନପୁରର ନୂତନ ଆବାହକ

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକର ସୋନପୁର…

ବନ୍ୟାଞ୍ଚଳର ଅସହାୟଙ୍କ ପାଖରେ ପହଞ୍ଚିଲା ଆଇସିଆଇସିଆଇ ବ୍ୟାଙ୍କ

Posted by - June 3, 2021 0
ଯାଜପୁର :ଯାଜପୁର ବ୍ଳକ ପଣସା ପଂଚାୟତର ବିଭିନ୍ନ ବନ୍ୟାଞ୍ଚଳର ଅସହାୟଙ୍କ ପାଖରେ ପହଞ୍ଚିଲା ଆଇସିଆଇସିଆଇ ବ୍ୟାଙ୍କ । ଆଜି ଯାଜପୁର ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ବିଶ୍ୱନାଥ ଗାନାଙ୍କ…

ଶ୍ରମିକ ସ୍ପେଶାଲ ଟ୍ରେନ ରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର

Posted by - June 6, 2020 2,361
ଭୁବନେଶ୍ବର:ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି ।  ଏହା ଭାରତୀୟ ରେଳବାଇ ପାଇଁ…

ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଯାଜପୁର ଡଙ୍କାରି ଗସ୍ତ

Posted by - February 20, 2019 0
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ ରାଜନେତା…