Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଟିକିଏ ବର୍ଷା ଯୋଗୁଁ ଟିଟିଲାଗଡ ସହରବାସି ଖରାରୁ ପାଇଲେ ଟିକେ ଆଶ୍ୱସ୍ତି

93 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟିଟିଲାଗଡ ସହରବି ବାଦ ନ ପଡି ୪୩ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିସାରିଥିଲାଣି। ହଠାତ ଶୁକ୍ରବାର ରାତି ତିନିଟଟାରୁ ଅତି ଜୋରରେ ପବନ ବୋହିବା ସହ ଘଡଘଡି ମାରି ସାମାନ୍ୟତମ ବର୍ଷା ପଡ଼ିଥିଲା। ସକାଳୁ ବର୍ଷା ଦିନ ଭଳି ବାଦଳିଆ ପାଗ ହୋଇ ଥଣ୍ଡା ପବନ ବୋହୁଛି।

କିଛି ଦିନର ଉତ୍ତପ୍ତ ସହର ଟିଟିଲାଗଡରେ ଶୁକ୍ରବାର କେବଳ ଫ୍ୟାନ ଲଗାଇ ଲୋକେ ଶାନ୍ତିରେ ସୋଇ ପାରିଥିବା ପ୍ରକାଶ କରିଛନ୍ତି। ପ୍ରାକୃତିକ ପବନର ମଜା, ଥଣ୍ଡା ପରିବେଶ ସହରବାସୀଙ୍କ ପାଇଁ ଏକ ଆନନ୍ଦର ଅନୁଭୂତି। ଯେଉଁ ସହରବାସୀ ବିନା କୁଲର, ବିନା ଏସି ବିନା ଦିନ କାଟିବା କଷ୍ଟକର ହୋଇ ପଡ଼ିଥିଲା ଏବଂ ଭଗବାନ ଙ୍କୁ ଏହି ଖରା ଦାଉରୁ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି କହୁଥିଲେ,

ସତେ ଯେମିତି ସହରବାସୀଙ୍କ ଦୁଃଖ ବୁଝିପାରି ସୂର୍ଯ୍ୟ ଦେବତା ନିଜେ ରୌଦ୍ର ତାପ କମାଇ ବର୍ଷା ରାଣୀଙ୍କୁ ଧରା ପୃଷ୍ଠକୁ ପୁଷ୍ପ ବର୍ଷା ସ୍ଵରୂପ ଟିଟିଲାଗଡ ସହର ଏବଂ ଆଖପାଖ ଅଞ୍ଚଳରେ ଜଳ ସିଞ୍ଚନ କରିଛନ୍ତି। ସେ ଯାହା ବି ହେଉ ପ୍ରଭୁଙ୍କ କୃପା ଦୃଷ୍ଟି ଏମିତି ରହିଥାଉ ଏବଂ ଆଉ କିଛି ଦିନ ଏହିଭଳି ପାଗ ରହିଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Related Post

ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା,ଅଫିସ କାନ୍ଥରେ ଲେଖିଲେ ଦୁର୍ବୃତ୍ତ

Posted by - January 1, 2020 1,109
ମାଲକାନଗିରି: ଜିଲ୍ଲାପାଳଙ୍କ ବିରୋଧରେ ଅଫିସ କାନ୍ଥରେ ଲେଖିଲେ ଦୃବୁର୍ତ୍ତ । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଳାରେ ଆପତ୍ତିଜନକ ମନ୍ତବ୍ୟ ଦୃବୁର୍ତ୍ତ ଲେଖିଛନ୍ତି…

ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି ,ମୁଖ୍ୟ ଡ୍ରେନ୍ ଜାମ୍ ଉଝୁଳୁଛି ଜଳ

Posted by - June 15, 2021 0
ଛତିଆ (ପ୍ରମୋଦ ନାୟକ) : ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି । ଡ୍ରେନ୍ ଠାରୁ ଆରମ୍ଭ କରି ଜଳ ନିଷ୍କାସନ ଆଦି ଫେଲ ମାରିଛି ।…

ଆସୁଛି ଆମଫନ ବାତ୍ୟା,ଆଜି ସଂଧ୍ୟାରେ ଅବପାତର ରୂପ ନେବ,ଚାରି ଜିଲ୍ଲା କୁ ସତର୍କ ବାଣୀ

Posted by - May 15, 2020 1,351
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେବ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସେଲ୍‌ଟର୍‌ ହୋମ୍‌ ଗୁଡ଼ିକୁ…

ବେଲଗୁଣ୍ଠା ରେ ଟୀକାକରଣ ପ୍ରହସନ

Posted by - July 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସରକାର ଟୀକା ନେବାକୁ ବାଧ୍ୟ କରୁଥିବା ବେଳେ ଟୀକାର ଅଭାବ ଯୋଗୁଁ ବହୁ ଅଞ୍ଚଳରେ ଟୀକାକରଣ ହୋଇପାରୁନାହିଁ । କିଛିଦିନର ଟୀକାକରଣ ପରେ…

‘ମଧୁ’ ଆପର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - December 3, 2019 45
ବ୍ରହ୍ମପୁର ୩।୧୨: ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ଆପ୍ ର ହେଲା ଶୁଭାରମ୍ଭ । ‘ମଧୁ’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ…