Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ

37 0

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ, ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି ।ଜାନକୀ ବଲ୍ଲଭ ସ୍ମୃତି କମିଟିର ଅଧ୍ୟକ୍ଷ ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ଓ ସ୍ମୃତି ସମ୍ମାନ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଆମେ ଆଉ କାହା ସହିତ ତୁଳନା କରିପାରିବା ନାହିଁ ।

୧୯୮୦ ଦଶକରେ ଓଡ଼ିଶା ଯେଉଁ ଆର୍ଥିକ ଦୁଃସ୍ଥିତି ଭିତରେ ଗତି କରୁଥିଲା, ସେତେବେଳେ ସେ ତାର ଦୃଢ ମୁକାବିଲା କରିବା ସହ ଓଡ଼ିଆ ଯୁବକମାନଙ୍କୁ କର୍ମସଂସ୍ଥାନ ଦେବା ପାଇଁ ହଜାରେ ଦିନରେ ହଜାର କୋଟି ଟଙ୍କାରେ ହଜାର ଶିଳ୍ପର ଆହ୍ୱାନ ଦେଇଥିଲେ । ତାହା ହିଁ ଥିଲା ଓଡ଼ିଶାରେ ବିକାଶର ଭିତ୍ତିଭୂମି ।ଝାଡଖଣ୍ଡ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ସଂଗଠକ ଡାକ୍ତର ଦୀନେଶ କୁମାର ଶଢଙ୍ଗୀ ଜାନକୀ ବାବୁଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ବୋଲି କହିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ ବୋଲି କହିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ପ୍ରାବନ୍ଧିକ ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ ଜାନକୀ ବାବୁଙ୍କୁ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ମଣିଷ ବୋଲି କହିଥିଲେ ।

Related Post

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

Posted by - January 17, 2023 0
ଧର୍ମଗଡ: ୧୮/୧:(ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ଅନୁଷ୍ଠିତ ହେଉ ଥିବା କଳାହାଣ୍ଡି ଉତ୍ସବ ଘୁମରା-୨୦୨୩ର ସୋମବାର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ରେ ଉତ୍ସବ ପଡିଆ ଫାଟି…

ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ

Posted by - April 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ତରଭା ବ୍ଲକ ସାମ୍ବାଦିକ ସଙ୍ଘ…

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ,ପ୍ରଣବ ପ୍ରକାଶ ଦାସ ଙ୍କ ଶୋକ

Posted by - June 2, 2021 0
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ୬୭ ବର୍ଷ ବୟସରେ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ…

ମେଟ୍ରିକ ଟପରଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

Posted by - May 25, 2023 0
ବୌଦ୍ଧ:୨୫ା୫(ଚିତ୍ତରଞ୍ଜନ ସିଂହ)ଅଦ୍ୟ ତା ୨୫.୦୫.୨୦୨୩ ରିଖ ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ମେଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲାର ଏ-୧ ଗ୍ରେଡ ହାସଲ କରିଥିବା ୮ ଜଣ…

ତାରାତାରିଣୀ ପିଠରେ ପ୍ରଣବ ପ୍ରକାଶ ଦାସ ,୧୮ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

Posted by - May 16, 2022 0
ଭୁବନେଶ୍ବର  : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ  ଆରମ୍ଭ ହୋଇଛି…